ପ୍ରଶାସନ ନିଦ୍ରାରେ, ଅଞ୍ଚଳବାସୀ ବିପଦରେ, ରାସ୍ତା ନିର୍ମାଣ ହେବ ସ୍ବପ୍ନ ରେ

ପ୍ରଶାସନ ନିଦ୍ରାରେ, ଅଞ୍ଚଳବାସୀ ବିପଦରେ, ରାସ୍ତା ନିର୍ମାଣ ହେବ ସ୍ବପ୍ନ ରେ

ବିପଦ ସଂକୁଳ ପରିସ୍ଥିତି ରେ ଦୈବ ସାହା ରେ ନଇଁବଢ଼ି ପାର ହେଉଛନ୍ତି ଲୋକେ।

ଏହିପରି ଗତ କିଛି ଦିନ ଧରି କାଶୀପୁର ଅଞ୍ଚଳ ରେ ଲଗାଣ ବର୍ଷା ହେଉ ଥିବା ବେଳେ ବ୍ଲକ ର ଅନେକ ଅଞ୍ଚଳ ଆଜି ଜଳବନ୍ଦୀରେ। କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରୀ ପଞ୍ଚଯାତ ର ଦଣ୍ଡାମୁଣ୍ଡା ଗ୍ରାମ ଅନେକ ଦିନ ହେଲା ସମ୍ପୂର୍ଣ ବାହ୍ୟ ଜଗତରୁ ବିଛିନ୍ନ।

ହେଲେ ବିପଦ ସଂକୁଳ ପରିସ୍ଥିତି ରେ ନଈବଢି ପାର ହେଉଥିବା ଦୃଶ୍ୟ ଆଜି ୮୦ ବର୍ଷ ର ସ୍ୱାଧୀନତା ଅବସରରେ ବିଚଳିତ କରିଛି। ଚିନ୍ତା କରନ୍ତୁ ! ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ସଂଗ୍ରହ ପାଇଁ କେଉଁ ଭୋଳି ବିପଦ ର ସାମ୍ନା କରୁ ଥିବେ ଅଞ୍ଚଳବାସୀ !

 ରୋଗୀ ଓ ପ୍ରସୂତି ମହିଳାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବାରେ ବାଧା ଶୃଷ୍ଟି ହେଉଛି। ବର୍ଷା କାଳେ ପିଲାଙ୍କ ପାଠପଢା ଠପ ହେବା ସ୍ୱାଭାବିକ ହୋଇ ପଡିଛି। 

ରାସ୍ତା ଜନିତ ସମସ୍ୟାକୁ ନେଇଁ ବାରମ୍ବାର ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଇଛନ୍ତି ଅଞ୍ଚଳବାସୀ !

ଦଣ୍ଡାମୁଣ୍ଡା ଗ୍ରାମ ବାଫଳାମାଳି ବକ୍ସାଇଟ ଖଣି ବ୍ୟାୟୁମଣ୍ଡଳ ପ୍ରଭାବିତ କ୍ଷେତ୍ରରେ ମାତ୍ର ୨. ୫ କିଲୋମିଟର ରେ ଅବସ୍ତିତ। ହେଲେ ଏହି ଗ୍ରାମାଞ୍ଚଳ ର ବିକାଶ କରିବା ଆଜି ଉତ୍କଳ ଆଲୁମିନା ଭୁଲିଯାଇଛି ନା ଜିଲ୍ଲା ପ୍ରଶାସନ ଏହି ଭୋଳି ପ୍ରଶ୍ନ ଅଞ୍ଚଳବାସୀ କରିଛନ୍ତି।

 ପ୍ରଶାସନ ଅଞ୍ଚଳ ର ସମ୍ବିଧାନୀକ ଓ ମୌଳିକ ଅଧିକର ପ୍ରତି ଦୃଷ୍ଟି ଦେବା ବ୍ୟତୀତ ଘୋର ନିଦ୍ରା ରେ ସୋଇଛନ୍ତି, ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କଲେ କୋଡ଼ିପାରି ପଞ୍ଚାୟତ ର ଦଣ୍ଡାମୁଣ୍ଡା, ଚିକେର, ଚମ୍ପାଦରା, ଝଡି ପଦର, ଡୁଡ଼ିଘାଟ, ଅଡା ଜାଲ, ଧାଙ୍ଗଡ଼ିଶୀଲ ଓ କେ. ପଞ୍ଜରା ଭୋଳି ପ୍ରାୟ ୧୧ ଟି ଗ୍ରାମବାସୀ ଉପକୃତ ହେବେ। ଦଣ୍ଡାମୁଣ୍ଡା ଗ୍ରାମ ଠାରୁ ମାତ୍ର ୩ କିଲୋମିଟର ଦୂରତା ରେ PWD ରାସ୍ତା। ରାସ୍ତା ନିର୍ମାଣ ହେଲେ କଳାହାଣ୍ଡି ଏବଂ ନବରଙ୍ଗପୁର ଦୁଇଟି ଜିଲ୍ଲାକୁ ଯାତାୟତ ର ସୁବିଧା ନିକଟତ୍ତର ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ରାୟଗଡା ଜିଲ୍ଲା କାଶୀପୁର ରୁ, ସୁରେଶ ଚନ୍ଦ୍ର କୁମ୍ଭାର, ରିପୋର୍ଟ ବିଶେଷ ଖବର