ବେଣାଗାଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରଲୋକ

ବେଣାଗାଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରଲୋକ

ଖଣ୍ଡପଡ଼ା ୧୬|୪ (ରଜତ ଦାସ୍) ଖଣ୍ଡପଡ଼ା ବ୍ଲକ ଅଧୀନ ବେଣାଗାଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ବିଶିଷ୍ଟ ସମାଜସେବୀ ଭାବେ ପରିଚିତ ଆର୍ତ୍ତବନ୍ଧୁ ଗୋଛୀଙ୍କର (୮୧) ଗୁରୁବାର ଦିବା ୧ ଘଣ୍ଟା ସମୟରେ ପରଲୋକ ହୋଇଯାଇଛି। ଦିର୍ଘ ମାସ ଧରି ବାର୍ଦ୍ଧକ୍ଯଜନିତ ରୋଗରେ ସେ ପୀଡ଼ିତ ଥିଲେ। ବେଣାଗାଡିଆ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ଯ ଭାବେ ସେ ୨ ଥର ନିର୍ବାଚିତ ହୋଇ ସୁଚାରୁ ରୁପେ ଦାୟୀତ୍ବ ତୁଲାଇ ଥିଲେ।ତାଙ୍କ କାର୍ଯ୍ୟକାଳ ସମୟରେ ବେଣାଗାଡିଆ ପଞ୍ଚାୟତରେ ସେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଯାଇଛନ୍ତି। ୯ ରାଜ୍ଯ ଖଣ୍ଡାୟତ ସମାଜର ସଭାପତି ଓ ସଂପାଦକ ଭାବେ ସ୍ବର୍ଗତ ଗୋଛୀ ଦାୟୀତ୍ବ ତୁଲାଇ ଥିଲେ। ଜଣେ ସରଳ,ନିଷ୍କପଟ ଓ ଅମାୟିକ ବ୍ୟକ୍ତି ଭାବେ ସେ ବିଭିନ୍ନ ମହଲରେ ବେଶ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷଙ୍କ ସମେତ ଶହଶହ ଜନସାଧାରଣ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭିର ଶୋକପ୍ରକାଶ ପାଇଥିବା ବେଳେ ଶବ ଶୋଭାଯାତ୍ରାରେ ଶହଶହ ଜନସାଧାରଣ ସାମିଲ ହୋଇଥିଲେ। ତାଙ୍କ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ବେଣାଗାଡିଆ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମ ପରିକ୍ରମା କରାଯିବା ପରେ ସ୍ଥାନୀୟ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ଥିବା ଜଣାପଡିଛି। ତାଙ୍କର ଏକମାତ୍ର ପୁତ୍ର ସୁଶାନ୍ତ କୁମାର ଗୋଛୀ ମୁଖାଗ୍ନି ଦେଇଥିଲେ।ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି।ସୂଚନାଯୋଗ୍ଯ ଗତକାଲି ବୁଧବାର ରାତି ୮ ଟା ରେ ସ୍ବର୍ଗତ ଗୋଛୀଙ୍କର ଧର୍ମ ପତ୍ନୀଙ୍କର ବିୟୋଗ ହୋଇଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡିଛି।