ତାତିରୁ ମିଳିଲା ତ୍ରାହି .

ତାତିରୁ ମିଳିଲା ତ୍ରାହି  .

ତାତିରୁ ମିଳିଲା ତ୍ରାହି । ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆହୁରି ଦୁଇ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ,ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁର ସମ୍ମିଶ୍ରଣ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ଜଗତ୍‌ସିଂହପୁର ,କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ  ଜାରି କରାଯାଇଛି । କୁଆପଥର ସହ ବିଜୁଳି ଘଡଘଡି ବର୍ଷା ହେବ । ଏହାସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷାକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।