ସାତ ହଜାର ଟଙ୍କା ପାଇଁ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ରାଜସ୍ବ ନୀରିକ୍ଷକ .

ସାତ ହଜାର ଟଙ୍କା ପାଇଁ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ରାଜସ୍ବ ନୀରିକ୍ଷକ .
ଆଜି ଅର୍ଥାତ୍ ତା 29 ରିଖ ଦିନ ଦ୍ବିପହରରେ ରାଜସ୍ବ ନୀରିକ୍ଷକ ଦେବାଶିଷ ନାୟକ , କ୍ରାଣ୍ଡିବାଲି ସର୍କିଲ ରେ କାର୍ଯ୍ୟରତ ଥିବା ସମୟରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ନିଜ ଜମିରେ ନିଜର ଘର ତିଆରି କରିବା ପାଇଁ ଇଟା ପ୍ରସ୍ତୁତ କରୁଥିଲା ।ଉକ୍ତ ସର୍କଲ ରେ କାର୍ଯ୍ୟରତ ଥିବା ଦେବାସିଶ ନାୟକ ଏହା ଜାଣିବା ପରେ ଉକ୍ର ବ୍ୟକ୍ତି ସୁଦର୍ଶନ କହଁର ଙ୍କୁ ସାତ ହଜାର ଟଙ୍କା ଦେବାପାଇଁ ବାଧ୍ୟ କରିବା ସହିତ ଧମକ ମଧ୍ୟ ଦେଇଥିଲେ। ଏସବୁ ର ପର୍ଦ୍ଦାଫାଶ କରିବା ପାଇଁ ସୁଦର୍ଶନ କହଁର (ଅଭିଯୋଗକାରୀ )ବ୍ରହ୍ମପୁର ଭିଜିଲାନ୍ସ ଅଫିସ କୁ ଯୋଗାଯୋଗ କରିଥିଲେ।ସବୁର ତଥ୍ଯ କୁ ଆଧାର କରି ଏକା ସଙ୍ଗେ ଦୁଇଟି ସ୍ଥାନରେ ଚଢାଉ କରି ଦେବାଶିଷ ନାୟକ ଙ୍କ ଠାରୁ 7000ଟଙ୍କା ନେବାବେଳେ ମାଡ଼ିବସିଥିଲେ ଏ ସମ୍ପର୍କରେ ଭିଜିଲାନ୍ସ ps ମାମଲା no 4/2025,u/7 pc , ଅଧିନିୟମ 2018ରେଜିଷ୍ଟ୍ରି ହୋଇଛି। ବର୍ତମାନ ଦେବାଶିଷ ଙ୍କ ବିରୋଧରେ ତଦନ୍ତ ଚାଲିଛି।
କନ୍ଧମାଳରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର