ବୀରମହାରାଜପୁର ଚମ୍ପମାଲ ମଙ୍ଗଳା ଙ୍କ ଚଇତି ପର୍ବ ଆରମ୍ଭ .

ବୀରମହାରାଜପୁର ଚମ୍ପମାଲ ମଙ୍ଗଳା ଙ୍କ ଚଇତି ପର୍ବ ଆରମ୍ଭ ll
ସୁବର୍ଣ୍ଣପୁର ତା୧୮/୩ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପମାଲ ସ୍ଥିତ ମଙ୍ଗଳା ଙ୍କ ଚଇତି ପର୍ବ ଚୈତ୍ର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ କରିଛନ୍ତି l ମାଁ ମଙ୍ଗଳା ମନ୍ଦିର ରେ ପୂଜାର୍ଚନା ପରେ ଗାଁ ଅଭିମୁଖେ ବାହାରିଥିଲେ l ପ୍ରଥମେ ବାବା ଚମ୍ପେଶ୍ୱର ଙ୍କ ଠାରେ ପୂଜାର୍ଚନା କରିସାରିବା ପରେ ଗାଁ ମୁଣ୍ଡରେ ଥିବା ପିପଲ ବୃକ୍ଷ ମୂଳରେ ବରୁଆ ମାଡି ମାନସିକ ମାନଙ୍କ ଗୁହାରୀ ଶୁଣିଥିଲେ l କିମ୍ବଦନ୍ତୀ ଅନୁସାରେ ଏକ ମାସ ଧରି ବିଭିନ୍ନ ସ୍ଥାନ ରେ ମା ମଙ୍ଗଳା ଙ୍କୁ ବୁଲାଇ ପୂଜା କରିବା ସହିତ ସୋନପୁର ରାଜା ଙ୍କ ରାଜବାଟୀ ରେ ପୂଜା କରିବାକୁ ପ୍ରତିବର୍ଷ ଯାଇଥାନ୍ତି l ଆଜି ଠାରୁ ନିଜ ଗ୍ରାମ ଚମ୍ପମାଲ ରେ ପୂଜା କାର୍ଯ୍ୟ ଆରମ୍ଭ ହେବାସହ ଚଇତି ପର୍ବ ଆରମ୍ଭ ହୋଇ ଯାଇଛି l ଉକ୍ତ କାର୍ଯ୍ୟ ରେ ପୂଜକ ଅଖୋଜ ଜଗଦଲା, ଵୃଷବ ଜଗଦଲା, ରାଜୁ ଭୋଇ, ବାଦ୍ୟକାର ଉପେନ୍ଦ୍ର ନାଏକ, ପରଜା ନାଏକ, ପ୍ରହଲ୍ଲାଦ ନାଏକ ପ୍ରମୁଖ ସାମିଲ ହୋଇଥିଲେ l ଶହ, ଶହ ଶ୍ରଦ୍ଧାଳୁ ଭକ୍ତ ମାଁ ମଙ୍ଗଳା ଙ୍କ ଚଇତି ପର୍ବ ରେ ସାମିଲ ହୋଇ କରୁଣା ଲାଭ କରିଛନ୍ତି l