ବିଜେପି ସରକାର ୨ ବର୍ଷ ପୂର୍ତ୍ତି* ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ବିଜେପି ସରକାର ୨ ବର୍ଷ ପୂର୍ତ୍ତି*  ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

*ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି* ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ବୌଦ୍ଧ:୧୧/୬(ରବିନ୍ଦ୍ର ପଟ୍ଟନାୟକ)-ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ବାରବର୍ଷ ବିଶ୍ୱାସର ଏବଂ ଜନକଲ୍ୟାଣର ବିକାଶର ଧାରା,ଓଡିଶା ସାରା" (୨ ବର୍ଷ ପୂର୍ତ୍ତି), କାର୍ଯ୍ୟକ୍ରମ ଭାରତର ଗଣତାନ୍ତ୍ରିକ ଇତିହାସରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଯଶସ୍ବୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀଙ୍କ ରାଷ୍ଟ୍ର ସେବାରେ ତାଙ୍କର ପ୍ରତ୍ୟେକ ସଫଳତା ପାଇଁ ତଥା ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ଅନେକ ଅନେକ ଶୁଭକାମନା, ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ, ବୌଦ୍ଧ ଠାରେ ପୂଜା ଅର୍ଚନା, ବେଦ ପାଠ, ଦୀପ ପ୍ରଜ୍ୟୋଳନ ପୂର୍ବକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟସଚେତଜ ଶ୍ରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା ବିଜେପି ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ର, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ବିଜେପି ବରିଷ୍ଠ ଜିଲ୍ଲା ର ନେତୃତ୍ୱ, କାର୍ଯ୍ୟକର୍ତା ମାନେ ଯୋଗଦାନ କରିଥିଲେ