ଦୁର୍ଘଟଣାରେ ଗୁରୁତ୍ତର ଆହତ ମାନଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଥିବା ସାମ୍ବାଦିକ ହେଲେ ପୁରସ୍କୃତ .

ଦୁର୍ଘଟଣାରେ ଗୁରୁତ୍ତର ଆହତ ମାନଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଥିବା ସାମ୍ବାଦିକ ହେଲେ ପୁରସ୍କୃତ . ମାଲକାନଗିରି, ୩।୫(ସପ୍ର): ଦୁର୍ଘଟଣାରେ ଗୁରୁତ୍ତର ଆହତ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଇ ସେମାନଙ୍କ ଜୀବନ ବଞ୍ଚାଇ ପୁରସ୍କୃତ ହେଲେ ସାମ୍ବାଦିକ ଦିଲୀପ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଅନେକ ସମୟରେ ସଡକ ଦୁର୍ଘଟଣାରେ ଗୁରୁତ୍ତର ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଚିକିତ୍ସାଳୟକୁ ନେଇଥାନ୍ତି। ସବୁବେଳେ ତାଙ୍କର ଏହି ଗୁଣ ପାଇଁ ସେ ବେସ ପ୍ରଶଂସାର ପାତ୍ର ହୋଇଥିବା ବେଳେ ବିଗତ ଦିନରେ ସେ ସଡକ ଦୁର୍ଘଟଣାରେ ଆହତ ୪ ଜଣ ବ୍ୟକ୍ତିଙ୍କୁ ସଠିକ ସମୟରେ ଉଦ୍ଧାର କରି ଚିକିତ୍ସାଳୟ ନେଇଥିବାରୁ ସେମାନଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। ଯାହାକୁ ନେଇ ଆଜି ଶ୍ରୀ ପଟ୍ଟନାୟକଙ୍କୁ ଜିଲ୍ଲା ସଦରରେ ଥିବା ଡିଆରଡିଏ କାର୍ଯ୍ୟଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଏସପି ବିନୋଦ ପାଟିଲ ଓ ଅନ୍ୟ ବିଭାଗୀୟ ଅଧିକାରିଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରଯାଇଥିଲା। ଶ୍ରୀ ପଟ୍ଟନାୟକଙ୍କ ଏପରି କାର୍ଯ୍ୟକୁ ବେସ ପ୍ରଶଂସା କରାଯାଉଥିବା ବେଳେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଓ ଜିଲ୍ଲା ଲୟର୍ସ ଆସୋସିଏସନ ପକ୍ଷରୁ ମଧ୍ୟ ତାଙ୍କୁ ପ୍ରଶଂସା କରିବା ସହ ଆଗକୁ ଏପରି ମହତ କାର୍ଯ୍ୟ ଜାରି ରଖିବା ପାଇଁ ଉତ୍ସାହିତ କରଯାଇଥିଲା। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .

ଦୁର୍ଘଟଣାରେ ଗୁରୁତ୍ତର ଆହତ ମାନଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଥିବା ସାମ୍ବାଦିକ ହେଲେ ପୁରସ୍କୃତ .