ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟ ନେଇ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ
ବୌଦ୍ଧ:୨୩/୪ ଭାରତର ମାତୃଶକ୍ତି ମହିଳା ସଂରକ୍ଷଣ ବିଲ ବିରୋଧରେ ସଂସଦରେ ଭୋଟିଂ କରିଥିବା ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟ ନେଇ ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଏହି ସମ୍ମିଳନୀରେ ବୌଦ୍ଧ ଜିଲ୍ଲାର ବିଜେପି ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ରଙ୍କ ବ୍ୟତୀତ ଦୁଇ ବିଜେପି ବିଧାୟକ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକ ଶ୍ରୀ କହ୍ନେଇ ଚରଣ ଡାଙ୍ଗ, ତଥା ଜିଲ୍ଲା ବିଜେପି ନାରୀନେତ୍ରୀ ମାନେ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ l ଆସନ୍ତା ୨୫ ତାରିଖରେ ଜିଲ୍ଲା ସ୍ତରରେ ତଥା ମଣ୍ଡଳ ସ୍ତରରେ ବିଜେପି ଦଳ , ବିରୋଧୀଙ୍କ ମହିଳା ବିଲ ବିରୋଧରେ ଭୋଟିଂ ତଥା ଦେଶର ନାରୀ ଶକ୍ତିକୁ ଅପମାନ କରିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଉପସ୍ଥିତ ବିଜେପି ନେତା ତଥା ନେତ୍ରୀ ମାନେ ପ୍ରକାଶ କରିଥିଲେ l


admin 
