ମାଲକାନଗିରିରେ ସ୍ୱଚ୍ଛ ଲେଭେଲ୍-III ପଦୋନ୍ନତି କାଉନସେଲିଂ: ୧୭୬ ଶିକ୍ଷକ ପଦୋନ୍ନତ, ମାଥିଲିରୁ ୩୭ ଜଣ
ମାଥିଲି ୦୫/୦୯/୨୦୨୬:
ମାଲକାନଗିରି ଜିଲ୍ଲାରେ ଲେଭେଲ୍-III ପଦୋନ୍ନତି କାଉନସେଲିଂ ସୁବ୍ୟବସ୍ଥିତ, ସ୍ୱଚ୍ଛ, ଶୃଙ୍ଖଳିତ ଓ ନିରପେକ୍ଷ ଭାବେ ସମ୍ପନ୍ନ ହୋଇଥିବାରୁ ମାଥିଲି ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (AUPTF) ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ (DEO), ମାଲକାନଗିରି ଓ ତାଙ୍କ ସମଗ୍ର ଟିମ୍କୁ ହୃଦୟପୂର୍ବକ କୃତଜ୍ଞତା ଓ ସାଧୁବାଦ ଜଣାଯାଇଛି।
ଏହି ପଦୋନ୍ନତି କାଉନସେଲିଂରେ ମୋଟ ୧୭୬ ଜଣ ଲେଭେଲ୍-IV ଶିକ୍ଷକ ଲେଭେଲ୍-IIIକୁ ପଦୋନ୍ନତି ପାଇଥିବା ବେଳେ, ସେମାନଙ୍କ ମଧ୍ୟରେ ମାଥିଲି ବ୍ଲକ୍ର ୩୭ ଜଣ ଶିକ୍ଷକ ସାମିଲ ଅଛନ୍ତି। ଏହି ସଫଳତା ମାଥିଲି ବ୍ଲକ୍ର ଶିକ୍ଷକ ମହଲରେ ଆନନ୍ଦ ଓ ସନ୍ତୋଷର ପରିବେଶ ସୃଷ୍ଟି କରିଛି।
କାଉନସେଲିଂ ପ୍ରକ୍ରିୟାରେ ଅବଲମ୍ବନ କରାଯାଇଥିବା ସ୍ୱଚ୍ଛତା, ନିରପେକ୍ଷତା, ଶୃଙ୍ଖଳା ଓ ସୁବ୍ୟବସ୍ଥିତ ପରିଚାଳନା ପାଇଁ ଶିକ୍ଷକ ମହଲ ପକ୍ଷରୁ DEO ଓ ତାଙ୍କ ସମଗ୍ର ଟିମ୍ଙ୍କୁ ବିଶେଷ ଧନ୍ୟବାଦ ଓ ସାଧୁବାଦ ଜଣାଯାଇଛି। ପଦୋନ୍ନତି ପାଇଥିବା ସମସ୍ତ ଶିକ୍ଷକଙ୍କୁ ମଧ୍ୟ ସଂଘ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଯାଇଛି।
ଆଗାମୀ ଦିନରେ ଲେଭେଲ୍-IV ଓ ଲେଭେଲ୍-V(B) ପଦୋନ୍ନତି କାଉନସେଲିଂ ମଧ୍ୟ ଏହିପରି ସ୍ୱଚ୍ଛ, ନିରପେକ୍ଷ ଓ ଶିକ୍ଷକବନ୍ଧୁ ଭାବେ ସମ୍ପନ୍ନ ହେବ ବୋଲି ସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ବିଶେଷ ଧନ୍ୟବାଦ
ଶ୍ରୀ ଭେଙ୍କଟ ରମଣ, ସଭାପତି
ଶ୍ରୀ ନରେନ୍ଦ୍ର ନିଆଲ, ସମ୍ପାଦକ
ଏବଂ ମାଥିଲି ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (AUPTF)ର ସମସ୍ତ ସମ୍ମାନିତ ସଦସ୍ୟଙ୍କ ପକ୍ଷରୁ DEO, ମାଲକାନଗିରି ଓ ତାଙ୍କ ସମଗ୍ର ଟିମ୍ଙ୍କୁ ହୃଦୟପୂର୍ବକ କୃତଜ୍ଞତା, ସାଧୁବାଦ ଓ ଶୁଭେଚ୍ଛା ଜଣାଯାଉଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
