ପ୍ରଶାସନର ଉଦାସୀନତା ଏବଂ ପାଣ୍ଠିର ଅପବ୍ୟବହାରର ପ୍ରତୀକ ପାଲଟିଛନ୍ତି,ଭେଜଙ୍ଗିୱାଡ଼ା ପଞ୍ଚ୍ୟାୟତର ଡେକ୍ରାଜୋଡ଼ି ପର୍ଯ୍ୟଟନ ସ୍ଥଳୀ ।

ପ୍ରଶାସନର ଉଦାସୀନତା ଏବଂ ପାଣ୍ଠିର ଅପବ୍ୟବହାରର ପ୍ରତୀକ ପାଲଟିଛନ୍ତି,ଭେଜଙ୍ଗିୱାଡ଼ା ପଞ୍ଚ୍ୟାୟତର ଡେକ୍ରାଜୋଡ଼ି ପର୍ଯ୍ୟଟନ ସ୍ଥଳୀ ।
ଏହି ଚିତ୍ରଟି ଦେଖିଲେ ଆପଣଙ୍କୁ ବହୁତ ଦୁଃଖ ଲାଗିପାରେ । ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏହି ସ୍ଥାନଟି କେତେ ଅବହେଳାର ଶିକାର ହେଉଛି।ବିକାଶ ନାମରେ ବିନାଶ,ଏଠାରେ ଡାଇନୋସର ଏବଂ ଜେବ୍ରା ମଧ୍ୟ କାନ୍ଦୁଛନ୍ତି,ପ୍ରଶାସନର ଅବହେଳାର ଏକ ଜୀବନ୍ତ ପ୍ରମାଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବନ୍ୟପ୍ରାଣୀଙ୍କ ଷ୍ଟାଚୁ ଏହା କ'ଣ ଆମ ସଭ୍ୟତାର ପରିଚୟ?ତେବେ ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଭେଜଙ୍ଗିୱାଡ଼ା ପଞ୍ଚ୍ୟାୟତ ର ପଲ୍ଲୁଗୁଡ଼ା ଗ୍ରାମ ପାର୍ଶ୍ୱରେ ଥିବା ଡେକ୍ରାଜୋଡ଼ି ପର୍ଯ୍ୟଟନ ସ୍ଥଳୀର ।ଏଠାରେ ଭରପୁର ପ୍ରକୃତିର ସୈଦ୍ୟାର୍ଯ୍ୟ ଗଛ,ଲତା,ଝରଣା,ପାହାଡ଼,ପର୍ବତରେ ଘେରିରହିଥିବା ସତ୍ତ୍ବେ ଗୋଟିଏ ପଟେ, ସରକାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାର ବଡ଼ ବଡ଼ ଦାବି କରୁଛନ୍ତି, ଅନ୍ୟପଟେ,ବିଦ୍ୟମାନ ସ୍ଥାନଗୁଡ଼ିକର ଅବସ୍ଥା ଏହିପରି।ଏହି ଚିତ୍ରରେ ଦେଖାଯାଉଥିବା ଭଙ୍ଗା ଡାଇନୋସର ଏବଂ ଜେବ୍ରା ଏବଂ ପ୍ରକୃତି କେବଳ ପିଲାମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ନଥାନ୍ତେ ବରଂ ପର୍ଯ୍ୟଟକମାନଙ୍କୁ ମଧ୍ୟ ଆକର୍ଷିତ କରିଥାନ୍ତେ। ଆଜି, ଏହି ସ୍ଥାନ ପ୍ରଶାସନର ଉଦାସୀନତା ଏବଂ ପାଣ୍ଠିର ଅପବ୍ୟବହାରର ପ୍ରତୀକ ପାଲଟିଛନ୍ତି।ଏହା କେବଳ ଏକ ଭଙ୍ଗା ଷ୍ଟାଚୁ ଓ ପ୍ରକୃତିର ବିଷୟରେ ନୁହେଁ, ଏହା ଏକ ମାନସିକତାକୁ ପ୍ରତିଫଳିତ କରେ ଯେଉଁଠାରେ ରକ୍ଷଣାବେକ୍ଷଣ ଏବଂ ଉନ୍ନତିକୁ କୌଣସି ପ୍ରାଥମିକତା ଦିଆଯାଏ ନାହିଁ। ତେବେ ପ୍ରଶାସନଠାରୁ ଜାଣିବାକୁ ଚାହେଁ ଯେ ଏହି ଷ୍ଟାଚୁ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଆସିଛି କି? ଯଦି ଅର୍ଥ ମଞ୍ଜୁର ହୋଇଥିବ ତେବେ ଆବଣ୍ଟିତ ଅର୍ଥର କ'ଣ ହୋଇଛି? କାହାକୁ ଦାୟୀ କରାଯିବ କି?ଗୋଟିଏ ପଟେ, ଯେତେବେଳେ ଏପରି ସ୍ଥାନଗୁଡ଼ିକ ଅବହେଳାର ଶିକାର ହେଉଛନ୍ତି, ଏପରି ପରିସ୍ଥିତିରେ,ଆଗାମୀ ଦିନରେ କେଉଁ ପର୍ଯ୍ୟଟକ ଆସିବେ ଏହି ସ୍ଥାନକୁ?ତେବେ ସ୍ଥାନୀୟ ବାସୀଙ୍କ ତରଫରୁ ଦାବି କରାଯାଇଛି ଯେ,ଜିଲ୍ଲା ପ୍ରଶାସନ ତୁରନ୍ତ ସମସ୍ତ କ୍ଷତିଗ୍ରସ୍ତ ଷ୍ଟାଚୁର ମରାମତି ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରାଯିବା ଓ ଏଥିପ୍ରତି ଅବହେଳା କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ନିର୍ଜୀବ ଷ୍ଟାଚୁମାନଙ୍କୁ ଦେଖିଲେ ମନେହୁଏ ଯେପରି ସେମାନେ ମଧ୍ୟ ପ୍ରଶାସନର ଅବହେଳା ପାଇଁ ଲୁହ ଗଡ଼ାଉଛନ୍ତି,ସେଥି ପାଇଁ ଏହି ସ୍ଥାନର ରକ୍ଷଣାବେକ୍ଷଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଜିବା ପାଇଁ ଦାବି କରିଛନ୍ତି । ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି