କଣ୍ଟ୍ରାକ୍ଟର ର ମନମୁଖୀ କର୍ଯ୍ୟକାରୀ.

କଣ୍ଟ୍ରାକ୍ଟର ର ମନମୁଖୀ କର୍ଯ୍ୟକାରୀ.

କଣ୍ଟ୍ରାକ୍ଟର ର ମନମୁଖୀ କର୍ଯ୍ୟକାରୀ ରେ ସାଧାରଣ ଲୋକେ ହନ୍ତସନ୍ତ । ପଟ୍ଟାମୁଣ୍ଡାଇ ତା ୬/୬/୨୦୨୬ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରେ ଏକ କେନାଲ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଆଜକୁ ୨ ବର୍ଷ ହେବ ଚାଲି ଆସୁଛି। ହେଲେ ଏପର୍ଯ୍ୟନ୍ତ ତାହାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନାମ ଧରୁନି। ଏହା ପଟ୍ଟାମୁଣ୍ଡାଇ ବାଇପାସ୍ ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ ପ୍ରାୟତଃ ୪ କିଲୋମିଟର ଲମ୍ବା, ବଡ ଦୁଖର କଥା ରାସ୍ତା ଦୁଇ ପାର୍ଶ୍ୱ ରେ ମାଟି ବିଛା ଯାଇ ଥିବାରୁ ଅସରାଏ ବର୍ଷା ହେଲେ ଗାଡି ଓ ସାଇକେଲ ତ ଦୁରର କଥା ଚାଲି ଚାଲି ଯିବା ବି ଅସମ୍ଭବ। ଆଗକୁ ମୌସମୀ ର ପ୍ରଭାବ ଥିବାରୁ ଯଦି ଏହା ସଠିକ୍ ରୂପାନ୍ତର ନ କରାଯାଏ ତେବେ ଜନସାଧାରଣଙ୍କ ଗମନାଗମନ ରେ ବିପଦ ଆସିପାରେ ଏହା ସହିତ ରାସ୍ତା ଠାରୁ କେନାଲର ଗଭିର ପ୍ରୟତଃ ୩୦ ଫୁଟ ଥିବାରୁ ଯଦି କେହି ପଡିଯାଏ ତାହର ଅବସ୍ଥା ସୋଚନିୟ ହୋଇପଡିବ। ସେ ରାସ୍ତା ଉପରେ ଦିନ କୁ ୪ଶହ ରୁ ୬୦୦ ଲୋକେ ଯାତାୟାତ କରୁଥିବା ବେଳେ, ଗୋରୁଗାଈ, ଛେଳମେଣ୍ଢା, ଛୋଟପିଲା, ବ୍ରୁଦ୍ଧା ବ୍ରୁଦ୍ଧି ମାନଙ୍କ ଜୀବନ ପ୍ରତି ବିପଦ ରହୁଛି। ପ୍ରଶାସନ ତରଫରୁ କୌଣସି ବାରିକେଟ ର ବ୍ୟବସ୍ଥା ହୋଇନଥିହାରୁ ସେଠାକାର ଗ୍ରାମବାସୀ ମାନେ ଅସନ୍ତୁଷ୍ଟ ଯାହିର କରିଛନ୍ତି। ଗ୍ରମବାସୀଙ୍କ ଅଜୟ କୁମାର ମଳିକ, ଅଲେଖ କୁମାର ସାହୁ, ଚିତରଂଜନ ସାହୁ, ମହେଶ୍ୱର ସାହୁ, ଅମୂଲ୍ୟ ମଳିକ, ରାଜ କିଶୋର ସାହୁ ଇତ୍ୟାଦି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଅସନ୍ତୁଷ୍ଟ ଯାହିର କରିଛନ୍ତି। ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର