ବାଣିଜ୍ୟରେ ରାଜ୍ୟ ଟପ୍ପର ୟୁନିଟେକ୍ ଛାତ୍ରୀ ସ୍ଵର୍ଣ୍ଣରେଖା
ବାଣିଜ୍ୟରେ ରାଜ୍ୟ ଟପ୍ପର ୟୁନିଟେକ୍ ଛାତ୍ରୀ ସ୍ଵର୍ଣ୍ଣରେଖା ,
ନୟାଗଡ଼, ୨୨.୦୫.୨୦୨୫ ( ଅଶୋକ କୁମାର ସାଥୁଆ )
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନୟାଗଡ଼ରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ନୟାଗଡ଼ ୟୁନିଟେକ୍ ରେଶିଡେନ୍ସିଆଲ କଲେଜର ଛାତ୍ରୀ ସ୍ଵର୍ଣ୍ଣରେଖା ମନ୍ତ୍ରୀ ବାଣିଜ୍ୟରେ ରାଜ୍ୟ ଟପ୍ପର ହୋଇଛନ୍ତି । ସମୁଦାୟ ୫୭୯ ନମ୍ବର ତଥା ୯୬.୫ ପ୍ରତିଶତ ନମ୍ବର ରଖି ସେ ଓଡ଼ିଶା ଟପ୍ପର ହୋଇଛନ୍ତି । ଖଣ୍ଡପଡ଼ା ବ୍ଲକ୍ ସିଧାମୂଳା ଗାଁ ର ବାପା ସୁଦର୍ଶନ ମନ୍ତ୍ରୀ ଏବଂ ମା ଲକ୍ଷ୍ମୀଙ୍କ ସାନ ଝିଅ ସ୍ଵର୍ଣ୍ଣ ରେଜଲ୍ଟକୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ କଷ୍ଟ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ ରଖିଛନ୍ତି । ସାଧାରଣ ପରିବାରରୁ ଆସିଥିବା ସ୍ଵର୍ଣ୍ଣଙ୍କ ବାପା ଜଣେ ଦୋକାନ କର୍ମଚାରୀ ହୋଇଥିବା ବେଳେ ମା ଗୃହିଣୀ । ପରୀକ୍ଷା ଫଳକୁ ନେଇ ସ୍ଵର୍ଣ୍ଣ ବାପା ମା ଏବଂ କଲେଜ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି ।
ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର ।