ଖଣ୍ଡପଡ଼ା ବ୍ଲକ ବିଜେପି ପକ୍ଷରୁ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ଖଣ୍ଡପଡା ୪|୪ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ ନୂତନ କରି ଦାୟୀତ୍ବ ଗ୍ରହଣ କରିବା ପରେ ଖଣ୍ଡପଡ଼ା ବ୍ଲକ ବିଜେପି ଶାଖା ପକ୍ଷରୁ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ଶନିବାର ଅପରାହ୍ନରେ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାଯାଇଛି। ଏ ଅବସରରେ ଖଣ୍ଡପଡ଼ା ବ୍ଲକ ଅଧୀନ ଖଳିସାହି ତୋଟା ହନୁମାନଙ୍କ ପୀଠରେ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା।
ଖଣ୍ଡପଡ଼ା ବ୍ଲକ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ,କଣ୍ଟିଲୋ ଜୋନ ବିଜେପି ମଣ୍ଡଳ ସଭାପତି ଟିଟନ ସାହୁ, ବରିଷ୍ଠ ବିଜେପି ନେତା ଅଖିଳ କୁମାର ମହାରଣା, ନେତ୍ରୀ ନିର୍ମଳା ବିଶ୍ବାଳ,ବିଜେପିର ବହୁ ତୁଙ୍ଗ ନେତୃବୃନ୍ଦଙ୍କ ସମେତ ଦଳୀୟ କାର୍ଯ୍ଯକର୍ତ୍ତା ଓ ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧିମାନେ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ।ଏ ଅବସରରେ ଖଳିସାହି ପଞ୍ଚାୟତବାସୀଙ୍କ ତରଫରୁ ପୂର୍ବତନ ସମିତିସଭ୍ଯ ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ଚନ୍ଦ୍ର ବେହେରାଙ୍କ ସମେତ ମାନ୍ଯଗଣ୍ଯ ଉପସ୍ଥିତ ଥିଲେ ବିଶେଷ ଖବର ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ ଙ୍କ ଖଣ୍ଡପଡା ବ୍ଲକ ରଜତ ଦାସ


admin 
