ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପତିଙ୍କ ଦ୍ଵାରା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡିରେ (AIU) ଜାତୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ର ତୃତୀୟ ସଂସ୍କରଣର ଉଦ୍ଘାଟିତ ।

ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପତିଙ୍କ ଦ୍ଵାରା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡିରେ (AIU) ଜାତୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ର ତୃତୀୟ ସଂସ୍କରଣର ଉଦ୍ଘାଟିତ ।
ଜାତୀୟ ମହିଳା ଛାତ୍ର ସଂସଦର (AIU) ତୃତୀୟା ସଂସ୍କରଣକୁ ଓଡିଶାର ମହାମହିମ ରାଜ୍ୟପାଳ ଡ଼.ହରି ବାବୁ କମ୍ଭମ୍ପତିଙ୍କ ଦ୍ଵାରା ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟ ପାରଳାଖେମୁଣ୍ଡି,ଗଜପତିରେ ରେ ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ଟି ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (AIU) ଓ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ମିଳିତ ଅନୁକୂଲ୍ୟରେ ୧ ଅପ୍ରେଲ ଠାରୁ ୪ ଅପ୍ରେଲ ପାର୍ଜୟନ୍ତ ଆୟୋଜିତ କରାଯାଉଅଛି । ଏଥିରେ ଦେଶର ବିଭିନ୍ନ କୋଣ ଅଣୁକୋଣ ରୁ ୩୦ ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୨୦୦ ରୁ ଅଧିକ ମହିଳା ଛାତ୍ରୀ ନେତା ଅଂଶଗ୍ରହଣ କରିଛନ୍ତି।
ଏହି କାର୍ଯ୍ୟକ୍ରମର ସଂଯୋଜକ ସଙ୍ଗ୍ରାମ କେଶରୀ ସ୍ୱାଇଁଙ୍କ ଉଦ୍ବୋଧନ ବକ୍ତବ୍ୟ ସହ ଅତିଥି ମାନଙ୍କୁ ସ୍ୱାଗତ କରାଗଲା । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି, ଡ଼ଃ ସୁପ୍ରିୟା ପଟ୍ଟନାୟକ ସମ୍ପ୍ରତି ଯୁଗରେ ମହିଳା ସଶକ୍ତିକରଣ ଏବଂ ନାରୀ-ନେତୃତ୍ୱର ପ୍ରାଧାନ୍ୟ ଉପରେ ଆଲୋକପାତ କରିଥିଲେ ।
ମହାମହିମ ଡ଼.ହରିବାବୁ କୁମ୍ଭମ୍ପତି ନିଜ ଉଦ୍ବୋଧନରେ କହିଲେ,ଯେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତୃତୀୟ (AIU) ଜାତୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ କୁ ଉଦଘାଟନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଉଲ୍ଲେଖନୀୟ ପଦକ୍ଷେପକୁ ସଂକଳ୍ପ ନେବା ପାଇଁ ମୁଁ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (AIU)କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏପରି ପ୍ରତିବଦ୍ଧତା ଏବଂ ଉତ୍ସାହ ସହିତ ଆୟୋଜନ କରିବା ପାଇଁ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି । ଏହା ଦେଖି ଉତ୍ସାହିତ ଯେ, ମାତ୍ର ତିନୋଟି ସଂସ୍କରଣରେ, ଜାତୀୟ ମହିଳା ଛାତ୍ର ସଂସଦ ଏକ ପ୍ରଭାବଶାଳୀ ଏବଂ ପରିବର୍ତ୍ତନକାରୀ ମଞ୍ଚ ଭାବରେ ପ୍ରମାଣିତ ହୋଇଛି, ଯାହା ଯୁବତୀମାନଙ୍କୁ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବାକୁ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିତର୍କ କରିବାକୁ ଏବଂ ନେତୃତ୍ୱ ଦକ୍ଷତା ବିକାଶ କରିବାକୁ ଉତ୍ସାହିତ କରିଛି, ଯାହା ସାରା ଦେଶର ଯୁବତୀମାନଙ୍କୁ ଆସନ୍ତାକାଲିର ପରିବର୍ତ୍ତନକାରୀ ଭାବରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛି।
ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତରେ, ମହିଳାମାନେ ନୀତି, ଶାସନ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ଉଦ୍ୟୋଗିତାରେ ଏକ ଅପରିହାର୍ଯ୍ୟ ଭୂମିକା ଗ୍ରହଣ କରିବେ । ଏହି ସଂସଦରେ ଅଂଶଗ୍ରହଣକାରୀ ଭାବରେ, ଆପଣ କେବଳ ନିଜକୁ ପ୍ରତିନିଧିତ୍ୱ କରୁନାହାଁନ୍ତି; ଆପଣମାନେ ଦେଶର ଲକ୍ଷ ଲକ୍ଷ ଯୁବତୀଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି କହିଛନ୍ତି ।
ଆଜିର ଭାରତରେ ମହିଳାମାନେ କୋର୍ପୋରେଟ ନେତୃତ୍ୱ ନେଉଛନ୍ତି, ଉଚ୍ଚ ପ୍ରଶାସନରେ ରହି ନିଷ୍ପତ୍ତି ନେଉଛନ୍ତି, ନୂତନ ଅଭିନବତା ଆଣୁଛନ୍ତି, ନ୍ୟାୟାଳୟରେ ନିୟମ ଉପରେ ଅନୁସନ୍ଧାନ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ଆଣୁଛନ୍ତି। ବ୍ୟବସାୟ, କ୍ରୀଡ଼ା, ଆଇନ, ନୀତି ନିର୍ମାଣ ଏବଂ କଳା ସାଂସ୍କୃତ କ୍ଷେତ୍ରରେ ମହିଳାମାନଙ୍କ ଉନ୍ନତି ଦେଖିଲେ ଏହି ପରିବର୍ତ୍ତନର ପ୍ରମାଣ ମିଳେ।"
ଏହି ପ୍ରୟାସକୁ ସ୍ୱାଗତ ଜଣାଇ ନୃତନ ନୀତି ଗଠନ ଏବଂ ରାଷ୍ଟ୍ର ଗଠନ ଉପରେ ଛାତ୍ରମାନଙ୍କ ଅଂଶଗ୍ରହଣ ଜରୁରୀ ବୋଲି ଉତ୍ସାହିତ କଲେ।
ଏହି ବିଷୟବସ୍ତୁକୁ ଆଧାର କରି ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (AIU) ର ଅତିରିକ୍ତ ସଚିବ ଡ଼ଃ ମମତା ରାଣୀ ଅଗ୍ରୱାଲ ଭବିଷ୍ୟର ମହିଳା ନେତୃତ୍ୱ ସୃଷ୍ଟି କରିବାରେ ଏହି ପ୍ଲାଟଫର୍ମର ଭୂମିକା ଉପରେ ବିଶ୍ଳେଷଣମୂଳକ ଉଦ୍ବୋଧନ ଦେଇଥିଲେ । ଆନ୍ଧ୍ର ପ୍ରଦେଶସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର କୁଳାଧିପତି ମହାମହିମ ଡ଼ଃ ଜି.ଏସ.ଏନ୍. ରାଜୁ ଲିଙ୍ଗଗତ ସମାନତା ବିଷୟକୁ ଗୁରୁତ୍ୱାରୋପ କରି ସମାଜରେ ଶିକ୍ଷା ଏବଂ ନେତୃତ୍ୱର ବିକାଶ ଉପରେ ନିଜ ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ଃ ଗୀତାଞ୍ଜଳି ଦାଶ ଏବଂ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଅମୀୟ କୁମାର ରଥ ନୀତି ନିର୍ମାଣ ଏବଂ ଶାସନରେ ମହିଳାମାନଙ୍କ ଅଂଶଗ୍ରହଣର ଗୁରୁତ୍ୱ ବିଷୟରେ ଉଦ୍ବୋଧନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମଟି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଡ଼ଃ ମୁକ୍ତିକାନ୍ତ ମିଶ୍ର, ଉପମୁଖ୍ୟ, ପ୍ରାଧ୍ୟାପକ ଡି.ଏନ୍. ରାଓଙ୍କ ଉପସ୍ଥିତି ଦ୍ୱାରା ପରିସ୍ଫୁଟିତ ହୋଇଥିଲା।
ଏହା ପରେ, ସମସ୍ତ ସମ୍ମାନିତ ଅତିଥି ଏବଂ ଜୁରି ସଦସ୍ୟମାନଙ୍କର ଅବଦାନ ନିମନ୍ତେ ସମ୍ବର୍ଦ୍ଧନା କରାଯାଇଥିଲା । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ ଅନିତା ପାତ୍ର ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ଓ କାର୍ଯ୍ୟକ୍ରମକୁ ସଫଳ କରିବାରେ ବ୍ୟକ୍ତିବିଶେଷ, ଅଂଶଗ୍ରହଣକାରୀ ଏବଂ ଆୟୋଜକଙ୍କ ପ୍ରୟାସ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଆରଖି ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀ ଶଙ୍କର କେରକେଟା , ଉପାଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ,ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ସମେତ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରଭୃତ ଉପସ୍ଥିତ ଥିଲେ .