ମୁନିଗୁଡାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ.

ମୁନିଗୁଡାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ.
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିସିଙ୍ଗା ନିକଟସ୍ଥ ଶ୍ରୀକୃଷ୍ଣ ନଗର ପଡିଆ ପରିସରରେ ହଜାର ହଜାର ଗୃହହୀନ,ଭିନ୍ନକ୍ଷମ,ରୋଗାକ୍ରାନ୍ତ, ଶହୀଦ ପରିବାର,ଘରପୋଡି,ହାତୀ ଉପଦ୍ରବ,ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାର ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର ନିମନ୍ତେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବା ସହିତ "ପୂରଣ ହେବ ପକ୍କା ଘର ଆଶା,ବିକଶିତ ହେବ ଆମ ଓଡ଼ିଶା" ର ଉଦ୍ଘୋଷ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭ ଉଦ୍ଘାଟନର ଆଭାସୀ ପ୍ରସାରଣ କାର୍ଯ୍ୟକ୍ରମ ମୁନିଗୁଡ଼ା ବ୍ଲକ ପରିସରରେ ବିଡ଼ିଓ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦଳପତିଙ୍କ ଅଧ୍ୟକ୍ଷତା ଓ ସହକାରୀ ଯନ୍ତ୍ରୀ ଐଶୁର୍ଯ୍ୟ ଭଞ୍ଜଦେଓଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୁଃଖିନୀ ନୁଣ୍ଡ୍ରୁକା,ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ଆଦର୍ଶ କୁସୁଲିଆ,ସରପଞ୍ଚ ସରସ୍ଵତୀ ଶବର,ପାଇକ ଯାକେଶିକା,
ଅନନ୍ତ ନୁଣ୍ଡ୍ରୁକା,ପ୍ରକାଶ କରଶିକା,ଉପେନ୍ଦ୍ର ଶିକକା,ସୁନିତା ପିଡିକାକ,ପ୍ରମିଳା ସିକାକା,ଗୌରୀ ପିଡିକାକା,ସମିତି ସଭ୍ୟା ଶକୁନ୍ତଳା ନୁଣ୍ଡ୍ରୁକା,ସୁମିତ୍ରା ମାଝୀ,ମମତା ପ୍ରାସ୍କା,ଅନଙ୍ଗ ନାଗ ପ୍ରମୁଖ ଅନେକ ଲୋକ ପ୍ରତିନିଧି ଉପସ୍ଥିତି ରହି ମହାପ୍ରଭୁ ଜଗନ୍ନାଥଙ୍କ ଫଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ବିଷମକଟକ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକା,ବିଜେପି ମଣ୍ଡଳ ସଭାପତି ସୁବାସ ଗୌଡ଼,ଅନେକ ଯୁବମୋର୍ଚ୍ଚା କର୍ମୀଙ୍କ ସହ ଶତାଧିକ ମାତୃଶକ୍ତି ମହିଳା,୧୭ଟି ପଞ୍ଚାୟତର ସମସ୍ତ ଲୋକ ପ୍ରତିନିଧି,ମିଶନ ଶକ୍ତିର ସଦସ୍ୟା,ଓଡ଼ିଶା ଜୀବିକା ମିଶନର ସଦସ୍ୟା,ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଆଭାଶି ଜରିଆରେ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକୀ ବାତ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଂତ୍ୟୋଦୟ ଯୋଜନାର ଗୁଭ ଉଦଘାଟନ ଓ ବକ୍ତବ୍ୟ ଶୁଣିଥିଲେ।ପରେ ବିଡ଼ିଓ ଶ୍ରୀଯୁକ୍ତ ଦଳପତିଙ୍କ ଦ୍ଵାରା ସ୍ଥିରୀକୃତ ଓ ପଞ୍ଚାୟତ ସମିତି ଅନୁମୋଦିତ ୨୨୫ ଜଣ ହିତାଧିକାରୀ ମାନଙ୍କୁ ଅଂତ୍ୟୋଦୟ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।ଚାରି ମାସ ମଧ୍ୟରେ ଘର ପୂର୍ଣ୍ଣାଙ୍ଗ ହେଲେ ୨୦ହଜାର ଟଙ୍କା ଏବଂ ଛଅ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ହେଲେ ଅଧିକା ୧୦ହଜାର ଟଙ୍କା ହିତାଧିକାରୀ ମାନଙ୍କୁ ମିଳିବାର ବିଧାନ ଥିବା ବିଡ଼ିଓ ଶ୍ରୀଯୁକ୍ତ ଦଳପତି ଘୋଷଣା କରିଥିଲେ।ମଞ୍ଚ ପରିଚାଳନା ଜିଆରଏସ ଅଜିତ ନାଗ କରିଥିଲେ।ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ,ହିତାଧିକାରୀ ଓ ଅତିଥି ମାନଙ୍କ ପାଇଁ ପଞ୍ଚାୟତ ସମିତି ତରଫରୁ ଖାଦ୍ୟପେୟ ବ୍ୟବସ୍ଥା କରା ଯାଇଥିଲା।କାର୍ଯ୍ୟକ୍ରମରେ ଯନ୍ତ୍ରୀ ପ୍ରମୋଦ ପରିଡ଼ା,
ଅଶୋକ କୁମାର ପାତ୍ର,ଗୌରୀ ନାୟକ,
ସନ୍ଧ୍ୟାରାଣି ମଲ୍ଲିକ,ବିପିମ୍ ମମତା ରାଉଳ,
ମଙ୍ଗଳ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,
ହେଡ କ୍ଲାର୍କ ମନୋରଞ୍ଜନୀ କାର୍ଜି,ଡାଳିମ୍ବ ନାୟକ,କଳ୍ପନା ସାହୁ,ଜିଟିଓ ମନୋରଞ୍ଜନ ବେହେରା,ଭିଏଲ୍ ଡବ୍ଲ୍ୟୁ ସୁନୀଲ କୁମାର ଯାଦବ, ଅଞ୍ଜନ କୁମାର ସାହୁ ପ୍ରମୁଖ ସମସ୍ତ ବ୍ଲକ୍ କର୍ମଚାରୀ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।ଶେଷରେ ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ଭଞ୍ଜଦେଓ ଧନ୍ୟବାଦ ଅର୍ପଣ କରିଥିଲେ।