ଏମ୍ ଏନ୍ ହାଇସ୍କୁଲ୍ ପ୍ୟାରେଡ୍ ପଡ଼ିଆ ରେ ପାଳିତ ହେଲା ସ୍ବାଧୀନତା ଦିବସ।
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଏମ ଏନ ହାଇସ୍କୁଲ ଠାରେ ୧୮ ଗୋଟି ସ୍କୁଲ ଓ ପଟ୍ଟାମୁଣ୍ଡାଇ ଦୁଇ ମହାବିଦ୍ୟାଳୟ କୁ ନେଇ ପଟ୍ଟାମୁଣ୍ଡାଇ ସ୍ବାଧୀନତା ଦିବସ ଆୟୋଜକ ମହା ଆଡମ୍ୱରରେ ୮୦ ତମ ସ୍ୱାଧୀନତା ଦୀବସ ପାଳନ କରି ଥିଲେ।
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ଏମ ଏନ ହାଇସ୍କୁଲ ପ୍ରାଙ୍ଗଣ ରେ ଆମ ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ତୁହାକୁ ତୁହା ବର୍ଷାକୁ ଖାତିର ନ କରି ୧୮ ଟି ସ୍କୁଲ ଛାତ୍ର ଓ ଛାତ୍ରୀ ଙ୍କ ଅଂଶିଦାର କୁ ସମସ୍ତ ପଟ୍ଟାମୁଣ୍ଡାଇ ବାସିନ୍ଦା ମାନଙ୍କୁ ଚକିତ କରିଦେଇଛି। ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଵିଧାୟକ ଶ୍ରୀ ଯୁକ୍ତ ଧ୍ରୁବ ସାହୁ ମହୋଦୟ ପିଲାମାନଙ୍କୁ ଆମ ଦେଶ କିପରି ଅଂଗ୍ରେଜ ମାନଙ୍କ ଦ୍ୱାରା ପରାଜିତ ଥିଲା, ସେମାନେ କିପରି ଆମ୍ଭମାନଙ୍କୁ ସୋଷଣ କରୁଥିଲ ଓ ଆମ୍ଭଙ୍କୁ କେଉଁ କେଉଁ ମାନେ ୧୯୪୭ ମସିହା ଆଜିର ବିନରେ କିପରି ସ୍ୱାଧୀନତା କରାଇଥିଲେ ଏହି ବିଷୟରେ ବିଧାୟକ ମହୋଦୟ ପିଲାମାନଙ୍କୁ ତାଙ୍କର ଭାସଣରେ ବକ୍ତବ୍ୟ ରଖିଥିଲେ। ଏହା ସହିତ ସ୍କାଉଟ୍ ର ପ୍ରତି ଯୋଗିତା ର ଆୟୋଜନ କରାଯାଇଥିଲା। ୧୮ ଗୋଟି ବିଦ୍ୟାଳୟ ମଧ୍ୟେରେ ପ୍ରତିଯୋଗିତା ହୋଇ ଥିଲା । ଏଥିରେ ପ୍ରଥମ ପୁରସ୍କାର ଭେଙ୍କଟେଶ୍ୱର ସ୍କୁଲ ପଟ୍ଟାମୁଣ୍ଡାଇ, ଦ୍ୱିତୀୟ ପୁରସ୍କାର ଏମ ଏନ ହାଇସ୍କୁଲ ପଟ୍ଟାମୁଣ୍ଡାଇ ଓ ତ୍ରୁତୀୟ ପୁରସ୍କାର ସରସ୍ୱତୀ ଶିଶୁ ମନ୍ଦିର ପାଇଥିଲେ। ସ୍ବାଧୀନତା ଦିବସ ଉପଲକ୍ଷେ ପଟ୍ଟାମୁଣ୍ଡାଇ ପ୍ୟାରେଡ୍ ପଡ଼ିଆ ରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଓ ଛାତ୍ରୀ ଙ୍କ ମଧ୍ୟ ରୁ ଉର୍ତ୍ତିନ୍ୟ ହୋଇ ଥିବା ଛାତ୍ର ଓ ଛାତ୍ରୀ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ଥିଲା। ବେଳତଳ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ର ଅଷ୍ଟମ ଶ୍ରେଣୀ ର ଛାତ୍ର ସାଇ ରାମ ପଣ୍ଡା ଚିତ୍ରାଙ୍କନ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସାଇରାମ୍ ପଣ୍ଡା ଙ୍କୁ ରାଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ଧୃବ ଚରଣ ସାହୁ ମହୋଦୟ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ପଟ୍ଟାମୁଣ୍ଡାଇ ପୌରପାଳିକା ର ଅଧ୍ୟକ୍ଷ ହେମନ୍ତ କୁମାର ସାହୁ,ସ୍ୱାଧୀନତା ଦିବସ ପାଳନ ପରିଚାଳନା କମିଟିର ସଭାପତି ଓ ସମ୍ପାଦକ ଓ କମିଟି ର ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ଓ ଆଡଭୋକେଟ୍ ଗୋପୀନାଥ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ଅନିଲ ଚୌଧୁରୀ, ବରିଷ୍ଠ ଚିତ୍ରକାର ରାଜେନ୍ଦ୍ର କୁମାର ଦାଶ , ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ,ବହୁ ସମାଜ ସେବୀ ,ବୁଦ୍ଧିଜୀବୀ ,ସାମ୍ବାଦିକ ,ବହୁ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ପୌରପାଳିକା ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଏମ୍ ଏନ୍ ହାଇ ସ୍କୁଲ୍ ପଡ଼ିଆ ରେ ହୋଇ ଥିବା ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରି ଥିଲେ।ପ୍ରବଳ ବର୍ଷା ପାଇଁ କାର୍ଯ୍ୟ କ୍ରମ ପାଇଁ ବାଧାପ୍ରାପ୍ତ ହୋଇ ଥିଲା।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
