ଦୁର୍ବତଙ୍କ ଆକ୍ରମଣରେ ୱେବସାମ୍ବାଦିକ ମୃତ .

ଦୁର୍ବତଙ୍କ ଆକ୍ରମଣରେ ୱେବସାମ୍ବାଦିକ ମୃତ .

ଦୁର୍ବତଙ୍କ ଆକ୍ରମଣରେ ୱେବସାମ୍ବାଦିକ ମୃତ .

ସାମ୍ବାଦିକ ହତ୍ୟାଘଟଣାର ଅଭିଯୁକ୍ତଙ୍କୁ ଗିରଫ ସହ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦେଵା ଓ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଦାବି ନେଇ ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ। 

ମାଲକାନଗିରି, ୧୩।୭  ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରର ୱେବ୍ ଚେନାଲ ସାମ୍ବାଦିକ ଚିନ୍ତାକାଏଲୁ ନରେଶ କୁମାରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରା ପଡିନଥିବା ବେଳେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସମନ୍ଵୟ କମିଟି ର ସଦସ୍ୟ ଓ ମାଲକାନଗିରି ଜିଲ୍ଲାର ଅନ୍ୟ ଗଣ ମାଧ୍ୟମର ପ୍ରତିନିଧି ମାନେ ଆଜି ମାଲକାନଗିରି ଏସପି ଵିନୋଦ ପାଟିଲଙ୍କୁ ଭେଟି ତାଙ୍କ ଜରିଆରେ ତିନି ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରିଛନ୍ତି। ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ହତ୍ୟା କାରୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ବ୍ୟବସ୍ଥା କରିବା, ମୃତକଙ୍କ ପରିବାରଙ୍କୁ ୩୦ଲକ୍ଷ ଟଙ୍କା କ୍ଷତି ପୁରଣ ପ୍ରଦାନ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁକରିବା। ଏସପି ବିନୋଦ ପାଟିଲ ଦାବି ପତ୍ର ଗ୍ରହଣ କରିବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି। ସେ ଏହି ଘଟଣା କୁ ଗୁରୁତ୍ୱ ଦେଇ ନିଜେ ଘଟଣା ସ୍ଥଳ କୁ ଯାଇ ଆଜି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ ଯେ ଗତକାଲି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡା ଜଙ୍ଗଲ ରାସ୍ତାରେ କିଛି ଦୁର୍ବୁତ୍ତ ୱେବ ସାମ୍ବାଦିକଙ୍କୁ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସାମ୍ବାଦିକଙ୍କ କାର ନେଇ ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଛନ୍ତି। ମୋଟୁ ଥାନାସ୍ଥ ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏକ କାରରେ ଯାଉ ଥିବା ବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୁତ୍ତ ଆସି କାର ଅଟକାଇ ହଟାତ ଆକ୍ରମଣ କରିଥିଲେ। ଖଣ୍ଡା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ସି.ଏଚ ନରେଶଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ନରେଶଙ୍କୁ ପ୍ରଥମେ ମୋଟୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ମେଡିକାଲ ଗତ କାଲି ରାତ୍ରରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଥାଉକି ମୃତ ସାମ୍ବାଦିକ ଙ୍କ ବାପାଙ୍କର ଗତ କିଛି ଦିନ ପୂର୍ବରୁ ମୃତ୍ୟୁ ଘଟିଛି, ଘରେ ସେ ଏକ ମାତ୍ର ରୋଜଗାରକ୍ଷମ ପୁଅ ଥିଲେ, ସେ ଗତ ବର୍ଷକ ତଳେ ବିବାହ କରିଥିଲେ। ଏବେ ଘରକୁ ବୃଦ୍ଧା ମା, ବିଧବା ପତ୍ନୀ, ଭଉଣୀ ଅସହାୟ ହୋଇପଡ଼ିଛନ୍ତି। ସେମାନଙ୍କ ଆଖିରୁ ଲୁହ ଶୁଖୁନାହିଁ, ଏହି ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ସମଗ୍ର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇଦେଇଛି। ଦାବିପତ୍ର ପ୍ରଦାନ ସମୟରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, କୋଷାଧକ୍ଷ ହୃଷୀକେସ ଶେଠୀ, ବରିଷ୍ଟ ଉପଦେଷ୍ଟା ରତ୍ନାକର ଦାସ, ରାଜ୍ୟ ସଦସ୍ୟ ନୃସିଙ୍ଘ ଚରଣ ମହାନ୍ତି, ସଦସ୍ୟ ଦିଲୀପ ପଟ୍ଟନାୟକ, ମନୋଜ ସାହା, ରାହୁଲ ନାୟକ, ଗୌରି ଶଙ୍କର ପଣ୍ଡା, ବିକ୍ରମ ସ୍ଵାଇଁ, ଏମ ଚନ୍ଦ୍ର ରାଓ, ବାଦଲ ବିଶ୍ଵାଳ, ଦୀପକ ମହାରଣା, ଅବିନାଶ ବେହେରା, ସମନ୍ଵୟ କମିଟିର ସଦସ୍ୟ ଦେବବ୍ରତ ସାନା, ପ୍ରକାଶ ପଟ୍ଟନାୟକ, ବଂଶିଧର ମୁଦୁଲି, ସାମ୍ବାଦିକ ଜୟନ୍ତ ତିଆଡି ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
ମାଲକାନଗିରି ରୁ ଶିବପ୍ରସାଦ ପରିଛ ବିଶେଷ ଖବର