ବୌଦ୍ଧରେ ଇଣ୍ଡେନ୍ ଡିଭିଜନାଲ ଅଫିସ,ସମ୍ବଲପୁର ତରଫରୁ ସ୍ବଚ୍ଛତା ପକ୍ଷ ପାଳନ.

ବୌଦ୍ଧରେ ଇଣ୍ଡେନ୍ ଡିଭିଜନାଲ ଅଫିସ,ସମ୍ବଲପୁର ତରଫରୁ ସ୍ବଚ୍ଛତା ପକ୍ଷ ପାଳନ.

*ବୌଦ୍ଧରେ ଇଣ୍ଡେନ୍ ଡିଭିଜନାଲ ଅଫିସ,ସମ୍ବଲପୁର ତରଫରୁ ସ୍ବଚ୍ଛତା ପକ୍ଷ ପାଳନ* ବୌଦ୍ଧ:୧୧/୭(ରବିନ୍ଦ୍ର ପଟ୍ଟନାୟକ)ବୌଦ୍ଧ ସହରସ୍ଥିତ ଜାନକୀ-ଭିକାରୀ ଉଚ୍ଚ ବିଦ୍ୟାଳୟ, ମାଉଲସିଙ୍ଗା ପରିସରରେ ଇଣ୍ଡେନ୍ ଡିଭିଜନାଲ ଅଫିସ,ସମ୍ବଲପୁର ତରଫରୁ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଛି।ଏହି ଅବସରରେ ଚିତ୍ତରଞ୍ଜନ ମେହେର,ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ବରେ ପ୍ରଫେସର ପ୍ରଭାସ ଚନ୍ଦ୍ର ମିଶ୍ର, ପ୍ରାକ୍ତନ ଅଧ୍ୟକ୍ଷ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ମୁଖ୍ୟ ଅତିଥି, ପ୍ରଫେସର ଡମ୍ବରୁଧର ଭୋଇ,ପ୍ରାକ୍ତନ ଅଧ୍ୟକ୍ଷ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ମୁଖ୍ୟବକ୍ତା, କମଳାକାନ୍ତ ଦଳବେହେରା, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ,ବରେଣ୍ୟ ଅତିଥି ଓ ଅଧିବକ୍ତା ଚିତ୍ତରଞ୍ଜନ ଦାଶ,ସମାଜସେବୀ ଓ ସାହିତ୍ୟିକ, ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ସ୍ବଚ୍ଛତା ପକ୍ଷ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ବିଶଦ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ନୀଳଚକ୍ର ଗ୍ୟାସ ଏଜେନ୍ସୀ, ବୌଦ୍ଧ ଏହି ଉତ୍ସବ ପରିଚାଳନା କରିଥିବା ବେଳେ ସଭାପତିଙ୍କ ସମ୍ଭାଷଣ ପରେ ତ୍ରିଲୋଚନ ମେହେର, ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟୁନ୍ୟ ଅଶୀଜଣ ଛାତ୍ରଛାତ୍ରୀ, ବିଂଶାଧିକ ସ୍ଥାନୀୟ ମହିଳା ଓ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କ ଗହଣରେ ଏକ ଗ୍ୟାସ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ନୀଳଚକ୍ର ଗ୍ୟାସ ଏଜେନ୍ସୀ ତରଫରୁ ଦୁଃଶାସନ ପରିଡା ସୁରକ୍ଷିତ ଗ୍ୟାସ ବ୍ୟବହାର ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଉତ୍ସବ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ବଚ୍ଛ ଭାରତ ଅଭିଯାନ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଶ୍ରୀଜିତ୍ ଖଡିରତ୍ନ,ପ୍ରଥମ,ଟ୍ଵିଙ୍କିଲ ମେହେର, ଦ୍ବିତୀୟ ଓ ଦୁର୍ଯ୍ୟୋଧନ ମେହେର, ତୃତୀୟ ତଥା ଚିତ୍ରାଙ୍କନ ପ୍ରତିଯୋଗିତାରେ ଲୋକନାଥ ବେହେରା,ପ୍ରଥମ, ଦୀପକ ମେହେର,ଦ୍ବିତୀୟ ଓ ଆୟୁଷ ମେହେର, ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।