ବିଜୟ ଙ୍କ ଶପଥ ସସପେନସ...

ବିଜୟ ଙ୍କ ଶପଥ  ସସପେନସ...

*ତାମିଲନାଡ଼ୁ ରଜନୀତିରେ ଟ୍ବିଷ୍ଟ ପରେ ଟ୍ବିଷ୍ଟ। ଘଡିକେ ଘୋଡ଼ା ଛୁଟୁଛି। ସରକାର ଗଠନକୁ ନେଇ ସସପେନ୍ସ ଭିତରେ ପୁଣି ବଡ଼ ଆରୋପ । AMMK ମୁଖ୍ୟ ଟିଟିଭି ଦିନାକରନ୍ ବିଜୟଙ୍କ ଦଳ ରାଜ୍ୟପାଳଙ୍କୁ ଏକ ନକଲି ସମର୍ଥନ ପତ୍ର ଦାଖଲ କରିଥିବା ଅଭିଯୋଗ କରିଛନ୍ତି।*

*ସେ କହିଛନ୍ତି ଏହା ଏକ ଜାଲ ଏବଂ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛୁ। ଏପଟେ ଆଜି ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ନହେବା ନେଇ ଆଶଙ୍କା ବଢିଛି । ଦିନ ୧୧ଟାରେ ଶପଥ ନେଇଥାନ୍ତେ TVK ମୁଖ୍ୟ ଥଲାପତି ବିଜୟ । ହେଲେ ଏଥିରେ ଆସିଛି ନାଟକୀୟ ମୋଡ଼ ।*

*ମ୍ୟାଜିକ୍ ନମ୍ବର ଠାରୁ ଏବେ ବି ଦୂରରେ TVK । ମୁସଲିମ୍ ଲିଗର ଦୁଇ ବିଧାୟକ ବିଜୟଙ୍କୁ ସମର୍ଥନ ଦେବେନି। IUML କହିଛି ସେ DMK ସହ ଅଛି । ସମର୍ଥନ ନେଇ VCK କହିଛି ଆଜି ନିଷ୍ପତ୍ତି ଶୁଣାଇବ। ବିଜୟ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ୧୧୬ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି।*