ବାବା ତାରକ ଚନ୍ଦ୍ର ଦାସଙ୍କର ଷୋଡ଼ଶତମ ପୂଣ୍ୟତିଥି ।
ଆଜି ତା-୧ ଅଗଷ୍ଟ ୨୦୨୬ ମସିହା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଯାଅଁରା ବାରିମୂଳ ଗ୍ରାମ ପଞ୍ଚାୟତର ଖାନନଗର ଠାରେ ସତ୍ୟ ସନାତନ ବ୍ରହ୍ମ ଅବଧୂତ ମହିମା ଧର୍ମାବଲମ୍ବୀ ପୂଣ୍ୟଶ୍ଳୋକ ବାବା ତାରକ ଚନ୍ଦ୍ର ଦାସ୍ ଙ୍କର ପୂଣ୍ୟତିଥି ମହା ସମାରୋହରେ ପାଳନ କରାଯାଇଅଛି |
ବାବାଙ୍କର ପଟ୍ଟଶିଷ୍ୟ କିଶୋର ଚନ୍ଦ୍ର ଦାସଙ୍କ ତତ୍ତ୍ଵାବଧାନରେ ଉକ୍ତ ଉତ୍ସବ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା କୋଣ ଅନୁକୋଣରୁ ବହୁ ଭକ୍ତ ସାଧୁ ସନ୍ଥ ତଥା ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ବ୍ରାହ୍ମ ମୂହୁର୍ତ୍ତରୁ ମହିମା ସ୍ୱାମୀଙ୍କ ପ୍ରତି ଭକ୍ତି ଅର୍ଘ୍ୟ ଅର୍ପଣ କରାଯାଇ ବାଲ୍ୟ ଭୋଗ ସମର୍ପଣ କରାଯିବା ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂକିର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ମହିମା ସ୍ୱାମୀ ଏବଂ ବାବା ତାରକ ଚନ୍ଦ୍ର ଦାସଙ୍କ ରଚିତ ବହୁ ଭଜନ ପରିବେଶଣ କରାଯାଇଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ମହିମା ଅଲେଖ ଧ୍ୱନିରେ ସାରା ଆଶ୍ରମ ସ୍ଥଳ ମୁଖରିତ ହୋଇଥିଲା ଏଥି ସହିତ ପ୍ରସାଦ ସେବନର ବ୍ୟବସ୍ଥା ଏବଂ ଭକ୍ତମାନଙ୍କ ଦ୍ୱାରା ଅଣାଯାଇଥିବା ସୁସ୍ଵାଦୁ ଦ୍ରବ୍ୟ ରେ ସାଧୁ ମାନଙ୍କର ଭିକ୍ଷା କରାଯାଇଥିଲା ଏବଂ ସନ୍ଧ୍ୟାରେ ଆରତୀ ଦର୍ଶନ ମଧ୍ୟ ଅତ୍ୟନ୍ତ ମନମୁଗ୍ଧକର ଥିଲା |
ସ୍ୱୟଂପ୍ରଭା ମିଶ୍ର ଙ୍କ ରିପୋଟ୍ ବିଶେଷ ଖବର


admin 
