ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ .

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ .

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ .


ବରଗଡ଼ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ "ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ" ମହାଆଡମ୍ବର ସହକାରେ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ଉପସ୍ଥିତ ରହି ଗାନ୍ଧୀଛକ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ଵଭାଵ କବି ଗଙ୍ଗାଧର ମେହେର, ଘରୋଇ ବସଷ୍ଟାଣ୍ଡ ନିକଟସ୍ଥ ପଶ୍ଚିମ ଓଡ଼ିଶାର ମଦର ଟେରେସା ତଥା ବହ୍ନି କନ୍ୟା ସ୍ୱର୍ଗତ ପାର୍ବତୀ ଗିରି, କଚେରୀ ପରିଷରରେ ସ୍ଥିତ ଡ. ଭୀମ ରାଓ ଆମ୍ବେଦକର ଏବଂ ବୀର ସୁରେନ୍ଦ୍ର ସାଏ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମେତ ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । 

ଏହାପରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ମଧ୍ୟରେ ଓଡ଼ିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସ୍ମରଣ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସାଧାରଣ ସଭା ଓ ଫୋଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ବରପୁତ୍ରମାନଙ୍କ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ସଭା ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଓଡିଶାର ସମସ୍ତ ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରି କୃତଜ୍ଞତାର ଶ୍ରଦ୍ଧାଞ୍ଜଳି ଦେବାପରେ ସ୍ଥାନୀୟ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ  । ଏହାପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଧେଶକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦୀର୍ଘ ୮୯ ବର୍ଷ ତଳେ ସ୍ୱାଧୀନ ପୂର୍ବ ଭାରତ ବର୍ଷରେ ଭାଷା ଭିତ୍ତିକ ଏକ ରାଜ୍ୟ ଗଠନ ତଥା ଗୋଟିଏ ପଟେ ଦେଶର ସ୍ୱାଧୀନତା ଲାଗି ଲଢ଼େଇ ଓ ତାରି ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ଏବଂ  ମାତୃଭାଷା ସୁରକ୍ଷା ପାଇଁ ହୋଇଥିବା ବଡ଼ ସଂଗ୍ରାମରେ ଆମ ମହାନ ବରପୁତ୍ର ମାନେ କିଭଳି ସଂଘର୍ଷ କରି ଆମକୁ ଏହି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବା ଓଡିଶା ରାଜ୍ୟ ଉପହାର ଦେଇଥିଲେ ସେବିଷୟରେ ଆଲୋଚନା କରିଥିଲେ । 

ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆମେ ସବୁ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିବା ଭଲ, କିନ୍ତୁ ନିଜ ମାତୃଭାଷା' ଓଡ଼ିଆକୁ ଭଲ ପାଇବା ତଥା ତାର ସୁରକ୍ଷା ଓ ବିକାଶ ଦିଗରେ ଚେଷ୍ଟା କରିବା ବିଧେୟ ବୋଲି କହିବା ସହ ଆମ ଉନ୍ନତି ପାଇଁ ଜିଲ୍ଲାର ସମସ୍ତ ମହାମନୀଷୀଙ୍କ ପଥ ଅନୁସରଣ କରିବା ପାଇଁ  ଗଠନରେ ଓଡ଼ିଶାର ବରପୁତ୍ରମାନଙ୍କ ଭୂମିକା ସମ୍ପର୍କରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ଗୋୟଲ ଆଲୋକପାତ କରିବା ସହିତ ସ୍ଵତନ୍ତ୍ର ରାଜ୍ୟ ଭାବେ କଳା, ସଂସ୍କୃତି ଓ ପରମ୍ପରା ବିଶ୍ବରେ ନିଜର ପରିଚୟ ସୃଷ୍ଟି କରିଛି, ଏହାକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ସମସ୍ତଙ୍କ ଦାୟିତ୍ଵ ରହିଛି । ଜଣେ ଦାୟିତ୍ଵବାନ ନାଗରିକ ଭାବେ ଜିଲ୍ଲାର ଉନ୍ନତି ପାଇଁ ଚଷ୍ଟା କରିବା ସହ ଆମ ଜିଲ୍ଲାର ଜନ୍ମ ଦିନରେ କିଛି ଉପହାର ଦେବା କହିଥିଲେ । ବରଗଡ  ଜିଲ୍ଲା ତଥା ଆମ ରାଜ୍ୟର ବିକାଶଧାରା ଉପରେ ଆଲୋଚନା କରି ଯୁବପିଢ଼ି, ଛାତ୍ରୀଛାତ୍ରଙ୍କୁ ପାଠ ପଢି ଭଲ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ । ,ବରଗଡ ଜିଲ୍ଲାପ୍ରତିନିଧୀ ନାରାୟଣ ବେହେରାଙ୍କ ରିପୋର୍ଟ .