ରାଜ୍ୟବ୍ୟାପି ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଭୁଲ ପାଠ୍ୟପୁସ୍ତକ ଯୋଗାଣ ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ଦାବୀରେ କ୍ୟାଣ୍ଡେଲଲାଇଟ ଶୋଭାଯାତ୍ରା
ନୟାଗଡ଼ ୨୭.୭ରେ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ପରେ ନୟାଗଡ ରେ କଂଗ୍ରେସ କର୍ମୀମାନେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ପାଳନ କରିଛନ୍ତି। ଦଳର ନେତାମାନେ ଏହାକୁ ଛାତ୍ର ଆନ୍ଦୋଳନର ବିଜୟ ବୋଲି କହିଛନ୍ତି।ଦେଶବ୍ୟାପି ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ମାଡମାରିଥିବା ଉଦ୍ଧତ ପୋଲିସ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହିତ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଦାଵୀ ଏବଂ ଶିକ୍ଷାବ୍ୟବସ୍ଥାରେ କଳଙ୍କ ପାଇଁ ଦେଶର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କ୍ଷମା ମାଗିବା ଦାବୀରେ ଆଜି ନୟାଗଡ଼ ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆଜି ଜାତୀୟ ପତାକା ସହିତ ଟ୍ରାଫିକ ଛକଠାରୁ ତ୍ରିନାଥଛକ ଗାନ୍ଧୀମୂର୍ତ୍ତି ଯାଏଁ କ୍ୟାଣ୍ଡେଲଲାଇଟ ଶୋଭାଯାତ୍ରା ଏବଂ ସତ୍ୟାଗ୍ରହ ଆନ୍ଦୋଳନ କାରାଯାଇଥିଲା l ଆମ ରାଜ୍ୟର ଅପାରଗ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ପିଲାମାନଙ୍କୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଯୋଗାଇଥିବା ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଥିଲା l ନୟାଗଡ଼ ଛକ ଠାରେ ଛାତ୍ରକଂଗ୍ରେସ ପକ୍ଷରୁ ବାଣଫୁଟାଇ ଭ୍ରଷ୍ଟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିଜୟ ଉତ୍ସବ ପାଳନ କରାଯାଇଥିଲା l ରାହୁଲ ଗାନ୍ଧୀଙ୍କ ବାଉନ୍ସର ବୋଲିଂରେ ମୋଦି ଟିମର ପ୍ରଥମ ୍ୱିକେଟ ପତନ ଘଟିଥିବାରୁ କଂଗ୍ରେସ ଶିବିରରେ ଆନନ୍ଦ ପ୍ରକାଶ ପାଇଛି l ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସିପାହୀ ଫକୀର ଚରଣ ମଲ୍ଲ, ବିଭୁପ୍ରସାଦ ମିଶ୍ର, ଅମଜାଦ ଖାଁ, ପୂର୍ଣ୍ଣଚନ୍ଦ୍ର ନାୟକ, ହାସୀମ ଖାଁ, ଆଦତ୍ୟପ୍ରସାଦ ପରିଡା, ଆଲୋକ ପ୍ରଧାନ, ପୀତବାସ ଖୁଣ୍ଟିଆ, ମଦନମୋହନ ବିଶୋଇ,ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରତୀକ ମହାପାତ୍ର, ଦିଲ୍ଲୀପ ବିଶୋଇ, ଶିବରଞ୍ଜନ ସାହୁ ପ୍ରମୁଖଙ୍କ ସହିତ ବହୁ ଛାତ୍ରଯୁବକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l
ଆଶୋକ କୁମାର ସ।ଥୁଆ ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
