ମାଥିଲି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୮୧.୦୬% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୭୧.୦୫% ପାସହାର ରହିଛି।
ମାଥିଲି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୮୧.୦୬% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୭୧.୦୫% ପାସହାର ରହିଛି।
ମାଥିଲି,୨୧,୦୫ ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରେ ଏକ ମାତ୍ର ଉଚ୍ଚ ମାଧ୍ୟମିକ କଳା ବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ-୨ କଳା ରେ ୮୧.୦୬% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି।ଚଳିତ ବର୍ଷ ଯୁକ୍ତ-୨ କାଳରେ ମୋଟ-୩୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୧୧ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୧୧ ଜଣଙ୍କ ମଧ୍ୟରୁ ୨୪ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୬ଜଣ ଦ୍ୱିତୀୟ ଶ୍ରେଣୀରେ ବିଦ୍ୟାର୍ଥୀ ମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି।ପ୍ରଥମ ଶ୍ରେଣୀର ୨୪ ଜଣଙ୍କ ମଧ୍ୟରୁ ସନ୍ୟାସୀ ଗୌଡ଼-୪୬୬ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି। ୪୩୨ ନମ୍ବର ରଖି ସୁରେଶ ମାଝୀ ଦ୍ୱିତୀୟ ସ୍ଥାନ ହାସଲ କରି ମାଥିଲି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନାମ ଟେକ ରଖିଛନ୍ତି।ସେହିପରି ଚଳିତ ବର୍ଷ ଯୁକ୍ତ-୨ ବାଣିଜ୍ୟରେ ୭୧.୦୫ ପ୍ରତିଶତ ପାସ ହାର ରହିଛି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯୫ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରେ ୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।ବିଦ୍ୟାଳୟ ରେ ଅବିନାଶ ବୁରୁଡ଼ି ୪୫୪ ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ହରି ସୀସା ୪୦୦ ନମ୍ବର୍ ରଖି ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବ୍ରତ କୁମାର ଭଦ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ମାଲକାନଗିରି ଜିଲ୍ଲା ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର