ପଟ୍ଟାମୁଣ୍ଡାଇ ସାମ୍ବାଦିକ ସଂଘ ର ଦାବି ।

ପଟ୍ଟାମୁଣ୍ଡାଇ ସାମ୍ବାଦିକ ସଂଘ ର ଦାବି ।

ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ମୃତ୍ୟୁ ବରଣ କରିଥିବା ପିତବାସଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଏସ ୟୁ ଜେ ପଟ୍ଟାମୁଣ୍ଡାଇ ସାମ୍ବାଦିକ ସଂଘ ର ଦାବି ।

ପଟ୍ଟାମୁଣ୍ଡାଇ ୧୬/୩ ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଶ୍ରୀରାମପୁର ଗ୍ରାମରେ ଗତ ୧୨ ତାରିଖ ଦିନ ବ୍ରାହ୍ମଣୀ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ପିତବାସ ପରିଡ଼ା (୬୨) ଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ରାଜ୍ୟ ସାମ୍ବାଦିକ ୟୁନୀୟନ୍ (ଏସ ୟୁ ଜେ) ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ଗତ ୧୨ ତାରିଖ ମଧ୍ୟାହ୍ନରେ ଶ୍ରୀରାମପୁର ନିକଟ ବ୍ରାହ୍ମଣୀ ନଦୀରେ ଦୁଇ ନାବାଳିକା ପୂଜା ମଲିକ(୧୫) ଓ ପରି ମଲିକ (୧୨) ଗlଧlଉ ଥିବାବେଳେ ପାଣିରେ ବୁଡ଼ି ଯାଉଥିବା ଦେଖି ପିତବାସ ପାଣିକୁ ଡେଇ ଦୁଇ ନାବାଳିକା ପୂଜା ଓ ପରୀଙ୍କୁ ଉଦ୍ଧାର କରିଥିଲେ ହେଁ ନଦୀ ସ୍ରୋତରେ ଭାସି ଯାଇ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଦୁଇଦିନ ପରେ ତାଙ୍କ ମୃତ ଦେହକୁ ନଦୀରୁ ଉଦ୍ଧାର କରାଯାଇଥିଲା।

ପିତବାସର ମୃତ୍ୟୁ ରେ ତାଙ୍କ ପରିବାର ବେସାହାରା ହୋଇ ପଡ଼ିଥିବାରୁ ତାଙ୍କ ପରିବାରକୁ ରାଜ୍ୟସରକାର ସହାୟତା ଯୋଗାଇ ଦେବା ଦାବିରେ ଏସ ୟୁ ଜେ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ସଭାପତି ଉପେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଉପ ସଭାପତି ସଞ୍ଜୟ ପଣ୍ଡା, ପଟ୍ଟାମୁଣ୍ଡାଇ ଉପ ସଭାପତି ଶିଶିର ସେଣ,ସମ୍ପାଦକ ସନ୍ତୋଷ ପତି, ପ୍ରମୋଦ ଜେନା, ବ୍ରଜବନ୍ଧୁ ଦାଶ, ଅଭିମନ୍ୟୁ ସେଠୀ, ଅଶୋକ ସାହୁ, ସୁକୁମାର ପରିଡ଼ା , ମିର୍ଜା ସlଜ୍ଜନ ବେଗ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ ଦାବି ପତ୍ର ଗ୍ରହଣ କରିଥିଲେ।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା