ଜ୍ୟୋତିର୍ମୟୀ ଜିତିଲେ ଇଣ୍ଡିଆନ ଆଇଡଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣାଇଲେ ଶୁଭେଚ୍ଛା

ଜ୍ୟୋତିର୍ମୟୀ ଜିତିଲେ ଇଣ୍ଡିଆନ ଆଇଡଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣାଇଲେ ଶୁଭେଚ୍ଛା

*ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ଜିତିଲେ ଇଣ୍ଡିଆନ୍ ଆଇଡଲ ସିଜିନ୍ ୧୬ର ଟାଇଟଲ। ଦୀର୍ଘ ୧୦ ମାସ ଧରି ଜାତୀୟ ସ୍ତରର ମନୋରଂଜନ ଚ୍ୟାନେଲରେ ଚାଲିଥିବା ଏହି ପ୍ରତିଦ୍ବନ୍ଦ୍ବୀତା ପୂର୍ଣ୍ଣ ସୋରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଲେ ଜ୍ୟୋତିର୍ମୟୀ। ଏହି ସୋରେ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ବିଶାଲ ଦଦାଲାନୀଙ୍କ ଭଳି ପ୍ରତିଷ୍ଠାତା ସଙ୍ଗୀତଞ୍ଜ ବିଚାରପତି ଥିଲେ।* 

*ତେବେ ଜ୍ୟୋତିର୍ମୟୀ ତାଙ୍କ କଣ୍ଠର ଯାଦୁରେ ପୁର ସୋରେ ପ୍ରଭାବ ବିସ୍ତାର କରି ରଖିଥିଲେ। ପୁରସ୍କାର ବାବଦରେ ୨୦ ଲକ୍ଷ ଟଙ୍କା ସାଙ୍ଗକୁ ଟ୍ରଫି ହାସଲ କରିଛନ୍ତି ଜ୍ୟୋତିର୍ମୟୀ। ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ସୋରେ ଜବଲପୁରର ତନିସ୍କ ଶୁକ୍ଲା ରନର୍ସ ଅପ୍ ହୋଇଛନ୍ତି।*