ମୁନିସିପାଲିଟି ରେ ଅରାଜକତା, କିଛି ପ୍ଲାନିଂ ନ ଥାଇ ମନଇଚ୍ଛା ରାଜୁତି।

ମୁନିସିପାଲିଟି ରେ ଅରାଜକତା, କିଛି ପ୍ଲାନିଂ ନ ଥାଇ ମନଇଚ୍ଛା ରାଜୁତି।

ମୁନିସିପାଲିଟି ରେ ଅରାଜକତା, କିଛି ପ୍ଲାନିଂ ନ ଥାଇ ମନଇଚ୍ଛା ରାଜୁତି। ପଟ୍ଟାମୁଣ୍ଡାଇ ତା ୧୫/୦୬/ ୨୦୨୬ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଟି ସବୁ ମୁନିସିପାଲିଟି ଠାରୁ ଅନୁନ୍ନତ। ଏହାର ଜ୍ୱଳନ୍ତ ଉଦାହରଣ ଅପରିସ୍କାର ରାସ୍ତା, ବାଟସାରା ଅଳିଆ ଆବର୍ଜନା, ନାଳ, କେନାଲ ଆବର୍ଜନା, ସୌଚାଳୟ ଅପରିସ୍କାର, ସାର୍ବଜନୀନ ପାଣିପାଇପ ବନ୍ଦ, କୂଢା କୂଢା ଅଳିଆ ଆବର୍ଜନା ଚାରି ଆଡେ ଦେଖିବାକୁ ମିଳୁଛି। ଆଲୁଅ ଲାଗି ଥିବା ଖୁଣ୍ଟି ରେ ଲାଇଟ ଦିଆ ହୋଇଛି ହେଲେ ଆଲୁଅ ଜଳୁନି କାମ କରୁଥିବା ଟେକନିସିଆନ ଙ୍କୁ ପଚାରିବାରୁ କିଛି ରହସ୍ୟ ସାମ୍ନା କୁ ଆସିଛି ଯାହାକି ଲାଇଟ୍ ର ମେନ୍ଟେନାନ୍ସ ଦାୟିତ୍ୱ ରେ ଏକ ବାହାର ରାଜ୍ୟର କମ୍ପାନୀ ନାମ ସିସ୍କା ହରିୟାଣାର, ସେ ଏକ କେନ୍ଦ୍ରାପଡ଼ା ଲୋକକୁ ଠିକା ରେ ଦେଇ ସେଠାରେ ବସି ବିଲ କରି ଟଙ୍କା ଝାମ୍ପୁଛି ଏଠାରେ ଜନ ସାଧାରଣ ମଲେ କି ଗଲେ ତାହାର କିଛି ଯାଏ ଆସେ ନାହିଁ। ବଡ ବିଡମ୍ବନାର ବିଷୟ ଯେଉଁ ମାନେ ଏଠାରେ କାମ କରୁ ଛନ୍ତି ସେ ମାନେ ସମସ୍ତେ ଗରିବ ଶ୍ରେଣୀ ର ସେମାନଙ୍କ ର ନା ଇପିଏଫ୍, ଇଏସଆଇ, ଇନସୁରାନ୍ସ ନା ଅଛି ସେପଟି କିଟ୍ସ୍। ତାଙ୍କୁ ପଚାରିବାରୁ ସେମାେନ କହୁଛନ୍ତି ଆମକୁ କମ୍ପାନୀ ଦେଇନାହାନ୍ତି। ଏଠି ପ୍ରଶ୍ନ ଉଠୁଛି ମୁନିସିପାଲିଟି ର ଅଫିସର ଆଉ ନିର୍ବାଚିତ ଚେଆରମ୍ୟାନ ଓ କାଉନସିଲର ମାନେ ଵସି କରୁଛନ୍ତି କଣ?? ଏହି ବିଷୟ ରେ ବହୁ ପୁରୁଖା ଲୋକେ, ଏଠାକାର ବାସିନ୍ଦା କହୁଛନ୍ତି ଆମେ ବଡ ଭୁଲ କରି ଦେଇଛୁ ଏମାନଙ୍କୁ ଭୋଟ ଦେଇ, ନା ଏମାେନ ନିଜେ କାମ ଜାଣି ଛନ୍ତି ନା କାମ କରିବା ପାଇଁ ମଧ୍ୟ ଯୋଗ୍ୟତା ନାହିଁ। ନଚେତ୍ ଏମାେନ କିପରି ବଡ ଲୋକ ହେବେ ସେହି ସ୍ୱପ୍ନ ଦେଖୁ ଛନ୍ତି। ଆଉ ମଧ୍ୟ କହୁଛନ୍ତି ଅନ୍ତର ପ୍ରାନ୍ତର ରେ ଅନ୍ୟକୁ ଦୋଷାରୋପଣ ରେ ବ୍ୟସ୍ତ ରହୁଛନ୍ତି। ଯେ ଆମେ ବଜେଡି ଦଳର ଅଛୁ ସେଥିପାଇଁ ରାଜ୍ୟ ସରକାର ଆମ କଥା ସୁଣୁୁନାହାନ୍ତି। ତେଣୁ ଏଠାକାର ଜନସାଧାରଣ ହେଲେ ରଂଜନ ଦାସ, ଅମୂଲ୍ୟ ମଳିକ, ଦୋଳଗୋବିନ୍ଦ ସେଠୀ, ମନୋଜ ସୁତାର, ମନୋଜ ସାମଲ, ନରୋତ୍ତମ ସାହୁ, କୁମର ମଳିକ, ନୁର୍ସୀଂହ ମଳିକ, ଗୟାଧର ମଳିକ ଇତ୍ୟାଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ରାଜ୍ୟ ସରକାର ଙ୍କୁ ଗୁହାରି ଜଣାଇ ଛନ୍ତି ଯେ ଆପଣ ଆମ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଉପରେ ନଜର ପକାଇ ଆମ୍ଭମାନଙ୍କୁ ମହାମାରୀ ଓ ବନ୍ୟ ଯନ୍ତୁ କବଳରୁ ରକ୍ଷା କରନ୍ତୁ କାରଣ ଆଗକୁ ବର୍ଷାର ଆଗମନକୁ ଆଖିଆଗରେ ରଖି ଏହା ଉପରେ ସଠିକ୍ ରୂପେ ଆକ୍ସନ ନେଇ କାମ ନ କରୁଥବା ଓ ଠକୁଥିବା ଠିକାଦାର ଓ କମ୍ପାନୀ ଉପରେ ଯୋରିମାନା ସହିତ ତାଙ୍କୁ କାମରୁ ନିବ୍ରୁତ ରଖନ୍ତୁ। ପଟ୍ଟାମୁଣ୍ଡାଇ ରୁ ପ୍ରଦୀପ କିଶୋର ସାହୁ ସ୍ୱତନ୍ତ୍ର ଜିଲ୍ଲା ପ୍ରତି ନିଧି ବିଷେଶ ଖବର ଓଡିଶା।