ପ୍ରେସ ଇସ୍ତାହାର .

ପ୍ରେସ ଇସ୍ତାହାର
ଆଜି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାସ ଏବଂ ସମାଜସେବୀ ଡିଙ୍ଗରିଆ କୁମ୍ଭଙ୍କ ଉପସ୍ଥିତିରେ କଂଗ୍ରେସ ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଖୁଲାସା କରିଛନ୍ତି।ବର୍ତ୍ତମାନ ରାଜ୍ୟରେ ଥିବା ବିଜେପି ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହଲିଙ୍ଗଙ୍କ ନାମରେ ଜାତିଗତ ପ୍ରମାଣ ପତ୍ର ଠକେଇ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି।ସେ ସ୍କୁଲରେ ପାଠ ପଢ଼ିବା ସମୟରୁ କଲେଜ ପରବର୍ତ୍ତୀ ସମୟରେ ଚାକିରି କରିବା ପର୍ଯ୍ୟନ୍ତ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ସମସ୍ତ ସରକାରୀ ଜାତିଗତ ସୁବିଧା ହାତେଇଛନ୍ତି।ଏହା ପରେ ତାଙ୍କ ନାମରେ ଅଭିଯୋଗ ହେବା ଆରଡିସି ସମ୍ବଲପୁର ଏକ ସମନଜାରି କରିଥିଲେ କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରି ସେଠାରେ ଉପସ୍ଥିତ ହୋଇନଥିବା।ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛନ୍ତି।