ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼ ଜିଲ୍ଲା ର ସଂସ୍କୃତି ଭବନ ରେ ଅନୁଷ୍ଠିତ ହୋଇଯାଇଛି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼ ଜିଲ୍ଲା ର ସଂସ୍କୃତି ଭବନ ରେ ଅନୁଷ୍ଠିତ ହୋଇଯାଇଛି

ନୟାଗଡ ତା ୨୫/୪ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼ ଜିଲ୍ଲା ର ସଂସ୍କୃତି ଭବନ ରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵାଵେଳେ ସମ୍ମାନୀୟ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତ, ମାନ୍ୟବର ସାଂସଦ, କନ୍ଧମାଳ ଙ୍କ ପ୍ରତିନିଧି, ରାଘବ ମଲ୍ଲିକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ, କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ , ଝାଡେଶ୍ୱର ଦାସ, ବ୍ଲକ ଉନ୍ନୟନ ଅଧିକାରୀ ଐଶ୍ୱର୍ଯ୍ୟା ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାମ୍ବାଦିକ ରାମକୃଷ୍ଣ ରଥ ।ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭକରାଯାଇଥିଲା । ଏହାପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ପରେ ପରେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ‌ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ଆଜି ର ଆଭିମୁଖ୍ୟ ବିଷୟରେ ଅବଗତ ‌କରାଇଥିଲେ।ଆଭାସି ମାଧ୍ୟମରେ ବଲାଙ୍ଗୀର ଜିଲ୍ଲା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ରେ ଯୋଡ଼ି ହୋଇ ‌ସମସ୍ତେ ଉପଭୋଗ କରିଥିଲେ lଏହାପରେ ‌ଵିଭିନ୍ନ ଯୋଜନାରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁପୁରସ୍କୃତ କରାଯାଇଥିଲା। ପ୍ରଥମେଅନ୍ତୋଦୟ ଗୃହ ଯୋଜନା ରେ ନୟାଗଡ଼ ବ୍ଲକ ପ୍ରଥମ ସ୍ଥାନ /ଓଡ଼ଗାଁ ବ୍ଲକ ଦ୍ୱିତୀୟ ସ୍ଥାନ ଏବଂ ନୂଆଗାଁ ବ୍ଲକ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି ।ସେହିପରି ମନରେଗା ଯୋଜନାରେ ଗଣିଆ ବ୍ଲକ ଶତ ପ୍ରତିଶତ କାମ କରି ପ୍ରଥମ ସ୍ଥାନ , ନୟାଗଡ଼ ବ୍ଲକ ଦ୍ୱିତୀୟ ସ୍ଥାନ ଏବଂ ଖଣ୍ଡପଡ଼ା ବ୍ଲକ ଇ-କେୱ।ଆସି ପାଇଁ ପୁରସ୍କୃତ ହୋଇଛନ୍ତି।ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରେ ୨୦୨୪-୨୫ ବର୍ଷ ପାଇଁ ସର୍ବୋଚ୍ଚ ଖର୍ଚ୍ଚ କରିଥିବା ବେଳେ ୨୦୨୫-୨୬ ବର୍ଷ ପାଇଁ ଭାପୁର ବ୍ଲକ ସର୍ବୋଚ୍ଚ ଖର୍ଚ୍ଚ କରିଥିବା ଯୋଗୁଁ ପୁରସ୍କୃତ କରାଯାଇଥିଲା lନିଜସ୍ୱ ସୂତ୍ରରୁ ୨୩ ଲକ୍ଷ ରାଜସ୍ୱ ସଂଗ୍ରହ କରି ନୟାଗଡ ବ୍ଲକର ଭୀରୁଡ଼ା ଗ୍ରାମ ପଞ୍ଚାୟତ ପ୍ରଥମ ସ୍ଥାନ ଗଣିଆ ବ୍ଲକର ଗଣିଆ ଗ୍ରାମ ପଞ୍ଚାୟତ 10ଲକ୍ଷ ରୁ ଉର୍ଦ୍ଧ ରାଜସ୍ବ ସଂଗ୍ରହ କରି ଦ୍ୱିତୀୟ ସ୍ଥାନ ଏବଂ ନୟାଗଡ଼ ବ୍ଲକର ଲେଙ୍କୁଡିପଡା ଗ୍ରାମ ପଞ୍ଚାୟତ 9 ଲକ୍ଷ ରୁ ଉର୍ଦ୍ଧ ରାଜସ୍ବ ସଂଗ୍ରହ କରି ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ ।ସ୍ୱଚ୍ଛ ଭାରତ ଅଭିଯାନ ରେ ଖଣ୍ଡପଡ଼ା ବ୍ଲକ ର ବନମାଳିପୁର ପ୍ରଥମ ସ୍ଥାନ, ଗଣିଆ ବ୍ଲକ ର ଗଣିଆ ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଏବଂ ରଣପୁର ବ୍ଲକ ର ଗୋପାଳପୁର ଗ୍ରାମ ପଞ୍ଚାୟତ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ପ୍ରଥମ ସ୍ଥାନ/ ଭାପୁର ବ୍ଲକ ଦ୍ୱିତୀୟ ସ୍ଥାନ ଏବଂ ନୂଆଗାଁ ବ୍ଲକ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ ।କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ଉପଯୋଗ କରିବାରେ ଭାପୁର ବ୍ଲକ ର ବାଘୁଆପଲ୍ଲୀ ଗ୍ରାମ ପଞ୍ଚାୟତ ପ୍ରଥମ ଓଡ଼ଗାଁ ବ୍ଲକ ର ପାଣ୍ଡିରିପଡା ଦ୍ୱିତୀୟ ସ୍ଥାନ ରେ ରହି ପୁରସ୍କୃତ ହୋଇଥିଲେ । ପୁରସ୍କାର ରେ ମାନପତ୍ର/ ଟ୍ରଫି ପ୍ରଦାନ କରାଯାଇଥିଲ l

ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର