67ତମ ପୋଲିସ ସହିଦ ଦିବସ ପାଳିତ

67ତମ ପୋଲିସ ସହିଦ ଦିବସ ପାଳିତ

ରାୟଗଡା, ଗୁଣୁପୁର ତାରିଖ :- 21/10/26 ଆଜି ଅକ୍ଟୋବର ମାସ ରାୟଗଡା ଜିଲ୍ଲାର ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଭାମି଼ନିସ୍ଥିତ ଆଇଆରବି (IRB) ତୃତୀୟ ବାଟାଲିଅନ ପରିସରରେ ଆଜି ପୋଲିସ ସହିଦ ଦିବସ ଶ୍ରଦ୍ଧା ଓ ଗାମ୍ଭୀର୍ଯ୍ୟର ସହ ପାଳନ କରାଯାଇଛି। କର୍ତ୍ତବ୍ୟ ପାଳନ ସମୟରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ପୋଲିସ ସହିଦମାନଙ୍କ ପ୍ରତି ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

 ଆଜିର କାର୍ଯ୍ୟକ୍ରମରେ ବାଟାଲିଅନର ବରିଷ୍ଠ ଅଧିକାରୀ ଶ୍ରୀ ବ୍ରଜ ମୋହନ ନାୟକ, ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣି ଗ୍ରାହି, ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହରା, ଆଖ ପାଖ ଅଞ୍ଚଳ ର ବୁଦ୍ଧୀଜୀବୀ ମାନେ ସହିଦ ସ୍ମୃତିସ୍ତମ୍ଭରେ ପୁଷ୍ପଚକ୍ର ଅର୍ପଣ କରିବା ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସହିଦମାନଙ୍କ ବୀରତ୍ୱ, ତ୍ୟାଗ ଓ ଦେଶସେବାର ଅବଦାନକୁ ସ୍ମରଣ କରାଯାଇଥିଲା।

ବରିଷ୍ଠ ଅଧିକାରୀମାନେ ସହିଦମାନଙ୍କ ଜୀବନ ଆଦର୍ଶରୁ ପ୍ରେରଣା ନେଇ ସତ୍ୟନିଷ୍ଠା, ଶୃଙ୍ଖଳା ଓ ଜନସେବା ପ୍ରତି ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଜବାନ ମାନଙ୍କୁ ଆହ୍ୱାନ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତେ ଦେଶର ସୁରକ୍ଷା, ଆଇନ-ଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣଙ୍କ ସେବା ପ୍ରତି ସମର୍ପିତ ରହିବାକୁ ଶପଥ ଗ୍ରହଣ କରିଥିଲେ।

ସହିଦ ଦିବସ ପାଳନ ଅବସରରେ ସମଗ୍ର ବାଟାଲିଅନ ପରିସରରେ ଦେଶପ୍ରେମ, ଶ୍ରଦ୍ଧା ଓ କୃତଜ୍ଞତାର ପରିବେଶରେ ମୁଖରିତ ହୋଇଉଠିଥିଲା। ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର