ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବୌଦ୍ଧ ଜିଲ୍ଲା ନାଗରିକ କମିଟି l

ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବୌଦ୍ଧ ଜିଲ୍ଲା ନାଗରିକ କମିଟି l

*ବୌଦ୍ଧ ଜିଲ୍ଲା ନାଗରିକ କମିଟିର ଗଣ ଧାରଣା* ବୌଦ୍ଧ:୧୧/୭(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବୌଦ୍ଧ ଜିଲ୍ଲା ନାଗରିକ କମିଟି l ଜିଲ୍ଲାର ସ୍ୱାର୍ଥ ପ୍ରତି ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ଓ ସଂଗ୍ରାମ କରି ଜିଲ୍ଲାର ସ୍ୱାର୍ଥ ସାଧନାରେ ସତତ ଚେଷ୍ଟିତ ତଥା ବ୍ରତୀ ଥିବା ନାଗରିକ କମିଟି ତିନି ଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କମିଟିର ସମ୍ପାଦକ ଶ୍ରୀ ବିଶ୍ୱେଶ୍ୱର ପୁଷ୍ଟିଙ୍କ ନେତୃତ୍ୱରେ ଧାରଣା ଦେଇଥିବା ଜଣାପଡ଼ିଛି l ସେଗୁଡ଼ିକ ହେଲା ବୌଦ୍ଧର ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା , ଜିଲ୍ଲା ସଂଗ୍ରହାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଓ ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ନାଏକ ପଡ଼ା ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରର ବିକାଶ ପାଇଁ ସରକାରୀ ସହାୟତା ପ୍ରଦାନ l ଏହି ମୁଖ୍ୟ ଦାବୀ ଗୁଡିକୁ ଶୀଘ୍ର ପୂରଣ କରିବା ଦାବି ନେଇ ଧାରଣାରେ ବସିଛି ନାଗରିକ କମିଟି l ବୌଦ୍ଧ ଜିଲ୍ଲାର ବୁଦ୍ଧିଜୀବୀ,ଶିକ୍ଷାବିତ୍ ,ଦଳଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ନେତା ଗଣ, ଛାତ୍ର ଛାତ୍ରୀ ତଥା ଜିଲ୍ଲାବାସୀ ମଧ୍ୟ ଏହି ଧାରଣାକୁ ଅକୁଣ୍ଠ ଚିତ୍ତରେ ସମର୍ଥନ ଜଣାଇଥିବା ବେଳେ ନାଗରିକ କମିଟି ବୌଦ୍ଧ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ ଆଲୋଚନା କରି ପୁନର୍ବାର ଦାବୀ ଉପସ୍ଥାପନ କରିଥିଲେ ଓ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି l