ଦୁରୁଆ ସମାଜର ଜିଲ୍ଲା ଓ ବ୍ଲକ ନୂତନ କର୍ମକର୍ତ୍ତା ଚୟନ।

ଦୁରୁଆ ସମାଜର ଜିଲ୍ଲା ଓ ବ୍ଲକ ନୂତନ କର୍ମକର୍ତ୍ତା ଚୟନ।

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର )ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ସତ।କିନ୍ତୁ ସ୍ୱାଧୀନତାର ସାତ ଦସନ୍ଦି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଦିବାସୀ ମାନେ ଅବହେଳିତ ଓ ଅନୁନତ ଅବସ୍ଥାରେ ବଞ୍ଚିଛନ୍ତି।ଯେତେବେଳେ ଲୋକେ ଡିଜିଟାଲ ଦୁନିଆରେ ପାଦ ଦେଇ ସାରିଲେଣି।କିନ୍ତୁ ଆଜିବି ଗ୍ରାମାଞ୍ଚଳରେ ଥିବା ଆଦିବାସୀ ମାନଙ୍କ ନିକଟରେ ସରକାରଙ୍କ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଆଦିବାସୀ ମାନେ।ସେଥିପାଇଁ ଏବେ ଆଦିବାସୀ ମାନେ ଏକତ୍ରିକ ହେଲେଣି ନିଜର ହକ ପାଇଁ ନିଜେ ଲଢେଇ କରିବା ପାଇଁ।ରାଜ୍ୟରେ ଅନେକ ପ୍ରକାର ଆଦିବାସୀ ଅଛନ୍ତି ବର୍ତ୍ତମାନ ଯୁଗରେ ସମସ୍ତେ ନିଜ ନିଜ ସମାଜର ବ୍ଲକ,ଜିଲ୍ଲା ଓ ରାଜ୍ୟ ସ୍ତରୀୟ କମିଟି ଗଠନ କରିବା ସହିତ ନେତୃତ୍ୱ ନେବା ପାଇଁ ମଧ୍ୟ କର୍ମକର୍ତ୍ତା ଚୟନ କରୁଛନ୍ତି।ତାହା ସହିତ ଆଦିବାସୀଙ୍କ ମହାସଂଘ ର ବରିଷ୍ଠ କର୍ମକର୍ତ୍ତା ମାନେ ଆଦିବାସୀଙ୍କ ହକ ପାଇଁ ସରକାରଙ୍କ ନିକଟରେ ଆନ୍ଦୋଳନ ଜାରି ରଖିଛନ୍ତି।ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ଦୁରୁଆ ସମାଜର ଆଜି ଜିଲ୍ଲା ତଥା ବ୍ଲକ କର୍ମକର୍ତ୍ତା ଚୟନ ହୋଇଛି।ଦୁରୁଆ ସମାଜର ବରିଷ୍ଠ ଉପଦେଷ୍ଟା ବଳଦେବ ନାୟକଙ୍କ ସଭାପତିତ୍ୱ ରେ ମାଲକାନଗିରି ଜିଲ୍ଲା ଯଦୁଗୁଡା ପାଣ୍ଡାପାଲ୍ଲୀ ଶିବ ମନ୍ଦିର ପରିସରରେ ଜିଲ୍ଲା ଦୁରୁଆ ସମାଜର ଏକ ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମାଲକାନଗିରି ଜିଲ୍ଲା ଦୁରୁଆ ସମାଜର ନୂତନ ସଭାପତି ଭାବରେ ଶିବଶଙ୍କର ଧାରୁଆ,ଜିଲ୍ଲା ଉପ ସଭାପତି ଶ୍ଯାମସୁନ୍ଦର ପଡିଆମି, ମାଥିଲି

ଵ୍ଳକ ସଭାପତି ଗଗନ କୁମାର ଦୁରୁଆ ଓ ମାଥିଲି ବ୍ଲକ ଉପ ସଭାପତି ଭାବରେ ନାନି ଦୁରୁଆଙ୍କୁ ସର୍ବ ସହମତି କ୍ରମେ ଚୟନ କରାଯାଇଛି।ଜିଲ୍ଲାରେ ଦୁରୁଆ ସମାଜର ଛାତ୍ରଛାତ୍ରୀ ମାନେ କିପରି ଶିକ୍ଷାର ଉନ୍ନତି କରିବେ ଓ ଦୁରୁଆ ଭାଷା ଭିତିକ ଶିକ୍ଷକ ନିଯୁକ୍ତି କରିବେ ସେଥିପାଇଁ ସଂଘ ସରକାରଙ୍କ ନିକଟରେ ଦାବି ରଖିବ ବୋଲି ନୂତନ କର୍ମକର୍ତ୍ତା ମାନେ ଗଣମାଧ୍ୟମ ଙ୍କୁ ପ୍ରତିକ୍ରିୟା ରଖିଥିଲେ।