କ୍ଷମତାଠାରୁ ଅଧିକ ପିଲାଙ୍କୁ ନେବାଆଣିବା କରୁଥିବା ସ୍କୁଲ ଗାଡ଼ି ଉପରେ ଲଗାମ ଲାଗିବ କେବେ ?
କ୍ଷମତାଠାରୁ ଅଧିକ ପିଲାଙ୍କୁ ନେବାଆଣିବା କରୁଥିବା ସ୍କୁଲ ଗାଡ଼ି ଉପରେ ଲଗାମ ଲାଗିବ କେବେ ?
ଚିର ନିଦ୍ରାରେ କେନ୍ଦ୍ରାପଡ଼ା ଜିଲ୍ଲା ଆର ଟି ଓ।
ପଟ୍ଟାମୁଣ୍ଡାଇ 20.03. -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରେ ପନ୍ଦର ରୁ ଉର୍ଦ୍ଧ୍ବ ପ୍ରାଇଭେଟ୍ ପବ୍ଲିକ ସ୍କୁଲ ଅଛି। ପ୍ରତି ଦିନ ଶହ ସହ ଛାତ୍ର ଓ ଛାତ୍ରୀ ଙ୍କୁ ନବା ଆଣିବା ପାଇଁ ବହୁ ଗୁଡ଼ିଏ ଗାଡ଼ି ଚାଲୁଛି ।କିନ୍ତୁ ଦୁଃଖର କଥା ସେଇ ଗାଡ଼ି ରେ କାପା ସିଟି ଅନୁସାରେ ଅଧିକା ଛାତ୍ର ଓ ଛାତ୍ରୀ ଯିବା ଆସିବା କରୁଛନ୍ତି। ଏହି ଯିବା ଆସିବା ଘଟଣା ରେ ପବ୍ଲିକ ସ୍କୁଲ ପ୍ରଧାନଶିକ୍ଷକ ମଧ୍ୟ ସବୁ ଦେଖି ଚୁପ୍ ବସିଛନ୍ତି ଯଦି ପଟ୍ଟାମୁଣ୍ଡାଇ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେବେ ,କେତେ ବେଳେ ଯଦି ଦୁର୍ଘଟଣା ଘଟେ ଅକାଳ ରେ ନିରୀହ ଛାତ୍ର ଓ ଛାତ୍ରୀ ଙ୍କ ଜୀବନ ଯାଇପାରେ।ଯଦି ଦୁର୍ଘଟଣା ଘଟେ ଦାୟୀ କିଏ ରହିବ। ।ଏହି ଘଟଣା କୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଉଚିତ୍ ଏହି ଦୁଇ ଦିନ ତଳେ ଏକ ପବ୍ଲିକ ସ୍କୁଲ୍ ରେ ଘଟିଛି ଦୁର୍ଘଟଣା।ଅମୃତମଣୋହି ସୁଧାନନ୍ଦ ପବ୍ଲିକ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ବୁଧବାର ପୂୂର୍ବାହ୍ନରେ ଅଣ୍ଢରା ପ୍ରାଣୀ ଚିକିତ୍ସାଳୟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପିଲାମାନଙ୍କ ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହିତ ଅଣ୍ଢରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେ ଗାଡିରେ ୧୩ରୁ ଊର୍ଦ୍ଧ୍ୱ ପିଲା ଥିବା ଜଣାଯାଇଛି। ପିଲାମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଡ୍ରାଇଭର ଓ ଜଣେ ଶିକ୍ଷୟତ୍ରୀଙ୍କ ଗୁରୁତର ଆଘତ ଲଗିଥିଲା । ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପଠାଇଦିଆଯାଇ ଚିକିତ୍ସା କରାଯାଇଛି ବୋଲି ସ୍କୁଲ ମ୍ୟାନେଜର ଅମିତ ମଲ୍ଲିିକ କହିଛନ୍ତି । ଘଟଣା ଘଟିବା ଖବର ପାଇ ସୁଦାନନ୍ଦ ବାବା ଭୁବନେଶ୍ୱରରୁ କେନ୍ଦ୍ରାପଡା ମୂଖ୍ୟ ଚିକିତ୍ସାଳୟରେ ପହଁଚିଥିଲେ । ସେଠାରେ ପିଲାମାନଙ୍କ ହାଲଚାଲ ବୁଝିବା ସହିତ ଅବିଭାବକମାନଙ୍କ ସହିତ କଥାହୋଇଥିବା ନେଇ ମ୍ୟାନେଜର ମଲ୍ଲିିକ କହିଛନ୍ତି । ମାତ୍ର ଘଟଣା ବିଷୟରେ ସ୍ଥାନୀୟ ପୋଲିସ ଅବଗତ ନଥିବା ଜଣାପଡିଛି ।
ପଟ୍ଟାମୁଣ୍ଡାଇ ଅଂଚଳରେ ବହୁ ସ୍କୁଲ ଭ୍ୟାନହେଇଉକି ଅଟୋ ବା ଟାଟା ଏସି ରେ କ୍ଷମତାଠାରୁ ଅଧିକ ପିଲାଙ୍କୁ ବୋଝେଇ କରି ବିପଜ୍ଜନକ ଭାବେ ନେବାଆଣିବା କରାଯାଉଛି । ଯାହା ସେମାନଙ୍କ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରୁଛି । ୯ଟି ସିଟ୍ ବିଶିଷ୍ଟ ଗାଡ଼ିରେ ୧୮ ଜଣରୁ ଅଧିକ ପିଲାଙ୍କୁ ଗୁଞ୍ଜି ପରିବହନ କରାଯାଉଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି । ଏପରି ଚରମ ବିଶୃଙ୍ଖଳା ପ୍ରତି ପ୍ରଶାସନିକ ନଜର ଅଭାବ ଓ ଅଭିଭାବକଙ୍କ ଅସଚେତନତା ଯୋଗୁଁ ଅନେକ ସମୟରେ ଅଘଟଣ ଘଟୁଛି ବୋଲି ଆଲୋଚନା ଯୋର ଧରିଛି । ସରକାର ବିଦ୍ୟାଳୟ ଛାତ୍ର ପରିବହନ ନୀତି କରିଥିôଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଲାଗୁ ହୋଇପାରିଲା ନାହିଁ । ଏଠାରେ ଥିବା ଘରୋଇ ବିଦ୍ୟାଳୟ ଗୁଡିକରେ ଛାତ୍ରୀଛାତ୍ରଙ୍କ ପରିବହନ ଉପରେ ନିଘା ନ ଥିବା ବେଳେ କୁନି କୁନି ପିଲାଙ୍କୁ ଅଟୋ, ଭ୍ୟାନ୍ରେ ଖୁନ୍ଦାଖୁନ୍ଦି କରି ବିପଜ୍ଜନକ ଅବସ୍ଥାରେ ସ୍କୁଲକୁ ନେବା ଆଣିବା କରାଯାଉଛି । ଫଳରେ ପିଲା ଅଣନିଃଶ୍ୱାସୀ ହେବା ଭଳି ସ୍ଥିତି ଉପୁଜୁ ଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନଥିବା ବେଳେ ଯାଂଚ କରିବାକୁ କେହି ନାହାଁନ୍ତି । ସ୍କୁଲବସ୍ ଗୁଡିକର ଅଗ୍ନି ନିରାପତା ସରଞ୍ଜାମ ନାହିଁ । କେତେକ ସ୍କୁଲରେ ପରିବହନ ପାଇଁ କୌଣସି ସୁବିଧା ନଥିବା ବେଳେ ଛୋଟ ଭ୍ୟାନ୍, ଟେମ୍ପୁ, ଅଟୋରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ କରାଯାଉଛି । ଅଟୋରେ ୫ ଜଣ ଓ ଟାଟା ଏସିରେ ୮ ଜଣ ବସିବା ନିୟମ ଥିବା ବେଳେ ଗାଡି ଚାଳକ ୧୦ /୧୫ଓ ୧୮/୨୦ ଭଳି ବୁହାଉଛନ୍ତି। ହେଲେ ଏସବୁର ତଦାରଖ ସେପରି ହେଉନାହିଁି । ଯଦି ହୋଇଥାନ୍ତା ତେବେ ବୁଧୁବାର ଘଟିଥିବା ଦୃର୍ଘଟଣା ଘଟିନଥାନ୍ତା ବୋଲି ଅଭିଭାବକ ମାନେ କହିଛନ୍ତି । ଏବାବଦରେ ଆରଟିଓ ଲୋକନାଥ ମେହେରଙ୍କୁ ଯୋଗାଯୋଗ କରିବାରୁ ସରକାରୀ ହେଉ କି ବେସରକାରୀ ସ୍କୁଲରେ ଯାଂଚ କରାଯିବା ସହିତ ଚେତାବନୀ ଦିଆଯାଉଛି । ଯେଉଁ ମାନେ ମାନୁନାହାଁନ୍ତି କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଥିଲେ ।ଆଗାମୀ ଦିନ ରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଥିବା ପବ୍ଲିକ ସ୍କୁଲ ର ଛାତ୍ର ଓ ଛାତ୍ରୀ ଙ୍କ ବୁହା ଗାଡ଼ି ଉପରେ ଜିଲ୍ଲା ପ୍ରଶାସନ ଯଦି ରୋକ୍ ନ ଲଗାଏ ଆଗାମୀ ଦିନ ରେ ପଟ୍ଟାମୁଣ୍ଡାଇ ରେ ଏକ ଆନ୍ଦୋଳନ ଦେଖା ଯିବ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
