ଦାଦନ ଶ୍ରମିକଙ୍କ ନାବାଳକ ପୁଅ ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ମୃତ।

ଦାଦନ ଶ୍ରମିକଙ୍କ ନାବାଳକ ପୁଅ ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ମୃତ।

ଦାଦନ ଶ୍ରମିକଙ୍କ ନାବାଳକ ପୁଅ ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ମୃତ।

ମାଲକାନଗିରି ଜିଲ୍ଲା ମାଥିଲି, ୨୮ ,୦୫   କେନ୍ଦ୍ର ଓ ରାଜ୍ୟ ସରକାର ଦାଦନ ଶ୍ରମିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଗାଁରେ ପରିବାର ଭରଣ ପୋଷଣ କରିବା ପାଇଁ କାର୍ଯ୍ୟ ନପାଇ ଲୋକେ ନିଜର ସ୍ତ୍ରୀ ପିଲା ଛୁଆଙ୍କୁ ଛାଡି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ ପକ୍ଷରେ ଘରର ଭଲ ମନ୍ଦ ବୁଝିବା କେହି ନାହାନ୍ତି ।ଘରେ ଏକାକୀ ସ୍ତ୍ରୀ ତାର ସଂସାର ଚଲେଇବା ସହିତ ନିଜର ପିଲା ମାନଙ୍କୁ ନଜର ରଖିବା ସମ୍ଭବ ନୁହେଁ।ଛୋଟ ପିଲାଙ୍କୁ ଆକଟ କରିବା ପାଇଁ ସମୟ ମିଳୁ ନଥିବା କାରଣରୁ ପିଲାମାନେ ସାଙ୍ଗ ସାଥୀଙ୍କ ମେଳରେ ଖେଳ କୁଦରେ ଦିନ କାଟନ୍ତି। ଯାହା ଫଳରେ ଅନେକ ସମୟରେ ଘଟଣା ଦୁର୍ଘଟଣା ର ଶିକାର ମଧ୍ୟ ହୁଅନ୍ତି ଛୋଟ ଛୋଟ ପିଲା ମାନେ। ସେହିପରି ଏକ ଘଟଣା ଘଟିଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ଥାନା ସାଲିମି ଫାଣ୍ଡି ଅନ୍ତର୍ଗତ ବାରୁବେଡା ଗ୍ରାମ ମୁଣ୍ଡାଗୁଡା ସାହିର କେଶବ ପୂଜାରୀଙ୍କ ୪ବର୍ଷର ନାବାଳକ ପୁଅ ରାଜବିର ପୂଜାରୀ ଦିନ ୨/୩ଟା ମଧ୍ୟରେ ଶୌଚ ହେବା ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ।କିନ୍ତୁ ବିଳମ୍ବ ହେବାରୁ ଘରେ ଥିବା କେଶବ ର ସ୍ତ୍ରୀ ଗାଁରେ ଖୋଜାଖୋଜି କରିଥିଲେ।ଗାଁରେ ବହୁ ଖୋଜାଖୋଜି କରିବା ପରେ ପୁଅ କୁ ପାଇ ନଥିଲେ।ଶେଷରେ ଗାଁ ନିକଟରେ ଥିବା ପୋଖରୀ ନିକଟରେ ପୁଅର ଚପଲ ପଡିଥିବା ଗାଁ ଲୋକେ ଦେଖିବକୁ ପାଇଥିଲେ।ଗାଁ ଲୋକଙ୍କ ସନ୍ଧେହ ବଢିବାରୁ ଗାଁର କିଛି ଯୁବକ ମାନେ ପୋଖରୀ ଭିତରେ ପଶି ଖୋଜାଖୋଜି କରିବା ସମୟରେ ୪ବର୍ଷର ନାବାଳକ ରାଜବିର ର ମୃତ ଶରୀରକୁ ଖୋଜି ପାଇଥିଲେ। ସଙ୍ଗେ ସଙ୍ଗେ ସାଲିମି ସରପଞ୍ଚ ବନ୍ଧୁ ଭୂମିଆଙ୍କୁ ଫୋନ ଯୋଗେ ଜଣାଇଥିଲେ।ଖବର ପାଇ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ସରପଞ୍ଚ ବିଳମ୍ବ ନକରି ସାଲିମି ଫାଣ୍ଡି ଅଧିକାରୀ ସଦାଶିବ ପୂଜାରୀଙ୍କୁ ଜଣାଇଥିଲେ।ଖବର ପାଇ ସାଲିମି ଫାଣ୍ଡି ଅଧିକାରୀ ଶ୍ରୀ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। କିନ୍ତୁ ବିଡମ୍ବନା ର ବିଷୟ ମୃତ ନାବାଳକ ର ବାପା ଦାଦନ ଶ୍ରମିକ ଭାବରେ ହାଇଦ୍ରାବାଦ ରେ ଥିବା କାରଣରୁ ମା ସୀତା ପୂଜାରୀଙ୍କ ଲିଖିତ ଅଭିଯୋଗ ପାଇବା ପରେ ମାଥିଲି ଥାନା ନମ୍ବର୍ ୨୨/୨୫ ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ମାଥିଲି ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିଲେ।ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଚାଲିଥିବା ଶ୍ରୀ ପୂଜାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ମୃତ ନାବାଳକ ରାଜବିର ର ବାପା ଘରେ ନଥିବା କାରଣରୁ ମା ସୀତା ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .