ପ୍ରହସନ ପାଲଟିଛି ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମ, ବଢ଼ୁଛି ଚୋରା ଧଳାଜହର କାରବାର.

ପ୍ରହସନ ପାଲଟିଛି  ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମ, ବଢ଼ୁଛି ଚୋରା ଧଳାଜହର କାରବାର.

[25/06, 21:21] Ashok Sathua: ପ୍ରହସନ ପାଲଟିଛି ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମ, ବଢ଼ୁଛି ଚୋରା ଧଳାଜହର କାରବାର ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ବିଶେଷ ଖବର ନୟାଗଡ଼: ତା ୨୫/୬ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ତତ୍ତ୍ୱାବଧାନରେ ସମ୍ପ୍ରତି ଏକ ନିଶାନିବାରଣ ସଚେତନତାରଥ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଅବକାରୀ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମ ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରଶ୍ନ ଉଠିଛି—ଏହି ସଚେତନତା କାର୍ଯ୍ୟକ୍ରମ କେବଳ ନାମକୁ ମାତ୍ର ସୀମିତ ହୋଇ ରହିଯାଉଛି କି? ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ନିଶାଦ୍ରବ୍ୟ ଓ ଧଳାଜହର କାରବାର ଦିନକୁ ଦିନ ବଢ଼ୁଥିବା ଅଭିଯୋଗ ହେଉଛି। ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଯୁବପିଢ଼ି ନିଶାର କବଳରେ ପଡ଼ୁଥିବା ଚିତ୍ର ଦେଖିବାକୁ ମିଳୁଛି। ବିଶେଷକରି କିଛି ଅଞ୍ଚଳରେ ବ୍ରାଉନସୁଗାର, ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ଚୋରା କାରବାର ଖୁଲମ ଖୁଲା ଚାଲୁଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ସହର ଉପକଣ୍ଠ ଦେଇ ଯାଇଥିବା ବାଇପାସ ରାସ୍ତା ନିଶାଡି ଏବଂ ମାଦକ ଦ୍ରବ୍ୟ ଚୋରା ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି l ଏପରି ସ୍ଥିତିରେ କେବଳ ସଚେତନତା ସଭା ଓ ରାଲି କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଉଛି। ସାଧାରଣ ଲୋକଙ୍କ କହିବା ଅନୁସାରେ, ନିଶା ବେପାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଓ ନିୟମିତ ଚଢ଼ାଉ ଏପରିକି ସମ୍ପତ୍ତି ବାଜାପ୍ତି ହେବା ଆବଶ୍ୟକ। କିନ୍ତୁ ବାସ୍ତବ କ୍ଷେତ୍ରରେ ପୋଲିସ ଓ ଅବକାରୀ ବିଭାଗର ପକ୍ଷରୁ ସେଭଳି ଦୃଶ୍ୟମାନ ପଦକ୍ଷେପ ଦେଖିବାକୁ ମିଳୁନାହିଁ। କେବଳ ଛୋଟମୋଟ ଧରପଗଡ଼ କରି ଦାୟିତ୍ୱ ସାରି ଦିଆଯାଉଥିବା ବେଳେ ବଡ଼ ମାଛମାନେ ଖସିଯାଉଥିବା ଅଭିଯୋଗ ହେଉଛି। ଏହାର ସୁଯୋଗ ନେଇ ନିଶା ବେପାରୀମାନେ ଅଧିକ ସକ୍ରିୟ ହେଉଥିବା ଦେଖାଯାଉଛି। ଜିଲ୍ଲାର ଅନେକ ସ୍ଥାନରେ ସନ୍ଦେହଜନକ ଭାବେ ନିଶାଦ୍ରବ୍ୟ କାରବାର ଚାଲୁଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ନିୟମିତ ଚେକିଙ୍ଗ ଓ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ନେଇ ପ୍ରଶ୍ନ ଉଠୁଛି। ଯଦି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ବିଭିନ୍ନ ଅଞ୍ଚଳରେ ଘନଘନ ଚେକିଙ୍ଗ କରନ୍ତେ, ତେବେ ଏହି ଅବୈଧ କାରବାରକୁ ଅନେକାଂଶରେ ରୋକାଯାଇପାରିବ ବୋଲିସାଧାରଣ ଲୋକେ ମତ ଦେଉଛନ୍ତି। ସଚେତନତା କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଆବଶ୍ୟକ, କିନ୍ତୁ ଏହା ସହିତ କଠୋର ଆଇନଗତ ପଦକ୍ଷେପ, ନିୟମିତ ଚଢ଼ାଉ, ଚେକିଙ୍ଗ ଓ ନିଶା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ସମାନୁପାତିକ ଭାବେ ଜରୁରୀ। ନଚେତ୍ କେବଳ ସଭା, ସମିତି ଓ ସଚେତନତା ବାର୍ତ୍ତାରେ ନିଶା କାରବାର ବନ୍ଦ ହେବ ନାହିଁ। ଜିଲ୍ଲା ପ୍ରଶାସନ, ପୋଲିସ ଓ ଅବକାରୀ ବିଭାଗ ଏ ଦିଗରେ ଅଧିକ ସକ୍ରିୟ ହୋଇ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l [25/06, 21:25] Ashok Sathua: ନିଶାଦ୍ରବ୍ୟ ଅପବ୍ୟବହାର ଏଵଂ ଅବୈଧ ଚାଲାଣବିରୋଧୀ ଅଭିଯାନ ସଚେତନତା ରଥ ଶୁଭାରମ୍ଭ ନୟାଗଡ ତା ୨୫/୬ /ଆ ନ୍ତର୍ଜାତୀୟ ନିଶା ଦ୍ରବ୍ୟ ସପ୍ତାହ ପାଳନଶୁଭାରମ୍ଭ ଅବସରରେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରଥ ଜିଲ୍ଲପାଳ ମଧୁମିତା ରଥ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଅବକାରୀ ଅଧିକ୍ଷକ, ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, କର୍ମଚାରୀ ଏବଂ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର