ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପକ୍ଷ ରୁ ବିପୁଳ ଚୋରା ମଦ ଜବତ୍ ସହିତ ଓ ଆଇଆଇସି ପ୍ରଦୀପ୍ତ କାନୁନଗୋ ଙ୍କ କାର୍ଯ୍ୟ କୁ ତାରିଫ୍ କଲେ ଅଞ୍ଚଳବାସୀ ।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପକ୍ଷ ରୁ ବିପୁଳ ଚୋରା ମଦ ଜବତ୍ ସହିତ ଓ ଆଇଆଇସି ପ୍ରଦୀପ୍ତ କାନୁନଗୋ ଙ୍କ କାର୍ଯ୍ୟ କୁ ତାରିଫ୍ କଲେ ଅଞ୍ଚଳବାସୀ ।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ରେ ନୂତନ ଆଇଆଇସି ପ୍ରଦୀପ୍ତ କାନୁନଗୋ ଯୋଗ ଦେବା ଦିନ ଠୁ ଗ୍ରାମାଞ୍ଚଳ ରେ ଥିବା ବହୁ ପଞ୍ଚାୟତ ରେ ଦିନ ଓ ରାତି ପେଟ୍ରୋଲିଙ୍କ ବ୍ୟବସ୍ଥା ବଢାଇ ଦେଇ ଛନ୍ତି।ଅସାମାଜିକ ଯୁବକ ଙ୍କ ଆଡା ଉପରେ ଚଢ଼ାଉ ଜାରି ରଖିବାରୁ ଅସାମାଜିକ ଯୁବକ ଙ୍କ ଉପରେ ଏକ ପ୍ରକାର କୋକୁଆ ଭୟ ଦେଖାଯାଇଛି।ଗ୍ରାମାଞ୍ଚଳ ରେ ଚୋରା ରେ ମଦ ବିକ୍ରି ହେଉଥିବାରୁ ବହୁ ଯୁବକ ଗାଁ ରେ ମଦ ପିଇ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଥିବାରୁ ନୂତନ ଆଇଆଇସି ପ୍ରଦୀପ୍ତ କାନୁନଗୋ ଚୋରା ମଦ ଦୋକାନ ଉପରେ କାଲି ଚଢ଼ାଉ କରି ବିପୁଳ ପରିମାଣ ରେ ମଦ ଜବତ କରିବା ଦ୍ୱାରା ଚୋରା ମଦ ବେପାରୀ ଙ୍କ ମନ ରେ କୋକୁଆ ଭୟ ଖେଳିଯାଇଛି।ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ପ୍ରଦୀପ୍ତ କାନୁନଗୋ ଓ ପୋଲିସ ଷ୍ଟାଫ ଙ୍କ ର ବିରାଟ ସଫଳତା ବିପୁଳ ପରିମାଣ ର ମଦ ଜବତକରିବା ଖବର ଗ୍ରାମାଞ୍ଚଳ ଥାନା ଅଞ୍ଚଳ ରେ ଥିବା ବିଭିନ୍ନ ପଞ୍ଚାୟତ ର ଜନସାଧାରଣ ଙ୍କ ମନ ରେ ଖୁସି ର ଲହରୀ ଖେଳି ଯାଇଛି।ଆସୁ ଆସୁ ଆଇଆଇସି ଙ୍କ ଚଢ଼ାଉ କୁ ଗ୍ରାମାଞ୍ଚଳ ର ଅଞ୍ଚଳ ବାସୀ ଆଇଆଇସି ଙ୍କ କାର୍ଯ୍ୟ କୁ ସ୍ୱାଗତ କରିଛନ୍ତି। ଆସାମୀ କାଶୀନାଥ ସେଠି କୁ ଗିରଫ କରି ଗ୍ରାମାଞ୍ଚଳ ଥାନା ପକ୍ଷ ରୁ କୋର୍ଟ ଚାଲାଣ କରାଯାଇଛି।ତାଙ୍କ ଠାରୁ ବିପୁଳ ମଦ ଜବତ ସହିତ ଗ୍ରାମାଞ୍ଚଳ ଥାନା ତରଫରୁ case no 431 dtd 24.8.2026 U/s 52(a) OEA . ରୁଜୁ କରାଯାଇଛି। ଆସୁ ଆସୁ ଚୋରା ମଦ ବେପାରୀ ଙ୍କ ଉପରେ ଚଢ଼ାଉ ଜାରି ରଖିବାରୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ରେ ଥିବା ବୁଦ୍ଧିଜୀବୀ,ସମାଜ ସେବୀ ଓ ବରିଷ୍ଠ ଜନସାଧାରଣ ଙ୍କ ପକ୍ଷ ରୁ ନୂତନ ଆଇଆଇସି ପ୍ରଦୀପ୍ତ କାନୁନଗୋ ଙ୍କୁ ଫୋନ ମାଧ୍ୟମ ରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା