ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ୫୬ ବର୍ଷ ପୂରଣ ହୋଇଯାଇଛି।

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ୫୬ ବର୍ଷ ପୂରଣ ହୋଇଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ର ଦ୍ୱିତୀୟ ସର୍ବପୁରାତନ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ର ୫୬ ପୂରଣ କୁ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି, ଆଜି ଏହାର ଶେଷ ଦିନ ଅବସରରେ କଲେଜ କର୍ତ୍ତୁପକ୍ଷଙ୍କ ତରଫରୁ ବହୁ ମାନ୍ୟଗଣ୍ୟ ଲୋକ ମାନଙ୍କୁ ନିମନ୍ତ୍ରଣ କରିବା ସହିତ ପୁରାତନ ଛାତ୍ରଛାତ୍ରୀ ମନଙ୍କ ସହିତ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଆମନ୍ତ୍ରିତ କରାଇ ସର୍ଣ୍ଣ ଜୟନ୍ତୀ କୁ ବହୁ ଆଡମ୍ୱରରେ ପାଳନ କଲେ। ବଡବିଡମ୍ୱନା ଯେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଙ୍କ ପରିବାରର ଜଣକୁ ମଧ୍ୟ ଡକାଇ ନାହାନ୍ତି ତା ସହିତ ଏବେ କାର ଦଳର ନେତା ମାନଙ୍କ କେହି ଜଣେ ବି ଉପସ୍ଥିତ ନ ଥିଲେ। ଏହି କାରଣରୁ ପଟ୍ଟାମୁଣ୍ଡାଇ ର କିଛି ବାସିନ୍ଦା ଙ୍କ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି। ଏହା ଏକ ଶିକ୍ଷାନୁଷ୍ଠାନ ହୋଇ ଥିବାରୁ। ଶିକ୍ଷାର ନବିକରଣ ଓ ପିଲାମାନଙ୍କୁ କିପରି ସବୁ କ୍ଷେତ୍ର ରେ ଆଗୁଆ କରିବାକୁ ହେବ ତାହାର କିଛି ଉପାୟ ବିଷୟ ରେ କେହି ବି ଜଣେ ଉଥାପନ କରି ନହାନ୍ତି। ବିନ ଥିଲା ଏହି ବିଦ୍ୟାଳୟ କୁ ପଢୀବାପାଇଁ ଜିଲ୍ଲା ବାହାରୁ ବହୁ ଛାତ୍ରଛାତ୍ରୀ ଧାଇଁ ଆସୁଥିଲେ ହେଲେ ଏବେ ତାହା ବହୁ ମାତ୍ରାରେ କମି ଗଲାଣି। ତେଣୁ ଆମେ କିଛି ଶିକ୍ଷାବିତ୍ ମାନଙ୍କୁ ପଚାରିବାରୁ ସେମାନେ ଏବେକାର ସରକାର ଙ୍କୁ ଆମ ଜରିଆରେ ନିବେଦନ କରିଛନ୍ତି ଯେ ଆପଣ ଏହାର ସଠିକ ଭାବେ ତନାଘନା କରି ଆମ୍ଭ ଆଗାମୀ ପିଡିକୁ ସଦ୍ ମାର୍ଗରେ ଓ ସଠିକ୍ ଶିକ୍ଷା ପ୍ରଦାନ ସହ ଯୋଗ୍ୟ ବିବେଚିତ କରି ସମର୍ଥକ କରିବାକୁ । 

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର