ଡବଲପାହାଡ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ

୧୫ ବର୍ଷହେଲା ଚର୍ଚ୍ଚ ବାରଣ୍ଡାରେ ଚାଲିଛି ପାଠପଢ଼ା।

ଡବଲପାହାଡ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ

ଚିତ୍ରକୋଣ୍ଡା ତା ୫/୯

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ସ୍ବାଭିମାନ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଚିତ୍ରକୋଣ୍ଡା ବ୍ଲକ ରାଲେଗଡ଼ା ପଞ୍ଚାୟତ ଅଧୀନସ୍ଥ ଡବଲପାହାଡ଼ ପ୍ରାଥମିକ ବିଦ୍ୟାଳୟର ନିଜସ୍ବ ଗୃହ ନଥିବାରୁ ଗତ ୧୫ ବର୍ଷ ଧରି ପିଲାମାନେ ଚର୍ଜ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ୨୦୧୧ ମସିହାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ନେଇ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ଶିଶୁବାଟିକା କୁ ମିଶାଇ ବର୍ତ୍ତମାନ ୪୩ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ପ୍ରଧାନଶିକ୍ଷକ ବିବେକାନନ୍ଦ ଶାଗିରି ଓ ଜଣେ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ମାତ୍ର ବିଦ୍ୟାଳୟରେ ରୋଷେଇ ଘର ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। ମଧ୍ୟାହ୍ନ ଭୋଜନ ମଧ୍ୟ ରୋଷେୟାଙ୍କ ଘର ବାରଣ୍ଡାରେ ପ୍ରସ୍ତୁତ ହେଉଛି । ସ୍କୁଲ ଗୃହ ନ'ଥିବା ରୁ ବିଦ୍ୟାଳୟର ସମସ୍ତ ଜରୁରୀ ନଥି ପତ୍ର ଓ ବିଭିନ୍ନ ପ୍ରକାର ସାମଗ୍ରୀଗୁଡିକ ଗ୍ରାମର କେତେ ଜଣ ଲୋକଙ୍କ ଘରେ ରଖାଯାଇଥିବା ଜଣାପଡିଛି।

ବିଦ୍ୟାଳୟର ପରିଚାଳନା କମିଟିର କର୍ତ୍ତୃପକ୍ଷ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଓ ପ୍ରଶାସନିକ ଅଧିକାରୀଙ୍କୁ ସ୍କୁଲ ଗୃହ ଲାଗି ଦାବି କରିଥିଲେ।

ବିଦ୍ୟାଳୟ ଗୃହ ନିର୍ମାଣ ଲାଗି ୨୦୨୧ରେ ସମଗ୍ର ଶିକ୍ଷା ଯୋଜନାରେ ୧୩ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ୫ ବର୍ଷ ଧରି ଏହା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ କିଛି 

ବର୍ଷ ହେଲା ନିକଟସ୍ଥ ଚର୍ଚ୍ଚ ବାରଣ୍ଡାରେ ପାଠପଢା ଚାଲିଛି

ବର୍ଷା ସମୟରେ ପିଲାମାନେ ଚର୍ଚ୍ଚ ବାରଣ୍ଡାରେ ଭିଜିଭିଜି ପାଠ ପଢୁଛନ୍ତି। ଏହା ପୂର୍ବରୁ ପିଲାମାନେ ଗ୍ରାମର କିଛି ଲୋକଙ୍କ ଘର ବାରଣ୍ଡାରେ ବସି ପାଠ ପଢୁଥିଲେ ।

ସମସ୍ୟା ସମ୍ପର୍କରେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀ ଏବଂ ଜିଲ୍ଲା ଶିକ୍ଷାକାରୀ ଚିତ୍ତରଂଜନ ପାଣିଗ୍ରାହୀ ଏନେଇ ଅବଗତ ଅଛନ୍ତି ସ୍କୁଲ ନିର୍ମାଣ ଲାଗି ଆବଶ୍ୟକୀୟ ଅନୁଦାନ ପ୍ରଦାନ କରାଯାଇଥ‌ିବା କହିଛନ୍ତି ।କାମ ପୂର୍ବରୁ ଜଣେ ଠିକାଦାର କରୁଥିବା ବେଳେ ଅନୁଦାନ ବନ୍ଦ ହେବା ପରେ ସେ କାମ ବନ୍ଦ କରିଦେଇଥିଲେ । ଏବେ ଅନୁଦାନ ଆସିବା ପରେ ଗୃହ ନିର୍ମାଣ କାମ ବର୍ତ୍ତମାନ ପୁଣି ଆରମ୍ଭ ହୋଇଥିବା ଏବଂ ସେପ୍ଟେମ୍ବର ୧୦ ସୁଦ୍ଧା କାମ ଶେଷ କରାଯିବ ବୋଲି ସମଗ୍ର ଶିକ୍ଷା ଯୋଜନାର କନିଷ୍ଠ ଯନ୍ତ୍ରୀ ଶରତ ଚର୍ବି ସୂଚନା ଦେଇଛନ୍ତି। ବାରମ୍ବାର ଶିକ୍ଷା ବିଭାଗର ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସ୍କୁଲ କାମ ସଂପୂର୍ଣ ହୋଇପାରୁନଥିବା କମିଟିର ସଭାପତି ସାନମା ଖିଲ, ସଦସ୍ୟ ଲିଖ ହନ୍ତାଳ,କୁମୁରି ହନ୍ତାଳ, ବାଦ୍ରୀ ପାଙ୍ଗି, ସନ୍ଧ୍ୟା ହନ୍ତାଳ, ଡମେଇ ହନ୍ତାଳ,ଦେଓ ଖିଲ ପ୍ରମୁଖ ପ୍ରକାଶ କରିଛନ୍ତି।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)