ଶହୀଦ ଲକ୍ଷ୍ମଣ ନାୟକ କଳା ପରିଷଦର ୯ ମ ବାର୍ଷିକ ମହୋତ୍ସବ।

ଶହୀଦ ଲକ୍ଷ୍ମଣ ନାୟକ କଳା ପରିଷଦର ୯ ମ ବାର୍ଷିକ ମହୋତ୍ସବ। ମାଲକାନଗିରି ମାଥିଲି ୫/୫ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମାରେ ଥିବା ଶହୀଦ ଲକ୍ଷ୍ମଣ ନାୟକ କଳା ପରିଷଦର ୯ ମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନ ପ୍ରତି ବର୍ଷ ସ୍ଥାନୀୟ କଳାକାର ମାନଙ୍କୁ ନେଇ ନାଟକ ଆୟୋଜନ କରିଥାଏ। ଚଳିତ ବର୍ଷ ଅନୁଷ୍ଠାନର ଯୁବ ସମାଜସେବୀ ତଥା ଆଇନଜୀବୀ ସଭାପତି ବସନ୍ତ ସଗରିଆଙ୍କ ନେତୃତ୍ୱରେ ଦୁଇଟି ନାଟକ ସ୍ଥାନୀୟ କଳାକାର ମାନଙ୍କୁ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଦିଲୀପ କୁମାର ରାଉତଙ୍କ ନିର୍ଦ୍ଦେଶ ରେ ଶିକ୍ଷା ଦାନ ଥିଲେ। ଗତ ୨/୩ ଦୁଇଦିନ ଧରି ହେବାରେ ଥିଲା କିନ୍ତୁ ପ୍ରଥମ ଦୁଇ ତାରିଖରେ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ କିନ୍ତୁ ଦ୍ୱିତୀୟ ରଜନୀ ୩ ତାରିଖରେ କାଳ ବୈଶାଖୀ ଝଡ ବର୍ଷା ପାଇଁ ସ୍ଥଗିତ ରଖାଯାଇ ଥିଲା।ପରେ ସେହି ନାଟକଟିକୁ ଚାରି ତାରିଖ ରାତ୍ରି ରେ ନାଟ୍ୟ ମଞ୍ଚସ୍ଥ ଅବସରରେ ମୁଖ୍ୟ ଅତିଥି ଭାବେ ମାଥିଲି ଜିଲ୍ଲା ପରିଷଦ ଜୋନ-ର ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସଦର ସରପଞ୍ଚ କାନାମ ରାଜୁ ନାୟକ,ସମିତି ସଭ୍ୟ ତଥା ଯୁବ ନେତା ବାଲରାଜୁ କୋପେ,ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ମହାରଣା, ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ କୁମାର ଭଦ୍ର, ଉପ ସଭାପତି - ନାରାୟଣ ଚୈଧୁରୀ,ସମ୍ପାଦକ ରତ୍ନାକର ପାଳ, କୋଷାଧ୍ୟକ୍ଷ - ଚିନ୍ତାମଣୀ ବିଶୋୟୀ,ଉପଦେଷ୍ଟା - ପ୍ରତାପ ମହାନ୍ତି,ନାଟ୍ୟ ନିଦ୍ଧେଶକ ଦୀଲିପ ରାଉତ ଯୋଗ ଉଦଯାପିତ ଦିବସରେ ଯୋଗ ଦେଇଥିଲେ। ଶହିଦ ଲକ୍ଷ୍ମଣ ନାୟକ କଳା ପରିଷଦ ପକ୍ଷରୁ କଳା , ସଂସ୍କୃତି , ନୃତ୍ୟ , ସଂଗୀତକୁ ବଞ୍ଚାଇବା ର ମୁଖ୍ୟ ଉଦ୍ଧେଶ୍ୟ ବୋଲି ଅତିଥିମାନେ ଉଦବୋଧନ ଦେଇଥିଲେ।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ବାର୍ଷିକ ମହୋତ୍ସବ ଆୟୋଜିତ ହୋଇଥିଲା । ଦୀର୍ଘ ବର୍ଷରୁ ଜାରି ରହିଥିବା ପରିଷଦର ଏହି ପ୍ରୟାସ ସଭାପତି ବସନ୍ତ ସଗରିଆଙ୍କ ଦ୍ବାରା ଅଗ୍ରଗତି ହୋଇପାରିଛି।ଏହି ପରିପ୍ରେକ୍ଷୀରେ ନାଟ୍ୟ ମଞ୍ଚ ପରିଚାଳନା କୁନା ସାହୁ କରିଥିବା ବେଳେ ଅଞ୍ଚଳର ହଜାର ଦର୍ଶକ ସମାଗମ ହୋଇ ମନରଞ୍ଜ ର ଆନନ୍ଦ ଅନୁଭବ କରିଥିଲେ।ଜନ ସମାଗମକୁ ଦୃଷ୍ଟି ରେ ରଖି ମାଥିଲି ଥାନା ଅଧିକାରୀଣି ଦିପାଞ୍ଜଳି ପ୍ରଧାନ ବ୍ୟାପକ ପୋଲିସ କର୍ମଚାରୀ ନିୟୋଜିତ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .

ଶହୀଦ ଲକ୍ଷ୍ମଣ ନାୟକ କଳା ପରିଷଦର ୯ ମ ବାର୍ଷିକ ମହୋତ୍ସବ।