admin Sep 10, 2026 2
admin Sep 9, 2026 13
admin Sep 5, 2026 200
admin Aug 31, 2026 5
admin Aug 13, 2026 18
admin Sep 12, 2026 6
admin Sep 12, 2026 55
admin Sep 12, 2026 82
admin Sep 12, 2026 49
admin Sep 12, 2026 17
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 10
admin Jul 25, 2026 18
admin May 29, 2026 9
admin Apr 17, 2026 63
admin Apr 14, 2026 31
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 66
admin Aug 29, 2026 6
admin May 29, 2026 69
admin May 27, 2026 11
admin May 17, 2026 67
admin Sep 12, 2026 4
admin Sep 11, 2026 116
admin Sep 10, 2026 180
admin Sep 8, 2026 6
admin Sep 6, 2026 4
Join our subscribers list to get the latest news, updates and special offers directly in your inbox
ରାଜନୀତି
ପାନୀୟଜଳ ସମସ୍ୟାର ସମାଧାନ ନେଇ ବାଉଁଶବାଟି ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ ଖଣ୍ଡପଡା ,(ଭାପୁର)୧୬|୬(ରଜତ ଦାସ୍) ବାରମ୍ବାର ଦାବି ସତ୍ତ୍ବେ ମଧ୍ଯ ଭାପୁର ବ୍ଲକ ପ୍ରଶାସନ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଦୃଷ୍ଟି ନ ଦେବାରୁ ବାଉଁଶବାଟି ଗ୍ରାମବାସୀ ବାଧ୍ୟ ହୋଇ ମଙ୍ଗଳବାର ସକାଳେ ରାଜରାସ୍ତାକୁ ଓହ୍ଲାଇ ହରତାଳ କରିବା ସହ ବାଉଁଶବାଟି ଗ୍ରାମ ଠାରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ।ଫଳରେ କଣ୍ଟିଲୋରୁ ବାଘମାରୀକୁ ସଂଯୋଗ କରୁଥିବା ୪୮ ନଂ ରାଜ୍ୟ ରାଜପଥରେ ଦିର୍ଘ ୬ ଘଣ୍ଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ବାଉଁଶବାଟୀ ଗ୍ରାମବାସୀଙ୍କ ଅଭିଯୋଗ ପାନୀୟଜଳ ଯୋଗାଣ ନିମନ୍ତେ ଗ୍ରାମ ନିକଟସ୍ଥ ମାରଡ଼ା ଗ୍ରାମରେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଛି। ସେଠାରୁ ୨ କିଲୋମିଟର ଦୁରରେ ଅବସ୍ଥିତ ବାଉଁଶବାଟି ଗ୍ରାମକୁ ପାନୀୟଜଳ ଯୋଗାଣ ନିମନ୍ତେ ପାଣି ପାଇପ ଲାଇନ ବିଛା ଯାଇଛି।ମାତ୍ର ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ପାଇପ ଲାଇନ ଯୋଗେ ପାନୀୟ ଜଳ ଉପଲବ୍ଧ ହେଉ ନଥିବାରୁ ବାଉଁଶବାଟୀ ଗ୍ରାମବାସୀ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ ହେଉଛି। ଏ ସଂର୍ପକରେ ବାଉଁଶବାଟୀ ଗ୍ରାମବାସୀ ଭାପୁର ବ୍ଲକ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରି ନିରାଶ ହେବା ପରେ ପରିଶେଷରେ ଆନ୍ଦୋଳନାତ୍ମକ ପନ୍ଥା ସ୍ବରୁପ ରାଜରାସ୍ତାକୁ ଓହ୍ଲାଇ ଥିବା ଜଣାପଡିଛି।ସୂଚନାଯୋଗ୍ଯ ବାଉଁଶବାଟି ଗ୍ରାମର ୪ ଟି ୱାର୍ଡରେ ୧୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ବାସ କରୁଥିବା ବେଳେ ବର୍ଷ ତମାମ ସେମାନେ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। ତେବେ ରାସ୍ତାରୋକ ସଂର୍ପକରେ ଖବରପାଇ ଫତେଗଡ଼ ଥାନାଧିକାରୀ ଅଜୟ କୁମାର ସାହୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।ପରେ ଭାପୁର ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା,ନୟାଗଡ ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ଆଲୋକ ରଞ୍ଜନ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କୁ ଦିର୍ଘ ସମୟ ଧରି ବୁଝାସୁଝା କରିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନରୁ ଓହରି ଯାଇଥିବା ଜଣାପଡିଛି।ମାରଡ଼ା ଗ୍ରାମସ୍ଥିତ ଓଭରହେଡ଼ ପାଣି ଟାଙ୍କିରୁ ବାଉଁଶବାଟୀ ଗ୍ରାମକୁ ମାଟି ତଳେ ସଂଯୋଗ କରାଯାଇଥିବା ମୁଖ୍ଯ ପାଣି ପାଇପ ଲାଇନରୁ କେତେକ ବ୍ୟକ୍ତି ଚୋରାରେ ବାସଗୃହକୁ ପାଇପ ସଂଯୋଗ କରି ପାଣି ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଉଁଶବାଟି ଗ୍ରାମବାସୀ ଦାବି କରିଛନ୍ତି। ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର
Previous Article
Next Article
admin1
admin1 Jun 10, 2026 11
admin1 Jun 14, 2026 51
admin1 Jul 9, 2026 36
admin1 Jun 5, 2026 7
admin1 Jun 12, 2026 25
admin1 Jun 22, 2026 42
admin Aug 3, 2026 422
admin Aug 23, 2026 392
admin Aug 11, 2026 352
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 40
View Options