ନାଳ ନର୍ଦମା ସଫା କରାଯାଇ ସ୍ୱଚ୍ଛ ନିର୍ମଳ କରିବା ପାଇଁ ରାତ୍ରିରେ ସାହି ସାହିରେ ପରିଦର୍ଶନ କରିଲେ ବିଡ଼ିଓ ଓ ଟିମ। .

ନାଳ ନର୍ଦମା ସଫା କରାଯାଇ ସ୍ୱଚ୍ଛ ନିର୍ମଳ କରିବା ପାଇଁ ରାତ୍ରିରେ ସାହି ସାହିରେ ପରିଦର୍ଶନ କରିଲେ ବିଡ଼ିଓ ଓ ଟିମ। .
ସ୍ୱଚ୍ଛ ପରିବେଶ ସୁସ୍ଥ ସମାଜ ଗଠନ ପାଇଁ ରାତି ଅଧରେ ଆଗେଇ ଆସିଛନ୍ତି ବିଡ଼ିଓ । ରାତି ଅଧରେ ଗାଁର ସାହି ସାହି ବୁଲି ନଳ ନର୍ଦମା କିପରି ସଫା କରାଯିବ। ଏବଂ ସାହି ଗୁଡିକର ବର୍ଷା ସମୟରେ ବର୍ଷା ପାଣି କିପରି ନିଷ୍କାସନ କରାଯିବ ତାହାର ତର୍ଜମା କରିଛନ୍ତି ବିଡ଼ିଓ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମାରେ। ଗତକାଲି ବିଳମ୍ବିତ ରାତିରେ ମାଥିଲି ବିଡ଼ିଓ ପ୍ରମୋଦ କୁମାର ବେହେରା, ବ୍ଲକ ନିର୍ବାହୀଯନ୍ତ୍ରୀ ହୃଦୟ ରଞ୍ଜନ ବାଘ , କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମହାନ୍ତି ଓ ସଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣାଙ୍କୁ ନେଇ ମାଥିଲି ସଦର ରେ ସମସ୍ତ ସାହିରେ ଥିବା ନାଳ ନର୍ଦମା ଗୁଡିକ କିପରି ତୁରନ୍ତ ସଫେଇ କରାଯାଇ ସାହି ଗୁଡିକର ବର୍ଷା ପାଣିକୁ ନିଷ୍କାସନ କରାଯିବ ତାହାର ତର୍ଜମା କରିଥିଲେ।ଖାଲି ବର୍ଷା ପାଣି ନୁହେଁ ପଞ୍ଚାୟତ ସମସ୍ତ ଗ୍ରାମର ସାହି ଗୁଡିକ କିପରି ସ୍ୱଚ୍ଛ ନିର୍ମଳ ରହିବ ତାହା ଉପରେ ବ୍ଲକ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମତ ରଖିଥିଲେ ବିଡ଼ିଓ।ପରିବେଶ ସ୍ୱଚ୍ଛ ରହିଲେ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ସମାଜ ଗଠନ ହୋଇ ପାରିବ । ଏହି ମହତ୍ତ୍ୱ ଉଦେଶ୍ୟ ରଖି ମାଥିଲି ବିଡ଼ିଓ ରାତି ଅଧରେ ଆଗେଇ ଆସି ସାହି ସାହି ପରିଦର୍ଶନ କରିଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବରେ ଏପରି ମହତ୍ତ୍ୱ କାର୍ଯ୍ୟଟି ନିଜେ ହାତକୁ ନବିଥିବା ପାଇଁ ମାଥିଲି ଅଞ୍ଚଳରେ ସ୍ଥାନୀୟ ବିଡ଼ିଓ ଶ୍ରୀଯୁକ୍ତ ବେହେରା ଙ୍କୁ ପ୍ରଶଂସା କରିଛନ୍ତି ଅଞ୍ଚଳ ବାସୀ। ସାହି ସାହି ବିଡ଼ିଓ ଙ୍କ ପରିଦର୍ଶନ ସମୟରେ ସ୍ଥାନୀୟ ବ୍ୟବସାୟୀ ବି,ନୌକା ରାଜୁଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଜିତୁ ଚୌଧୁରୀ ଙ୍କ ସମେତ ଅନେକ ଯୁବକ ମାନେ ଉପସ୍ଥିତ ଥିଲେ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର