admin1 Jun 10, 2026 4
admin1 Jun 10, 2026 12
admin1 Jun 10, 2026 85
admin1 Jun 10, 2026 6
admin1 Jun 10, 2026 20
admin1 Jun 9, 2026 29
admin May 29, 2026 5
admin May 29, 2026 85
admin May 28, 2026 3
admin May 28, 2026 2
admin1 Jun 9, 2026 120
admin1 Jun 7, 2026 2
admin1 Jun 7, 2026 46
admin May 24, 2026 9
admin May 21, 2026 3
admin May 29, 2026 2
admin Apr 17, 2026 53
admin Apr 14, 2026 23
admin Apr 12, 2026 18
admin May 16, 2026 11
admin May 15, 2026 7
admin May 14, 2026 9
admin May 14, 2026 13
admin May 9, 2026 8
admin May 29, 2026 58
admin May 27, 2026 2
admin May 17, 2026 12
admin May 15, 2026 177
admin May 14, 2026 49
admin May 29, 2026 3
admin May 27, 2026 3
admin May 22, 2026 4
admin May 21, 2026 6
Join our subscribers list to get the latest news, updates and special offers directly in your inbox
ରାଜନୀତି
ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସମୀକ୍ଷା ......................................... ରାୟଗଡ଼, ତା. ୧୦.୦୬: ( ଲଷ୍ମୀ କାନ୍ତ ବେହେରା )ରାୟଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା)ର ବୈଠକ କୋରାପୁଟ ଲୋକସଭା ସାଂସଦ ତଥା କମିଟିର ସଭାପତି ମାନ୍ୟବର ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ମାନ୍ୟବର ରାୟଗଡ଼ ବିଧାୟକ ଶ୍ରୀ ଆପଲାସ୍ୱାମୀ କାଡ୍ରାକା, ମାନ୍ୟବର ଗୁଣପୁର ଓ ବିଷମକଟକ ବିଧାୟକଙ୍କ ପ୍ରତିନିଧି, ମାନ୍ୟବର ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ଜିଲ୍ଲା ମୁଖ୍ୟ ଉର୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଦୁଧାଳ ଅଭିଷେକ ଦିଲ୍ଲୀପ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ପୌରାଧ୍ୟକ୍ଷ, ସରପଞ୍ଚ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରେ ସାଂସଦ ଶ୍ରୀ ଉଲାକା ଦିଶା ବୈଠକର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ। ପୂର୍ବତଟ ରେଳବାଇ ଅଧୀନରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଗୋପାଳପୁର–ରାୟଗଡ଼ (୨୫୦ କି.ମି.) ନୂତନ ବ୍ରଡ୍ ଗେଜ୍ ରେଳପଥ ପ୍ରକଳ୍ପ, ନୂଆପଡ଼ା–ଗୁଣପୁର–ଥେରୁବାଲି (୧୬୫ କି.ମି.) ଦ୍ୱୈତ ରେଳପଥ ପ୍ରକଳ୍ପ ଏବଂ କୋରାପୁଟ–ସିଙ୍ଗାପୁର ରୋଡ଼ (୧୬୪.୫୬ କି.ମି.) ଦ୍ୱୈତ ରେଳପଥ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ରାମନାଗୁଡ଼ା ପରିବର୍ତ୍ତେ ଗୁଡ଼ାରିରୁ ଟ୍ରେନ ଆରମ୍ଭ କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ପ୍ରକଳ୍ପ ଆରମ୍ଭ ପୂର୍ବରୁ ପର୍ଯ୍ୟାପ୍ତ ଅନୁପୂରକ ପାଣ୍ଠି ବ୍ୟବସ୍ଥା କରିବାକୁ ସାଂସଦ ମତ ପ୍ରକାଶ କରିଥିଲେ। ନୂତନ ଗୁଣପୁର ରେଳ ଷ୍ଟେସନ, ସାଇ ଇଣ୍ଟରନ୍ୟାସନାଲ ନିକଟରେ ଓଭରବ୍ରିଜ ନିର୍ମାଣ, ରାୟଗଡ଼ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥର ବିକାଶ ଓ ଷ୍ଟେସନ ଭିତରେ ଦିବ୍ୟାଙ୍ଗ ଓ ବୟସ୍କ ଯାତ୍ରୀଙ୍କ ପାଇଁ ଇ-ଭେହିକଲ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ରେଳ ଷ୍ଟେସନ ପରିସରରେ ଥିବା ପାର୍କିଂ ରେ ସୁରକ୍ଷା କ୍ୟାମେରା ସ୍ଥାପନ ଓ ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରାଯାଇଥିଲା। ଜାତୀୟ ରାଜପଥ-୩୨୬ ଅନ୍ତର୍ଗତ ରାୟଗଡ଼ ସହର ଓ ଜେ.କେ.ପୁର ବାଇପାସ ନିର୍ମାଣ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସମୀକ୍ଷା କରାଯାଇଥିଲା। ୩୭୮.୩୩ କୋଟି ଟଙ୍କା ବ୍ୟୟ ଅଟକଳର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବା ସୂଚନା ଦିଆଯାଇଥିଲା। ନାଗାବଳୀ ନଦୀ ଉପରେ ୧୭.୮୨ କୋଟି ଟଙ୍କା ବ୍ୟୟରେ ନୂତନ ସେତୁ ନିର୍ମାଣ ଏବଂ ରାୟଗଡ଼-ଲକ୍ଷ୍ମୀପୁର ରାସ୍ତା ପ୍ରଶସ୍ତୀକରଣ ଓ ସିଧାକରଣ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବିଏସଏନଏଲ୍ ପକ୍ଷରୁ ଜିଲ୍ଲାରେ ସ୍ଥାପିତ ୬୬ଟି ୪ଜି ଟାୱାରର କାର୍ଯ୍ୟକ୍ଷମତା, ସୋଲାର ଚାଳିତ ବ୍ୟବସ୍ଥା ଓ ଡିଜି ସେଟ୍ ଉପଲବ୍ଧତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜରୁରୀ ପରିସ୍ଥିତିରେ ଯୋଗାଯୋଗ ସୁବିଧା ନିମନ୍ତେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଦାୟିତ୍ୱପ୍ରାପ୍ତ କର୍ମଚାରୀଙ୍କ ତାଲିକା ଓ ଯୋଗାଯୋଗ ନମ୍ବର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଓ ନେଟୱର୍କ ସମ୍ପର୍କରେ ନୂତନ ସର୍ଭେ ରିପୋର୍ଟ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବିବରଣୀ ଦାଖଲ କରିବାକୁ କୁହାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବେଳେ ଡେଙ୍ଗୁ ସ୍ଥିତି, ରେଫରାଲ ରୋଗୀଙ୍କ ସଂଖ୍ୟା, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଖାଲି ପଡ଼ିଥିବା ଡାକ୍ତର ଏବଂ ଆଶା କର୍ମୀ ପଦବୀ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୁର୍ଲି ଅଞ୍ଚଳରେ ଡାକ୍ତର ନିଯୁକ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଶିକ୍ଷା ବିଭାଗରେ ଖାଲି ଶିକ୍ଷକ ପଦବୀ, ବଦଳି ପ୍ରକ୍ରିୟା, ଶିକ୍ଷକ ନିଯୁକ୍ତି ଓ ସରକାରୀ ବିଦ୍ୟାଳୟରେ ଏ-୧ ଏବଂ ଏ-୨ ଗ୍ରେଡ୍ ଫଳାଫଳ ବୃଦ୍ଧି ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ସୁବିଧାଜନକ ଯାତାୟାତ ପାଇଁ ମୁଖ୍ୟ ସଡ଼କ ନିକଟବର୍ତ୍ତୀ ବିଦ୍ୟାଳୟରେ ମହିଳା ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଇଟିଡିଏ ପକ୍ଷରୁ ଧରତୀ ଆଭା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ୪୨୦ଟି ଗ୍ରାମର ତାଲିକା, ପାଣ୍ଠି ବରାଦ୍ଦ ଓ ପିଏମ୍-ଜନମନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଇଏମଆରଏସ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକ୍ରମ ମଧ୍ୟ ସମୀକ୍ଷା କରାଯାଇଥିଲା।ଆରଡବ୍ଲୁଏସଏସ ବିଭାଗ ଦ୍ୱାରା ପାନୀୟ ଜଳ ସଙ୍କଟ ଏବଂ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପସ୍ଥାପନ କରାଯାଇଥିଲା। ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ, ପାଇନ ରିସର୍ଟ, ଜଳକ୍ରୀଡ଼ା କାର୍ଯ୍ୟକଳାପ, ନର୍ସରୀ ବିକାଶ ଓ ବନ୍ୟଜନ୍ତୁ ସମ୍ବନ୍ଧୀୟ ମାମଲାର ସମୀକ୍ଷା କରାଯାଇଥିଲା। ଟିପିଏସଓଡିଏଲ୍ ପକ୍ଷରୁ ସୋଲାର ଚାଳିତ ଗ୍ରାମ ଏବଂ ବିଦ୍ୟୁତୀକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏସ ବି ଆଇ ବ୍ୟାଙ୍କ ଓ ନାବାର୍ଡ ସହ ଅନୁଷ୍ଠିତ ଆଲୋଚନାରେ ସରକାରୀ ଯୋଜନା ଅନ୍ତର୍ଗତ ଋଣ ପ୍ରଦାନ, ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ଓ ଏଟିଏମ୍ ସୁବିଧାର ଉପଲବ୍ଧତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡବ୍ଲୁଡି) ପକ୍ଷରୁ ପିଏମଜିଏସୱାଇ-୪ ପ୍ରକଳ୍ପର ଅଗ୍ରଗତି, ୧୭୫ଟି ଗ୍ରାମକୁ ସଂଯୋଗ କରୁଥିବା ସଡ଼କ ପ୍ରକଳ୍ପ ଏବଂ ରାସ୍ତା ରକ୍ଷଣାବେକ୍ଷଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ସାଂସଦ ଶ୍ରୀ ଉଲାକା ସମସ୍ତ ବିଭାଗକୁ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା, ନିୟମିତ ତଦାରଖ ଓ ଲୋକଙ୍କ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Previous Article
admin1
admin Apr 8, 2026 16
admin1 Jun 2, 2026 0
admin1 Jun 9, 2026 3
admin Apr 14, 2026 20
admin1 Jun 5, 2026 5
admin May 11, 2026 766
admin May 10, 2026 411
admin May 13, 2026 350
admin May 13, 2026 331
admin May 13, 2026 244
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 27
View Options