ମହଙ୍ଗା ହେଲା ଆଧାର ସେବା ,

ମହଙ୍ଗା ହେଲା ଆଧାର ସେବା ,

ମହଙ୍ଗା ହେଲା ଆଧାର ସେବା ,


ଦିଲ୍ଲୀ : ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ  ଆଧାର କାର୍ଡରେ ନାମଲେଖା ଏବଂ ସଂଶୋଧନ ପାଇଁ ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରାଧିକରଣ ଦ୍ୱାରା ନୂତନ ମୂଲ୍ୟ ଲାଗୁ ହେବା ପରଠାରୁ, ଡାକଘରର ଆଧାର ସେବା କେନ୍ଦ୍ରଗୁଡ଼ିକରେ ବର୍ତ୍ତମାନ ନୂତନ ମୂଲ୍ୟରେ ସେବା ଯୋଗାଇ ଦିଆଯାଉଛି । ନୂତନ ଆଧାର କାର୍ଡ ତିଆରି ଏବଂ ପିଲାମାନଙ୍କର ବାୟୋମେଟ୍ରିକ୍ ଅପଡେସନ୍ ମାଗଣା ରହିବ। ନୂତନ ମୂଲ୍ୟ ଅନୁଯାୟୀ, ନାମ, ଠିକଣା, ଲିଙ୍ଗ, ଜନ୍ମ ତାରିଖ, ମୋବାଇଲ୍ ଏବଂ ଇ-ମେଲ୍ ଭଳି ଆଧାର କାର୍ଡରେ ବାୟୋମେଟ୍ରିକ୍ ସଂଶୋଧନ ପାଇଁ ଏବେ ୭୫ଟଙ୍କା ଦେବାକୁ ପଡିବ। ପୂର୍ବରୁ ଏଥିପାଇଁ ୫୦ଟଙ୍କା ଫି ଥିଲା । ସେହିପରି, ଫଟୋ, ଟିପଚିହ୍ନ କିମ୍ବା ଆଖି ରେଟିନା ଭଳି ଜନସଂଖ୍ୟାଗତ ସଂଶୋଧନ ପାଇଁ ୧୦୦ ଟଙ୍କା ବଦଳରେ ୧୨୫ ଟଙ୍କା ଦେବାକୁ ପଡିବ। ୱେବସାଇଟ୍ ରୁ ଆଧାର କାର୍ଡର ପ୍ରିଣ୍ଟଆଉଟ୍ ନେବା ପାଇଁ ୩୦ ଟଙ୍କା ବଦଳରେ ୫୦ ଟଙ୍କା ଦେବାକୁ ପଡିବ।