ବୌଦ୍ଧରେ ଆସନ୍ତାକାଲି ବାଇକ ରାଲି ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ.
ବୌଦ୍ଧରେ ଆସନ୍ତାକାଲି ବାଇକ ରାଲି ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବାଇକ ରାଲି ର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଭାରତୀୟ ସେନାବାହିନୀ କୁ ମାନସିକ ସ୍ତରରେ ସମର୍ଥନ, ତାଙ୍କର ମନୋବଳ ବୃଦ୍ଧି ସହ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ରେ ଏହି ବାଇକ ରାଲି ର ଆୟୋଜନ କରାଯିବ l ବୌଦ୍ଧ ସହରର ସମସ୍ତ ଜନସାଧାରଣ, ଶିକ୍ଷlନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟlପିକା, ଏନ. ସି. ସି., ସ୍କାଉଟ, ରେଡ଼କ୍ରସ ଛାତ୍ର ଛାତ୍ରୀ, ସମସ୍ତ ପୋଲିସ ଅଧିକାରୀ, କର୍ମଚାରୀ,ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ସମସ୍ତ ସଦସ୍ୟ, ସଦସ୍ୟା, ସମସ୍ତ ଜ଼ିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ଙ୍କ ଦ୍ବାରା ଦଳଗତ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବଶେଷରେ ଏହି ବାଇକ ରାଲିରେ ସାମିଲ୍ ହେବେ l ଆସନ୍ତାକାଲି ସକାଳ ୮ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟା ଳୟ ଠାରୁ ଏହି ବାଇକରା଼ଲି ଆରମ୍ଭ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ଏହି ବାଇକ ରାଲି ରେ ବହୁ ସଂଖ୍ୟା ରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି l ବାଇକରାଲି ରେ ଅଂଶ ଗ୍ରହଣ କରିବା ପାଇଁ ସମସ୍ତେ ହେଲମେଟ ଥିଲେ ସାଙ୍ଗରେ ନେଇ ଆସିବା ସହିତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାଇକେଲ ରେ ଆସିବା ପାଇଁ କୁହା ଯାଇଛି l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଟେମଲାଲ ଦୁବେ, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍କିକ,ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡିଶା ବିପର୍ଯୟ ପରିଚାଳନା ସଞ୍ଜୟ କୁମାର ଝା, କନିଷ୍ଠ ଯନ୍ତ୍ରୀ, ଏନ. ଏ. ସି. ବୌଦ୍ଧଗଡ଼ ପବିତ୍ର ମୋହନ ପ୍ରଧାନ, ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ଅଧ୍ୟାପକ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଡ. ପ୍ରବୀର କୁମାର ଦାଶ,ଆଇ. ଆଇ. ସି. ଆଦର୍ଶ ଥାନା, ବୌଦ୍ଧ ରଂଜିତ କୁମାର ମୁନି, ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ l ବୈଠକ ରେ ଟ୍ରାଫିକ ନିୟନ୍ତ୍ରଣ, ମେଡିକାଲ, ଫାଷ୍ଟଏଡ଼, ଆମ୍ବୁଲାନ୍ସ ପ୍ରସ୍ତୁତି, ପାନୀୟ ଜଳ, ଓ ଆର ଏସ ବଣ୍ଟନ, ବାଇକ ରାଲି ରେ ସମସ୍ତ ଙ୍କ ଉପସ୍ଥିତି ଏବଂ ସହଯୋଗ, ସର୍ବୋପରି ଗଣମାଧ୍ୟମ ଙ୍କ ଉପସ୍ଥିତି, ବାଇକ ରାଲି ରେ ଯୋଗଦାନ ଏବଂ ଏହାର ପ୍ରଚାର, ପ୍ରସାର ପାଇଁ ଅନୁରୋଧ କରାଯାଇଥିଲା l ଏହି ରାଲି ପାଇଁ ସମସ୍ତେ ସକାଳ ୭.୪୫ ମିନିଟ ସୁଦ୍ଧା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବା ସହ ସକାଳ ୮ଘଟିକା ରେ ରାଲି ର ଶୁଭାରମ୍ଭ, ଏହି ରାଲି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ନୁଆସାହି ଛକ, ୱାରଲେ ସ ଛକ, ପୋଷ୍ଟ ଅଫିସ ଛକ, ରଥ ସlହି ଛକ, ଭୈରବୀ ଛକ, କେଉଟ ସlହି, ଚନ୍ଦ୍ରଚୁଡ଼ ରାସ୍ତା, ବିଜୁ ପଟ୍ଟନାୟକ ଛକ, ମେଡିକାଲ ଛକ, ବାଘଗୁଡା ଛକ, ହାତୀଶlଲ ଛକ ଦେଇ ଜ଼ିଲ୍ଲା ସଂଗ୍ରହlଳୟ ଠାରେ ପହଂଚିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ବୈଠକ ରେ ଜ଼ିଲ୍ଲାପାଳ ରାଲିରେ ସମସ୍ତଙ୍କ ଉପସ୍ଥିତି ଏବଂ ସହଯୋଗ କାମନା କରିଥିଲେ l ଏହି ବୈଠକ ପୂର୍ବରୁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଙ୍କ ଅଧ୍ୟକ୍ଷତା ରେ ଆଭାସୀ ମାଧ୍ୟମ ରେ ସମସ୍ତ ଜ଼ିଲ୍ଲାପାଳଏବଂ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଆସନ୍ତାକାଲି ର ବାଇକ ରାଲି କାର୍ଯ୍ୟକ୍ରମ ର ସମସ୍ତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା l