*ମାଆଙ୍କୁ ବିଦାୟ ଦେବା ବେଳେ ଭକ୍ତ ମାନେ ଭାବବିହ୍ୱଳ, ଲୁହଭରା ଆଖିରେ ଜଣାଇଲେ ମେଲାଣି*
ଭକ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ… ମାଆଙ୍କୁ ବିଦାୟ ଦେବାର ମୁହୂର୍ତ୍ତ ଥିଲା ଅତ୍ୟନ୍ତ ଭାବବିହ୍ୱଳ। ମାଆଙ୍କ ପ୍ରତି ଭକ୍ତଙ୍କ ଅଗାଧ ଶ୍ରଦ୍ଧା, ଅସୀମ ଭଲପାଇବା ଓ ଅତୁଟ ଭକ୍ତିଭାବ ଭସାଣି ଉତ୍ସବର ପ୍ରତିଟି ଦୃଶ୍ୟରେ ପ୍ରତିଫଳିତ ହୋଇଥିଲା। ବିଦାୟର ଏହି ବେଳାରେ କାହା ଆଖିରେ ଲୁହ ତ ଆଉ କାହା ମନରେ ଥିଲା ମାଆଙ୍କଠାରୁ ଦୂରେଇ ଯିବାର ଅସହ୍ୟ ଦୁଃଖ।
ଏଭଳି ଏକ ଭାବପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିଭିନ୍ନ ପୂଜାମଣ୍ଡପରେ।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିଭିନ୍ନ ପୂଜାମଣ୍ଡପରେ ମାଆ ଜଗତଜନନୀଙ୍କ ମୃଣ୍ମୟୀ ପ୍ରତିମା ସହ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ପୂଜା ପାଉଥିଲେ। ପୂଜାର ଦିନଗୁଡ଼ିକରେ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା ସମଗ୍ର ଅଞ୍ଚଳ।
ଏବଂ ଆମ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଅଧିକାରୀ ମାନସ ରଞ୍ଜନ ମଲ୍ଲିକ୍ ଓ ପଟ୍ଟାମୁଣ୍ଡାଇ ତହସିଲ୍ଦାର ପଞ୍ଚାନନ ନାୟକ, ଏସ୍ ଡି ପିଓ ସୁକାନ୍ତ ପାତ୍ର ଙ୍କ ନେତୃତ୍ଵରେ ଭସାଣୀ ଉତ୍ସବ ସୁରଖୁରରେ ପାଳନ ହୋଇଥିଲା l ଏହି ଭସାଣୀ ଉତ୍ସବ ରେ ବିଜେପି ର ସୁଜାତା ବାରିକ, କାଉନସିଲର ବିଦ୍ୟାଧର ସେଠୀ, ଲଳିତ ବେହେରା, ସ୍ଵାଗତ ଦାସ ପ୍ରମୁଖ ଭସାଣୀ ଉତ୍ସବ ରେ ଭାଗ ନେଇଥିଲେ l ଆମ ର ରାଜନଗର ବିଧାୟକ ଧୃବ ଚରଣ ସାହୁ ଭସାଣୀ ଉତ୍ସବ ରେ ସାମିଲ ହୋଇଥିଲେ ଓ ପଟ୍ଟାମୁଣ୍ଡାଇ ପୋଖରିଆପଡା ଦୁର୍ଗା ପୂଜା କମିଟି ତରଫରୁ ରାବଣ ପୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆମ ଓଡିଶା ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଯୋଗ ଦେଇଥିଲେ l
ପଟ୍ଟାମୁଣ୍ଡାଇ ଥାନା ର ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଓ ପଟ୍ଟାମୁଣ୍ଡାଇ ତହସିଲ୍ଦାର ପଞ୍ଚାନନ ନାୟକ ଙ୍କ ନେତୃତ୍ଵରେ ରେ ଶାନ୍ତି ଶୃଙ୍ଖଳା ରେ ଭସାଣୀ ଉତ୍ସବ ପାଳିତ ହୋଇଥିଲା l
*କେନ୍ଦ୍ରାପଡ଼ା ରୁ ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍* - _ବିଶେଷ ଖବର_


admin 
