ଗୋଟେ ପାକିସ୍ତାନୀ ଭିଡ଼ିଓ ଦେଖିଲି.

ଗୋଟେ ପାକିସ୍ତାନୀ ଭିଡ଼ିଓ ଦେଖିଲି. ରକ୍ତ ଗରମ ହୋଇଗଲା. କାଶ୍ମୀରରେ ସନ୍ତ୍ରସବାଦୀଙ୍କ ଆକ୍ରମଣ ପରେ ସାମ୍ବାଦିକା ଙ୍କ ପ୍ରଶ୍ନର ଉତ୍ତର ଦେଇ ସେଠାକାର ଜଣେ ହିନ୍ଦୁ ଯୁବକ କହୁଛନ୍ତି ' ହିନ୍ଦୁ କେବେ ବି ଜାଗିବେନି ' ହିନ୍ଦୁମାନେ ଡରପୋକ !! ହିନ୍ଦୁମାନଙ୍କ ପରିସ୍ଥିତି ଆହୁରି ଖରାପ ହେବ... ଏମିତି କଥା ଶୁଣି ଆମେ ଚୁପ ରହିଛେ... ପ୍ରଶ୍ନ ଉଠେ,ଆମ ଧର୍ମ କଣ ଆମର ବିପଦ ହୋଇ ଦିନେ ଛିଡା ହେବ ? . ଆମର ଭୀରୁତା ହୀନମାନ୍ୟତା ପରଶ୍ରୀକାତରତା ସ୍ୱାର୍ଥପରତା ଓ ଶସ୍ତା ରାଜନୀତି ଆମକୁ ଦିନକୁ ଦିନ ବିପଦ ଆଡକୁ ଟାଣିନେଉଛି.. ଏମିତି କିଛି ସନ୍ତ୍ରାସବାଦୀ ସଂଗଠକ ଦେଶ ଭିତରେ ଜାତି ଧର୍ମର ପାଚେରୀ ସୃଷ୍ଟି କରି ବିଦ୍ବେଷଭାବ କୁ ତୀବ୍ର କରୁଛନ୍ତି ଓ କିଛି media ସେଥିରେ ଘିଅ ଢାଲୁଛନ୍ତି. . ଦେଶ ଆଉ ରାଜ୍ୟରେ ହତ୍ୟା ଅପହରଣ ଧର୍ଷଣ ସୀମା ଟପିଲାଣି. ହଜିଗଲାଣି ମାନବିକତା. ଧର୍ମଯୁଦ୍ଧରେ ବଳି ଚଢୁଛନ୍ତି ଧର୍ମ ନିର୍ବିଶେଷରେ ସାଧାରଣ ଜନତା. ଦୃଢ ନେତୃତ୍ୱ ସହିତ ନିରପେକ୍ଷ ଶାସନବ୍ୟବସ୍ଥା ଦରକାର. ଏଭଳି ସନ୍ତାସବାଦୀ ସଂଗଠନ (ଯେ କୌଣସି ଧର୍ମର ) ମାନଙ୍କୁ ଖୋଜି ଖୋଜି ନିପାତ ନକଲେ ଏଭଳି ନାରକୀୟ କାଣ୍ଡର ଶେଷ ହେବନାହିଁ

ଗୋଟେ ପାକିସ୍ତାନୀ ଭିଡ଼ିଓ ଦେଖିଲି.