ଖେଲୋ ଇଣ୍ଡିଆ, ଆର୍ଚେରୀ ପ୍ରତିଯୋଗିତାରେ ବୌଦ୍ଧ ର ଆଦିତ୍ୟ ଅଗ୍ରୱାଲା ଦ୍ଵିତୀୟ ସ୍ଥାନ .

ଖେଲୋ ଇଣ୍ଡିଆ, ଆର୍ଚେରୀ ପ୍ରତିଯୋଗିତାରେ ବୌଦ୍ଧ ର ଆଦିତ୍ୟ ଅଗ୍ରୱାଲା ଦ୍ଵିତୀୟ ସ୍ଥାନ .
କଟକ ର ସତ୍ୟବ୍ରତ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ଏନଟିପିସି ସିଟି ଓପେନ୍ ଆର୍ଚେରୀ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୌଦ୍ଧ ଆର୍ଚେରୀ ଆସୋସିଏସନ୍ ପକ୍ଷରୁ ବୌଦ୍ଧର ଆଦିତ୍ୟ ଅଗ୍ରୱାଲା ଅଂଶଗ୍ରହଣ କରିଥଲେ l ଆଜି ଅନୁଷ୍ଠିତ ସବ ଜୁନିଅର ୫୦ ମିଟର କମ୍ପାଉଣ୍ଡ ଖେଳରେ ଦ୍ୱିତୀୟ ସ୍ଥାନ ଅର୍ଜନ କରି ବୌଦ୍ଧ ର ଗର୍ବ ଅର୍ଜନ କରିଛନ୍ତି l ଆଦିତ୍ୟ ମହାନଦୀ ଆଳତୀ ଘାଟ ଯୋଗ ପରିବାର ସଦସ୍ୟ ଭାବେ ଯୋଗାଭ୍ୟାସ କରି ଆସୁଛନ୍ତି l ତାଙ୍କର କୃତିତ୍ୱ ପାଇଁ ବୌଦ୍ଧର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି l