ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ଵିତୀୟ ସ୍ମରଣୀକା ବତ୍ରୁତା ମାଳ। କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ଵିତୀୟ ସ୍ମରଣୀକା ବତ୍ରୁତା ମାଳ। କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଭୁବନେଶ୍ୱର ତା.୧୮.୩.୨୦୨୫ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରାଧା ଚରଣ ଦାଶ ସ୍ମରଣୀକା ବତ୍ରୁତାମାଳ। ର ଦ୍ଵିତୀୟ ସଂସ୍କରଣ ବିଷୟବସ୍ତୁ ଭାରତୀୟ ଜ୍ଞାନ ପଦ୍ଧତି ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ଉପରେ ଆଧାରିତ ଏକବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷା ବିକାଶ ବ୍ୟବସ୍ଥା ସମ୍ପର୍କରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ସମ୍ମିଳନୀ କକ୍ଷ-୧ ରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।
ଏଥିରେ ପ୍ରଫେସର କଲ୍ୟାଣି ସାମନ୍ତରାୟ, ପ୍ରାକ୍ତନ ଇଂରାଜୀ ମୁଖ୍ୟ, ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର,ଭୁବନେଶ୍ୱର ଏବଂ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ଅଧ୍ୟକ୍ଷ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।
ସର୍ଵ ପ୍ରଥମେ ଭାରତୀୟ ପୂଜ୍ୟ ପୂଜା ସୁରକ୍ଷା ପରମ୍ପରା ଅନୁଯାୟୀ ଅତିଥି,ପୁରାତନ ଛାତ୍ରଛାତ୍ରୀ ସଙ୍ଗଠନ ର କାର୍ଯ୍ୟ ନିର୍ବାହି ସଦସ୍ୟ ଓ ଦାଶ ପରିବାର ଙ୍କ ଉପସ୍ଥିତ ରେ ଦୀପ ପ୍ରଜ୍ଵଳନ, ମାଲ୍ୟାର୍ପଣ ଏବଂ ଗୁରୁ ବନ୍ଦନା ପରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବହୁ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଦାଶ ଙ୍କ ଫୋଟ ଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ପୁରାତନ ଛାତ୍ରଛାତ୍ରୀ ସଂଗଠନ ପକ୍ଷରୁ ସଭାପତି ପ୍ରଫେସର ହାଡ଼ି ବନ୍ଧୁ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ସହିତ ସମସ୍ତ ଅଗନ୍ତୁକ ମାନକୁ ସ୍ୱାଗତ କରିଥିଲେ।
ପ୍ରଥମେ ପ୍ରଫେସର ଦାଶ ଙ୍କ ପୁତ୍ରବଧୁ ଶ୍ରୀମତୀ ମୋନିକା ଦାଶ ସ୍ମୃତି ଚାରଣ ସହ ପ୍ରଫେସର ଦାଶ ଙ୍କ ପ୍ରଶାସନିକ ଶୈଳୀ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ସମ୍ମାନିତ ଅତିଥି ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ସୁପ୍ରଭାବ ଏବଂ ଆଧୁନିକ ଶିକ୍ଷା ବ୍ୟବସ୍ଥା ରେ ଏହାର ପ୍ରଭାବ, ନୈତିକ ଶିକ୍ଷା ପ୍ରଚଳନ ରେ ଏହାର ଆବଶ୍ୟକତା ର ମୁଖ୍ୟାଂସ ବିସ୍ତ୍ରୁତ ଭାବରେ ଉପସ୍ଥାପନ କରିଥିଲେ।
ମୁଖ୍ୟବକ୍ତା ପ୍ରଫେସର କଲ୍ୟାଣି ସାମନ୍ତରାୟ ଭାରତୀୟ ଜ୍ଞାନ ପଦ୍ଧତି ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ରେ ଆଧୁନିକ ଶିକ୍ଷା ବ୍ୟବସ୍ଥା, ଏହାର ଉପଯୋଗୀତା ସମ୍ପର୍କରେ ଉଚକୋଟି ର ଶିକ୍ଷଣୀୟ ବିଚାର ଉପସ୍ଥାପନ କରିଥିଲେ। ପ୍ରତିଭାଗୀ ମନେ ଅତ୍ୟନ୍ତ ଉତ୍ସାହିତ ହୋଇ ମୁଖ୍ୟ ବକ୍ତା ଙ୍କ ସହିତ ପ୍ରଶ୍ନ ଉତ୍ତର ମାଧ୍ୟମରେ ଜ୍ଞାନ ର ଆଦାନ ପ୍ରଦାନ କରିଥିଲେ।
ବରିଷ୍ଠ ପ୍ରାକ୍ତନି ସୁଭାଷ ଚନ୍ଦ୍ର ଚୌଧୁରୀ ଏବଂ ବାଳ ମକୁନ୍ଦ ନାୟକ ପ୍ରଫେସର ଦାଶ ଙ୍କ ଛାତ୍ର ବତ୍ସଳତା ଏବଂ ପ୍ରଶାସନିକ ଶୈଳି ଅତ୍ୟନ୍ତ ଉଚକୋଟି ର ଏବଂ ମହାନ ବ୍ୟକ୍ତିତ୍ବ ସମ୍ବନ୍ଧରେ ସ୍ମୃତି ଚାରଣ କରିଥିଲେ।
ଏହି ପବିତ୍ର କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ସଙ୍ଗଠନ ର କର୍ମକର୍ତ୍ତା ଓ କାର୍ଯ୍ୟନିର୍ବାହି ସଦସ୍ୟ ଯଥାକ୍ରମେ ଡ଼. ନିରଞ୍ଜନ ପାଢ଼ୀ, ଵିଜୟ କୁମାର ରାଉତ, ପ୍ରତାପ ନାୟକ,ଜ୍ୟୋସ୍ନା ଦାଶ, ଚକ୍ରଧର ଦାଶ, ସୁଭାଷ ଚନ୍ଦ୍ର ଚୌଧୁରୀ,ବିଭୁତି ଭୂଷଣ ମିଶ୍ର, ଧ୍ରୁବନନ୍ଦ ବେହେରା, ପ୍ରତାପ କୁମାର ପରିଡା ଏବଂ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଫେସର ଦୁର୍ଯ୍ୟୋଧନ ପରିଡା,ପସନ୍ନ କୁମାର ଭଞ , ପ୍ରଦୀପ କୁମାର ବେହେରା ଓ ସକ୍ରିୟ ସଭ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତି, ବାଳ ମକୁନ୍ଦ ନାୟକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ ରେ ସହାୟତା କରିଥିଲେ।
କାର୍ଯ୍ୟକ୍ରମ ସଫଳତା ରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ର ସମସ୍ତ କର୍ମଚାରୀ ଏବଂ ଅଧ୍ୟାପକ ମାନଙ୍କ ପ୍ରେରଣା ଏବଂ ଯୋଗଦାନ ପ୍ରଶଂସନୀୟ।ବିଶେଷ କରି ପ୍ରଫେସର ଲଷ୍ମୀଧର ବେହେରା,ପ୍ରଫେସର ରିତାଞ୍ଜଳି ଦାଶ, ପ୍ରଫେସର ରମା କାନ୍ତ ମହାଳିକ ଏବଂ ପ୍ରତିଷ୍ଠାନ ର ସମସ୍ତ ଏମ.ଏଡ଼ ଛାତ୍ରଛାତ୍ରୀ ଙ୍କ ସହିତ ମିଜରାମ ଶିକ୍ଷା ପର୍ଯ୍ୟଟନ ରେ ଯୋଗଦେଇଥିବା ସମସ୍ତ ଛାତ୍ର ଛାତ୍ରୀ ଗଣ ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମ ଯୋଗ ଦେଇ ଲାଭନୀତ୍ବ ହୋଇଥିଲେ।
ପ୍ରଫେସର ଦାଶ ଙ୍କ ପରିବାର ର ପୁତ୍ର ଉଦୟ ଭାନୁ ଦାଶ, ପୁତ୍ରବଧୁ ମୋନିକା ଦାଶ, ଜା ମା ତା ସୁରେଶ ଚନ୍ଦ୍ର ମିଶ୍ର, କନ୍ୟା ରଚିତା ମିଶ୍ର, ସଞ୍ଜିତା ଦାଶ ଏବଂ ପୁତୁରା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ଦାଶ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ପରିବାର ତରଫରୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଙ୍କୁ ସ୍ମାରକ ବସ୍ତୁ ଉପହାର ପ୍ରଦାନ କରାଯାଇଥିଲା।
ରାଷ୍ଟ୍ରପତି ପୁରସ୍କୃତ ଏବଂ ପୁରାତନ ଛାତ୍ର ସଙ୍ଗଠନ ର ଯୁଗ୍ମ ସମ୍ପାଦକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ।
ସମ୍ପାଦକ ରମେଶ ଚନ୍ଦ୍ର ପାତାଳ ସିଂହ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ।
ରାଷ୍ଟ୍ର ଗାନ ପରେ ସଭାପତି ପ୍ରଫେସର ହାଡ଼ି ବନ୍ଧୁ ପଟ୍ଟନାୟକ ସଭା ସାଙ୍ଗ କରିଥିଲେ