ମହା ବିଷୁବ ସଂକ୍ରାନ୍ତିରେ ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଦହି ଛେନା ପଣା ଓ ଥଣ୍ଡା ଜଳ ବଣ୍ଟନ
ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର)
ମାଲକାନଗିରି
ଆଜି ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଉପଲକ୍ଷେ ମାଲକାନଗିରି ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଜନହିତକର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ଋତୁର ପ୍ରଖର ଖରାକୁ ଦୃଷ୍ଟିରେ ରଖି ସମାଜ ପକ୍ଷରୁ ପଥଚାରୀ, ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କୁ ପାରମ୍ପରିକ ଦହି, ଛେନା ପଣା, ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ କରାଯାଇଛି।
ସମାଜର ସଦସ୍ୟମାନେ କହିଛନ୍ତି, “ପଣା ସଂକ୍ରାନ୍ତି ଆମ ପରମ୍ପରା। ଏହି ଦିନରେ ତୃଷାର୍ତଙ୍କୁ ଜଳପାନ କରାଇବା ପୁଣ୍ୟ କାର୍ଯ୍ୟ। ଗ୍ରୀଷ୍ମ ପ୍ରକୋପରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବା ଆମର ଉଦ୍ଦେଶ୍ୟ।”
କାର୍ଯ୍ୟକ୍ରମରେ ସମାଜର ପ୍ରମୁଖ ନେତୃବର୍ଗ ପ୍ରଫୁଲ୍ଲ କୁମାର ପଣ୍ଡା, ଵାଲା ପଣ୍ଡା,ଦିବାକର ପାଳ,ପ୍ରକାଶ ପାଣିଗ୍ରାହୀ, ମୋହନ ପାଢ଼ୀ,ଗୋକୁଳ ପାତ୍ର, ଵାଲାରାଜୁ ପାଢ଼ୀ, ସନ୍ତୋଷ ଦାସ ଓ ସମାଜ ର ବହୁ ଯୁବ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ପ୍ରାୟ ୧ ହଜାର ରୁ ଅଧିକ ଲୋକ ଏହାର ଲାଭ ଉଠାଇଥିଲେ।


admin 
