*ଟଳୁନି ଗ୍ୟାସ୍ ସମସ୍ୟା: ଗ୍ୟାସ୍‌ ବିତରଣ କମ୍ପାନିର ବିକ୍ରୟ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ*

*ଟଳୁନି ଗ୍ୟାସ୍ ସମସ୍ୟା: ଗ୍ୟାସ୍‌ ବିତରଣ କମ୍ପାନିର ବିକ୍ରୟ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ*

*ଭୁବନେଶ୍ବର: ରନ୍ଧନ ଗ୍ୟାସ୍‌ ପାଇଁ ଜନସାଧାରଣ ବ୍ୟସ୍ତ ହୁଅନ୍ତୁ ନାହିଁ। ରାଜ୍ୟରେ ଆବଶ୍ୟକ ପରିମାଣର ଗ୍ୟାସ୍‌ ମହଜୁଦ ରହିଛି। ପ୍ରତି ସମୀକ୍ଷା ବୈଠକରେ ରାଜ୍ୟ ସରକାର ଏଭଳି ଢଙ୍ଗରେ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଉଛନ୍ତି। ବାସ୍ତବରେ ରାଜ୍ୟରେ ଗ୍ୟାସ୍‌ ସଂକଟ ଅସମ୍ଭାଳ ହେଲାଣି। ଗ୍ୟାସ୍‌ ଅଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ରାଜରାସ୍ତାରେ ସିଲିଣ୍ଡର ରଖି ପ୍ରତିବାଦ କରୁଛନ୍ତି। ହୋଟେଲ ଓ ରେସ୍ତୋରାଁମାନଙ୍କ ମାସିକ ଆବଶ୍ୟକତାର ୨୦% ଗ୍ୟାସ୍‌ ପ୍ରଦାନ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ନିୟମିତ ହୋଇ ପାରୁନାହିଁ।

ଏଥିପାଇଁ ଜଳଖିଆ ଦୋକାନଠାରୁ ଆରମ୍ଭ କରି ହୋଟେଲରେ ତାଲା ଝୁଲିଲାଣି। ଏଭଳି ପରିସ୍ଥିତିରେ ଗ୍ୟାସ୍‌ ବିତରଣ ଦାୟିତ୍ବରେ ଥିବା କମ୍ପାନିର ବିକ୍ରୟ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଲାଣି। ଗ୍ୟାସ୍‌ର କଳାବଜାରୀ କିମ୍ବା ଉପଭୋକ୍ତା କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଏହି ଅଧିକାରୀଙ୍କୁ ଯୋଗାଯୋଗ କରି ନ ପାରି କେବଳ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଏଠିସେଠିକୁ ଦୌଡ଼ୁଛନ୍ତି।*