ଭୁବନେଶ୍ୱର ରୁ ଅପହରଣ ଶିଶୁ କୁ ଉଦ୍ଧାର କଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା।

ଭୁବନେଶ୍ୱର ରୁ ଅପହରଣ ଶିଶୁ  କୁ ଉଦ୍ଧାର କଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା।

ଭୁବନେଶ୍ୱର ରୁ ଅପହରଣ ଶିଶୁ ପଟ୍ଟାମୁଣ୍ଡାଇ ରୁ ଉଦ୍ଧାର। ସୂଚନା ମୁତାବକ ଗତକାଲି ଦୁଇ ଜଣ ଦୁର୍ବୁତ୍ତ ଭୁବନେଶ୍ୱର ର କଳ୍ପନା ଛକରୁ ଶିଶୁ କୁ ଚକଲେଟ ଦେବା ବାହାନାରେ ଡାକିବା ଓ ପରେ ରୁମାଲ ସୁଂଘାଇ ବେହୋସ କରିବା ପରେ କେନ୍ଦ୍ରାପଡ଼ା ବାଟ ଦେଇ ପଟ୍ଟାମୁଣ୍ଡାଇ ଯିବା ବାଟରେ ଗୋଗୁଆ ଛକ ନିକଟ ପେଟ୍ରୋଲ ପମ୍ପ ପାଖରେ ଗାଡି ରଖିଥିଲେ। ତେବେ କୌଶଳ ବଶତଃ ପିଲାଟି ଖସି ଯିବାରେ ସକ୍ଷମ ହେବା ପରେ ଶିଶୁ ଟି ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି। ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ବ କରିଥିବା ବେଳେ ଅଧିକ କାଉନସେଲିଙ୍ଗ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରିଛି।ତେବେ ସେ ଦୁଇ ଜଣ କିଏ ଓ କାହିଁକି ଶିଶୁ ଟିକୁ ଅପହରଣ କରିଛି ତାହାର କିଛି ସ୍ପଷ୍ଟ ହୋଇନାହିଁ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ଓ ତାଙ୍କ ଷ୍ଟାଫ ଶିଶୁ ଟି କୁ ଉଦ୍ଧାର କରିଥିବାରୁ ସବୁ ଆଡେ ପ୍ରଶଂସା ପାତ୍ର ସାଉଁଟିଛନ୍ତି।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା